Below header

ଭୋଟ୍‌ ମାଗିବାକୁ ଯାଇଥିଲେ ନେତା, ଜୋତାରେ ସେକିଲେ ଫକୀର ବାବା

ଭୋଟ୍ ମାଗୁଥିବା ବେଳେ ଭିକାରୀ ଜଣକ ନେତାଙ୍କ ଗାଲରେ ଖୁବ୍‌ ଜୋରରେ କସି ଦେଲେ ଜୋତା ପାହାର ।

ଭୋପାଳ : ଆଗକୁ ଆସୁଛି ନିର୍ବାଚନ । ସେଥିପାଇଁ ଜୋରଦାର ଚାଲିଛି ପ୍ରଚାର । ଏହି ପ୍ରଚାର ସମୟରେ ସାମ୍ନାକୁ ଆସିଛି ଏକ ଅତି ଆଶ୍ଚର୍ଯ୍ୟଜନକ ଦୃଶ୍ୟ । ଯାହା ଆପଣ ଦେଖିଲେ ଚକିତ ହେବେ। ଦେଖୁ ନାହାନ୍ତି, ଭୋଟ୍ ମାଗିବାକୁ ଯାଇଥିଲେ ଏହି ନେତା ଜଣକ । ହେଲେ ଏତିକି ବେଳେ ଯେଉଁ ଘଟଣା ଘଟିଲା ତାକୁ କେହି ବିଶ୍ୱାସ ବି କରି ପାରିବେନି । ଭୋଟ୍ ମାଗୁଥିବା ବେଳେ ଭିକାରୀ ଜଣକ ନେତାଙ୍କ ଗାଲରେ ଖୁବ୍‌ ଜୋରରେ କସି ଦେଲେ ଜୋତା ପାହାର । ନେତା ଜଣକ ଭୋଟ ମାଗିବାକୁ ଯାଇ ଏପରି ହଟହଟା ହୋଇଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଏହି ଭିଡିଓ ଏବେ ଜୋରଦାର୍ ଭାଇରାଲ୍ ହେବାରେ ଲାଗିଛି ।

ତେବେ ଦୃଶ୍ୟଟିରେ ଦେଖିବାକୁ ମିଳିଛି ଯେ ନେତା ଜଣକ ଜଣେ ଭିକାରୀ ପାଖକୁ ଯାଇ ଗୋଟିଏ ସ୍ଲିପର ଗିପ୍ଟ କରୁଛନ୍ତି । ଆଉ ଭିକାରୀ ଜଣକ ତାଙ୍କ ଠାରୁ ସେହି ଉପହାରଟିକୁ ଗ୍ରହଣ କରି ନେଇଛନ୍ତି । ତେବେ ସମସ୍ତଙ୍କୁ ଚମକାଇ ଦେଇ ସେହି ଜୋତାରେ ନେତାଙ୍କ ଗାଲକୁ ପିଟିବାରେ ଲାଗିଛନ୍ତି । ନେତା ମଧ୍ୟ ତାଙ୍କୁ ବାରଣ କରୁ ନାହାଁନ୍ତି । ଆଉ ନିକଟରେ ଉପସ୍ଥିତ ଥିବା ସବୁ ଲୋକ ଏହି ଦୃଶ୍ୟ ଦେଖଇ ହତଚକିତ ହୋଇ ପଡୁଛନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେମାନେ ମଧ୍ୟ ଭିକାରୀ ଜଣକୁ ନରୋକି ଚୁପ୍ ରହିଥିବା ନଜର ଆସୁଛନ୍ତି। ଏପଟେ କିନ୍ତୁ ସେହି ଚପଲ ମାଡ଼ର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଯାହା ସୋସିଆଲ ମିଡିଆ ପ୍ଲାଟ୍ଫର୍ମରେ ଭାଇରାଲ ହେବାରେ ଲାଗିଛି । ତେବେ ନେତାଙ୍କୁ କିଏ କାହିଁକି ଏପରି ଚପଲରେ ଆକ୍ରମଣ କରୁଛି ତାହାର ସ୍ପଷ୍ଟ କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।
ଏଠି କହି ରଖିବାକୁ ଚାହିଁବୁ କି, ଏ ଦୃଶ୍ୟ ହେଉଛି ମଧ୍ୟପ୍ରଦେଶ ଲତ୍ଲାମ୍ ନଗରୀର । ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ହୋଇଛି। ରାଜ୍ୟରସମସ୍ତ ୨୩୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ହୋଇଛି । ସନ୍ଧ୍ୟା ୫ଟା ସୁଦ୍ଧା ୭୧ ପ୍ରତିଶତ ଭୋଟିଂ ହୋଇଛି । ଭୋଟରମାନେ ଭୋଟ୍ ଦେବା ପାଇଁ ୬୪ ହଜାରରୁ ଅଧିକ ମତଦାନ ବୁଥରେ ପହଞ୍ଚିଛନ୍ତି । ବରିଷ୍ଠ ନେତା, ପ୍ରାର୍ଥୀ, ସମର୍ଥକ ଏବଂ ରାଜନୈତିକ ଦଳର କର୍ମକର୍ତ୍ତାମାନେ ମଧ୍ୟ ଭୋଟ୍ ଦେଇଛନ୍ତି । ଏହାରି ଭିତରେ ଲତ୍ଲାମ୍ ନଗରୀ ନିର୍ବାଚନମଣ୍ଡଳୀର ଏହି ନେତାଙ୍କର ଏପରି ଭିଡିଓ ସାମ୍ନାକୁ ଆସିଛି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ । ନେତାଙ୍କୁ କେଉଁ କାରଣ ପାଇଁ ଭିକାରୀ ଜଣକ ଜୋତାରେ ମାରୁଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ ଓ ବିଚଳିତ କରିଛି ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯେ ସେହି ଭିକାରୀ ଜଣଙ୍କୁ ଫକୀର ବାବା ନାମରେ ସମସ୍ତେ ଜାଣନ୍ତି । ତାଙ୍କ ଆର୍ଶୀବାଦ ନିମନ୍ତେ କାହିଁ କେତେ ଦୂରରୁ ଧାଇଁ ଆସନ୍ତି ବଡ଼ ବଡ଼ ଲୋକେ । ଆଉ ତାଙ୍କ ଆଶୀର୍ବାଦ ପାଇ ଘରକୁ ଫେରିଥାନ୍ତି । ସେହି ବାବା ଜଣକ ବାଟରେ ଯାଉଥିବା ଲୋକଙ୍କ ନାଁ କହିପାରନ୍ତି ବୋଲି କୁହାଯାଉଛି । ତେବେ ଏହି କଥାର କୌଣସି ସତ୍ୟତା ନଥିବା ଲୋକେ କହୁଥିବା ବେଳେ ନେତାଙ୍କୁ ବାବା ଜଣକ ଚପଲରେ ପିଟିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ସମସ୍ତେ ଘଟଣା ବିଷୟରେ ଆଲୋଚନା କରୁଛନ୍ତି ହେଲେ ଜାଣି ପାରୁନାହାନ୍ତି କାହିଁକି ବାବା ନେତାଙ୍କୁ ଏଭଳି ଭାବେ ମାରିଲେ । କିଛି ଲୋକଙ୍କର ମତ ସେ ଲୋକ ବାବା ନୁହେଁ ଜଣେ ପାଗଳ ଏବଂ ଆଉ କିଛି କହୁଛନ୍ତି ନେତା ଜଣେ ପାପୀ ଲୋକ ସେଥିଲାଗି ବାବା ତାଙ୍କ ଉପରେ ରାଗି ଏଭଳି କରିଛନ୍ତି । ଅବଶ୍ୟ ତାଙ୍କ ସମର୍ଥକଙ୍କ କହିବା ହେଉଛି ଇଏ ବାବାଙ୍କ ଆଶୀର୍ବାଦ । ହେଲେ ଏବେବି ରହସ୍ୟ ଭାବେ ରହିଛି ନେତାଙ୍କୁ ତାଙ୍କ ଚପଲ ମାଡ଼ ଘଟଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.