ମା’ଙ୍କର ଥିଲା ଅବୈଧ ସମ୍ପର୍କ, ଝିଅ ବିରୋଧ କରିବାରୁ ନିଜ ପ୍ରେମିକକୁ ଡକାଇ କରାଇଲା ଗଣ ଦୁଷ୍କର୍ମ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ବଳରାମପୁରରେ ହୋଇଯାଇଥିବା ଏକ ଗଣ ଦୁଷ୍କର୍ମ ସମ୍ପର୍କରେ ଜାଣିଲେ ଯେ କେହି ବି ହଇରାଣ ହୋଇଯିବେ । ଏଠି ଗଣ ଦୁଷ୍କର୍ମ କରାଇବା ବାଲା ହେଉଛି ଝିଅର ନିଜ ମା’ । କୁହାଯାଏ ବାପା-ମା’ ଦ୍ୱିତୀୟ ଭଗବାନ । ଝିଅର ସୁରକ୍ଷା ପାଇଁ ସେମାନେ କିଛି ବି କରି ପାରନ୍ତି । ହେଲେ ଏଠାରେ ଜଣେ ମା’ ନିଜର ଝିଅ ଇଜ୍ଜତ ରଖିବ କ’ଣ ଲୋକ ଲଗାଇ କରାଇଛି ଗଣ ଦୁଷ୍କର୍ମ । ଖାଲି ଏତିକି ନୁହେଁ ମା’ ବି ଦୁଷ୍କର୍ମକାରୀଙ୍କ ସଙ୍ଗ ଦେଇଥିବା ଝିଅ ଅଭିଯୋଗ କରିଛି ।

୧୬ ବର୍ଷର ଏହି ନାବାଳିକା ଝିଅଟି ଅଭିଯୋଗ କରିଛନ୍ତି ଯେ ନିଜ ମା’ର ପ୍ରେମିକ ତାର ସାଙ୍ଗମାନଙ୍କ ସହ ଆସି ନିଜ ଘରେ ତାକୁ ଗଣ ଦୁଷ୍କର୍ମ କରିଥିଲେ । ଏହି ଘଟଣା ଘଟିଛି ବଳରାମପୁର ଅଞ୍ଚଳରେ । ପିତାଙ୍କ ମୃତ୍ୟୁ ପରେ ୧୬ ବର୍ଷର ଝିଅ ନିଜ ମା’ ସହିତ ରହୁଥିଲା । ନିଜ ମା’ର ଅବୈଧ ସମ୍ପର୍କ ସନ୍ତୋଷ କୁମାର ନାମକ ଜଣେ ବ୍ୟକ୍ତି ସହ ଥିଲା । ନିଜ ମା’ ସହିତ ସନ୍ତୋଷକୁ ଝିଅ କେତେ ଥର ଆପତ୍ତିଜନକ ସ୍ଥିତିରେ ଦେଖିଥିଲା । ଯାହାକୁ ନେଇ ମା’ ଝିଅଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା । ମା’ ମାରପିଟ କରି ଝିଅର ମୁହଁ ବନ୍ଦ କରିଦେଇଥିଲା ।

ମଇ ୨୦ ତାରିଖରେ ସନ୍ତୋଷ ଅନ୍ୟ ଦୁଇଜଣଙ୍କ ସହ ତାଙ୍କ ଘରେ ପହଞ୍ଚିଥିଲା । ସେମାନେ ଆସିବା ପରେ ମା’ ତାକୁ ଚା’ ବନାଇବା ପାଇଁ କହିଥିଲା । ସେ ଯେତେବେଳେ ଚା’ ବନାଇବା ପାଇଁ ରୋଷେଇ ଘର ଯାଆନ୍ତି ତ ମା’ ଘର ବାହାରୁ ବନ୍ଦ କରିଦେଲା । ପରେ ସନ୍ତୋଷ, ଆକାଶ ଓ କହ୍ନେଇଲାଲ ନାମକ ଅଭିଯୁକ୍ତ ତାକୁ ଜଣକ ପରେ ଜଣେ ଦୁଷ୍କର୍ମ କରିଥିଲେ । ଯେତେବେଳେ ୩ ଜର ଘରୁ ଚାଲିଗଲେ ମା’ ଆସି ତାକୁ ସେମାନଙ୍କ ଭିତରୁ ଜଣକ ସହ ବିବାହ କରିବାକୁ କହିଥିଲେ ।

ଘଟଣାର କିଛି ଦିନ ପରେ ଝିଅ ଏ ସମ୍ପର୍କରେ ତାର ଖୁଡ଼ିକୁ କହିଥିଲା । ଫଳରେ ଥାନାରେ ଝିଅ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ହେଲେ ଦୀର୍ଘ ଦିନ ପରେ ପୋଲିସ କିଛି ନ ବୁଝିବାରୁ ଝିଅ ଏସପିଙ୍କୁ ଭେଟିଥିଲେ । ତଥାପି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇବାରୁ ଏବେ ପୋଲିସ ତତ୍ପରତା ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.