ଟିକେ ବି ଭୟ ନାହିଁ! ଏକାଠି ବୁଲୁଛନ୍ତି ଜାତୀୟ ପଶୁ ଓ ଜାତୀୟ ପକ୍ଷୀ; ଦେଖନ୍ତୁ ଭିଡିଓ

ଭାରତର ଜାତୀୟ ପଶୁ ବାଘ ନିଜ ଠାରୁ ଛୋଟ ଜନ୍ତୁଙ୍କୁ ଶିକାର କରିଥାଏ ବୋଲି ତ ସମସ୍ତେ ଜାଣନ୍ତି। କିନ୍ତୁ ବାଘର ବନ୍ଧୁତା ବିଷୟରେ ବୋଧେ ଖୁବ୍‌ କମ୍‌ ଲୋକ ଶୁଣିଥିବେ। ରାଜଧାନୀ ଦିଲ୍ଲୀରେ ବାଘ ଜାତୀୟ ପକ୍ଷୀ ମୟୂର ସହ ଏକାଠି ବୁଲୁଥିବା ଦେଖିବାକୁ ମିଳିଛି, ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

Golden Triangle Tour with Tigers - Ranthambore Park

ଭିଡିଓରେ ଦେଖାଯାଇଛି ଯେ ଏକ ବାଘ ଚାଲି ଚାଲି ମୟୂର ପାଖକୁ ଆସୁଛି। ପରେ ମୟୂର ବାଘକୁ ଦେଖି ଭୟ କରିବା ପରିବର୍ତ୍ତେ ସାଙ୍ଗ ହୋଇ ଚାଲୁଛନ୍ତି। ଉଭୟ ଜାତୀୟ ପକ୍ଷୀ ଓ ଜାତୀୟ ପଶୁ ମିଶି ସବୁଜ ପଡ଼ିଆରେ ବୁଲୁଛନ୍ତି। ଭିଡିଓ ଦେଖିଲେ ଏମିତି ଲାଗୁଛି ଯେମିତି ଦୁଇ ଜୀବ ପରସ୍ପରକୁ ବହୁ ଦିନ ହେବ ଜାଣିଛନ୍ତି।

ଭିଡିଓଟି ଦିଲ୍ଲୀ ଚିଡ଼ିଆଖାନାର ବୋଲି ଜଣାଯାଇଛି। ଫେସ୍‌ବୁକ୍‌ରେ ବାବୁଲ ସୁପ୍ରିୟୋ ଏହି ଭିଡିଓକୁ ସେୟାର କରିଛନ୍ତି। ବାଘ ମୟୂର ପରସ୍ପରକୁ ଦେଖିବା ପରେ ମଧ୍ୟ ବାଘଟି ମୟୂରକୁ ଆକ୍ରମଣ କରୁନାହିଁ। ବରଂ କିଛି ପ୍ରତିକ୍ରିୟା ନ ଦେଇ ଆଗକୁ ଚାଲିଯାଇଛି। ସେହିପରି ମୟୂରଟି ପଛକୁ ଦୌଡ଼ି ଚାଲିଆସିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.