ସୁପାରି ଦେଇ ପୁଅ ବାଇକରେ ନିଆଁ ଲଗାଇଲା ମା’, ଟଙ୍କା ପାଇଁ ଦୁବୃର୍ତ୍ତଙ୍କ ଆକ୍ରମଣ

କିଛି ଦୁବୃର୍ତ୍ତ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର କାରଣ ଟଙ୍କା କାରବାର କୁହାଯାଇଛି । କିନ୍ତୁ ପୋଲିସ ଯେତେବେଳେ ମାମଲାର ତଦନ୍ତ କରିଥିଲା ସେତେବେଳେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା ।

ପିଲାମାନେ ବାପା ମା’ଙ୍କର ଅତି ଗେହ୍ଲା ହୋଇଥାନ୍ତି । ପିଲାମାନଙ୍କର ଅଝଟ ପୁରା କରିବା ପାଇଁ ବାପା ମା’ମାନେ ପରିଶ୍ରମ କରି ସବୁ ଇଚ୍ଛାକୁ ପୂରଣ କରନ୍ତି । କିନ୍ତୁ ପିଲାମାନେ ବଡ଼ ହେଲା ପରେ ତାଙ୍କର ଜିଦ୍‌ ବଢ଼ିଯାଏ । ସାଧାରଣତଃ ପୁଅମାନେ ବାଇକ କିଣିବା ପାଇଁ ଅଧିକ ଜିଦ୍‌ କରନ୍ତି । ଏବଂ ବାପା ମା’ମାନେ ମଧ୍ୟ ଏହି ଜିଦକୁ ପୂରା କରନ୍ତି । ତେବେ ଜଣେ ମା’ ନିଜ ପୁଅକୁ ଦେଇଥିବା ବାଇକରେ ସୁପାରି ଦେଇ ନିଆଁ ଲଗାଇଛି । ଆପଣଙ୍କ କଥାଟା ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ମା’ ହୋଇ ପୁଣି ଏପରି କଲା କେମିତି । କିନ୍ତୁ ଏଭଳି କିଛି ସତରେ ହୋଇଛି ।

ସୂଚନା ଅନୁସାରେ କେରଳ ମଲ୍ଲପୁରମଠାରେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । କିଛି ଦୁବୃର୍ତ୍ତ ଜଣେ ମହିଳାଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣର କାରଣ ଟଙ୍କା କାରବାର କୁହାଯାଇଛି । କିନ୍ତୁ ପୋଲିସ ଯେତେବେଳେ ମାମଲାର ତଦନ୍ତ କରିଥିଲା ସେତେବେଳେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା । ଦୁଇ ମାସ ତଳେ ଏହି ମହିଳା ଜଣକ ନିଜ ପୁଅ ବାଇକରେ ନିଆଁ ଲଗାଇବା ପାଇଁ କିଛି ଦୁବୃର୍ତ୍ତଙ୍କୁ ସୁପାରି ଦେଇଥିଲା । କିନ୍ତୁ ଟଙ୍କା ନମିଳିବା ଯୋଗୁଁ ଏହି ଦୁବୃର୍ତ୍ତମାନେ ମହିଳାଙ୍କ ଉପରେ ବର୍ତ୍ତମାନ ଆକ୍ରମଣ କରିଥିବା ଜଣା ପଡ଼ିଛି ।

ଏହି ଘଟଣା ମଲ୍ଲପୁରମର ମେଲାତ୍ତୁରଠାରେ ଘଟିଛି । ପୋଲିସ କହିବା ଅନୁସାରେ ଦୃବୃର୍ତ୍ତମାନେ ମହିଳାଙ୍କ ଘରେ ପଶି ମହିଳାଙ୍କୁ ଆକ୍ରମଣ କରିବା ସହ ଘରର ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ଉକ୍ତ ମହିଳା ଜଣଙ୍କ ହେଉଛନ୍ତି ୪୮ ବର୍ଷିୟ ନଫିସା । ନିଜ ପୁଅ ସହ କୌଣସି କାରଣରୁ ତାଙ୍କର ବଚସା ହୋଇଥିଲା । ପରେ ନଫିସା ନିଜ ପୁଅକୁ ଦେଇଥିବା ବାଇକ ଫେରାଇବା ପାଇଁ କହିଥିଲେ । କିନ୍ତୁ ପୁଅ ବାଇକ ଫେରାଇବା ପାଇଁ ମନା କରିଥିଲା ।

ଫଳରେ ମହିଳାଜଣଙ୍କ ବାଇକକୁ ନଷ୍ଟ କରିବାର ନିଷ୍ପତ୍ତି ନେଇଥିଲେ । ବାଇକ ଜଳେଇବା ପାଇଁ ସେ ଏକ ପ୍ଲାନ କରିଥିଲେ । ଏହି କାମ କରିବା ପାଇଁ କିଛି ଦୁବୃର୍ତ୍ତଙ୍କ ସେ ଟଙ୍କା ଦେବାର ଲୋଭ ଦେଖାଇଥିଲେ । କିନ୍ତୁ ଏହି ମାମଲାରେ ଟଙ୍କା ଦେବା ସମୟରେ ମହିଳା ଏବଂ ଦୁବୃର୍ତ୍ତଙ୍କ ମଧ୍ୟରେ ବଚସା ହୋଇଥିଲା ପରେ ମହିଳାଙ୍କୁ ଆକ୍ରମଣ କରିଥିଲେ ଉକ୍ତ ଦୁବୃର୍ତ୍ତ । ପୋଲିସ ଅନୁସାରେ ଏହି ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.