ବାବରଙ୍କ ନାଁରେ ଲାଗିଥିବା କଳଙ୍କକୁ ପୋଛିବେ ତାଙ୍କ ବଂଶଜ, ରାମ ମନ୍ଦିରକୁ ଦେବେ ଏତେ ଟଙ୍କାର ସୁନା ଇଟା

ଅଯୋଧ୍ୟାରେ ଅଗଷ୍ଟ ୫ରେ ଭବ୍ୟ ରାମ ମନ୍ଦିରର ଭୂମି ପୂଜନ ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଅଯୋଧ୍ୟାରେ ଭୂମିପୂଜନ ପ୍ରସ୍ତୁତି ମଧ୍ୟରେ ଏବେ ପୁଣିଥରେ ମୋଗଲ ବାଦଶାହ ବାବରଙ୍କ ବଂଶଜ ପ୍ରିନ୍ସ ହବିବୁଦ୍ଦିନ ତୁସୀ ଭୂମିପୂଜନ ପାଇଁ ସୁନା ଇଟା ଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

CR - finance - ČNB - bank - currency - gold - brick - coin - ingot ...

ଏନେଇ ସୂଚନା ଦେବା ଅବସରରେ ହବିବୁଦ୍ଦିନ ତୁସୀ କହିଛନ୍ତି ସେ ରାମମନ୍ଦିର ନିର୍ମାଣ ପାଇଁ ସୁନା ଇଟା ଦେଇ ବାବରଙ୍କ ନାଁରେ ଲାଗିଥିବା କଳଙ୍କକୁ ହଟାଇବାକୁ ଚାହୁଁଛନ୍ତି। ଏନେଇ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ଅନୁମତି ମିଳିବା ପରେ ସେ ନିଜେ ଯାଇ ଇଟା ଦେଇ ଆସିବେ। ଏ ଅବସରରେ ରାମ ମନ୍ଦିର ନିର୍ମାଣ ପାଇଁ ମୋଦିଙ୍କ ପ୍ରୟାସକୁ ସେ ଭୁରି ଭୁରି ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ମୋଦିଙ୍କ ନେତୃତ୍ୱରେ ନୂତନ ଭାରତର ନିର୍ମାଣ ହେଉଛି। ଯଦି କରୋନା ସଙ୍କଟ ନ ଥାନ୍ତା ତେବେ ସେ ନିଜେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ବୋଲି କହିଛନ୍ତି ହବିବୁଦ୍ଦିନ୍‌ ତୁସୀ।

Mughal descendant offers gold brick for Ram Mandir, says temple ...

ରାମ ମନ୍ଦିରକୁ ସୁନାର ଇଟା ଦେବା ନେଇ ହବିବୁଦ୍ଦିନ୍‌ ତୁସୀ କହିଛନ୍ତି ତାଙ୍କ ପୂର୍ବଜ ମୋଗଲ ବାଦଶାହ ବାବରଙ୍କ ନାଁରେ ମନ୍ଦିର ଭାଙ୍ଗିବା ନେଇ କଳଙ୍କ ଲାଗିଛି। ଏଣୁ ଏଭଳି ଏକ ଐତିହାସିକ ମୁହୂର୍ତ୍ତରେ ସେ ସୁନା ଇଟା ଦେଇ ସେହି କଳଙ୍କକୁ ଲିଭାଇବାକୁ ଚାହୁଁଛନ୍ତି। ଏଥିସହ ଦୁନିଆକୁ କହିବାକୁ ଚାହୁଁଛନ୍ତି ଯେ ବାବରଙ୍କ ବଂଶଜ ମଧ୍ୟ ଚାହୁଁଛନ୍ତି ଯେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ସ୍ଥାପନ ହେଉ। ସେ ରାମ ମନ୍ଦିର ପାଇଁ ଏକ କୋଟି ୮୦ ଲକ୍ଷ ଟଙ୍କାର ଜୟ ଶ୍ରୀ ରାମ ଲେଖାଥିବା ସୁନାର ଇଟା ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସୁରକ୍ଷା ଦୃଷ୍ଟିରୁ ସେ ଏହାକୁ ସାର୍ବଜନୀନ କରିପାରୁନଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.