ପୁଅକୁ ବେଡସିଟ୍‌ରେ ବାନ୍ଧି ୧୦ ମହଲା ବାଲକୋନିରେ ଝୁଲାଇଲା ମା’, ଭାଇରଲ ହେଲା ଭିଡିଓ

ଦୁର୍ଭାଗ୍ୟବଶଃତ ପିଲା ବାଲକୋନିରୁ ଖସି ପଡିବା କିମ୍ବା ଝୁଲିବା ଖବର ଆପଣ ନିଶ୍ଚିତ ଶୁଣିଥିବେ। କିନ୍ତୁ କେବେ କୌଣସି ମା’ ନିଜର ଶାଢି ଆଣିବା ପାଇଁ ନିଜ ପୁଅକୁ ବାଲକୋନିରେ ଝୁଲାଇବା କଥା ହୁଏତ ଆପଣ ଜାଣିନଥିବେ। ଏମିତି ଏକ ଭିଡିଓ ଏବେ ଭାଇରଲ ହେଉଛି, ଯାହାକୁ ଦେଖିବା ପରେ ସବୁ ମା’ ମାନେ ରାଗି ଯାଉଛନ୍ତି।

ସୂଚନା ମୁତାବକ, ଫରିଦାବାଦରେ ଜଣେ ମହିଳା ବାଲକୋନିରେ ଶାଢି ଶୁଖାଇଥିଲେ, ଯାହା ପରେ ଖସିପଡିଥିଲା। ମହିଳା ଜଣକ ୧୦ମ ମହଲାରେ ରହୁଥିଲେ। କିନ୍ତୁ ଶାଢିକୁ ତଳକୁ ନୁହେଁ ବରଂ ୯ମ ମହଲା ବାଲକେନିକୁ ଖସିପଡିଥିଲା। ଆଉ ଏହି ଫ୍ଲାଟରେ ରହୁଥିବା ବ୍ୟକ୍ତି ଘରକୁ ଲକ୍‌ କରି କେଉଁଆଡେ ଚାଲିଯାଇଥିଲେ। ତେଣୁ ୧୦ମ ମହଲାରେ ରହୁଥିବା ମହିଳା ଜଣକ ନିଜ ଶାଢିକୁ ଆଣିବା ପାଇଁ ନିଜ ପୁଅକୁ ବେଡସିଟରେ ବାନ୍ଧି ତାକୁ ତଳକୁ ଝୁଲାଇ ୯ମ ମହଲାରୁ ଶାଢି ଆଣିବାକୁ ଚେଷ୍ଟା କରିଥିଲେ।

ଭିଡିଓ ଦେଖିଲେ ଆପଣ ନିଶ୍ଚିତ ଜାଣିପାରିବେ, କିପରି ପିଲାଟି ଶାଢିଟି ଆଣିବା ପରେ ମହିଳା ଏବଂ ତାଙ୍କ ପରିବାର ଲୋକେ ବେଟସିଟ୍‌ ଧରି କିଭଳି ଟାଣୁଛନ୍ତି। ଫରିଦାବାଦର ସେକ୍ଟର ୮୨ରେ ଏହି ଘଟଣା ଘଟିଛି। ଯାହାକୁ ଅନ୍ୟ ଏକ ବିଲିଡିଂରେ ଥିବା ଜଣେ ବ୍ୟକ୍ତି ସୁଟ୍‌ କରିଛନ୍ତି। ଭିଡିଓଟି ଭାଇରଲ ହେବାରେ ଲାଗିଛି। ଏହି ଘଟଣା ଫେବୃଆରୀ ୬ କିମ୍ବା ୭ ତାରିଖରେ ଘଟିଥିଲା।

ତେଣୁ ଆପଣମାନେ କେବେ ବି ଏମିତି ପଦକ୍ଷେପ ନେଇ କାହା ଜୀବନକୁ ବିପଦରେ ପକାନ୍ତୁ ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.