ଟିକଟକ ୟୁଜର୍ସଙ୍କ ପାଇଁ ଖୁସି ଖବର, ଖୁବ ଶୀଘ୍ର ଭାରତୀୟ ବଜାରକୁ ଫେରିବାକୁ ଯାଉଛି ଏହି ଆପ୍

ଟିକଟକ ୟୁଜର୍ସଙ୍କ ପାଇଁ ଏକ ଖୁସି ଖବର ଆସିବାକୁ ଯାଉଛି । ଖୁବ ଶୀଘ୍ର ଭାରତ ବଜାରରେ ଟିକଟକ ଫେରିବାକୁ ଯାଉଛି । ଯେବେକି କିଛି ଦିନ ତଳେ ଭାରତ ବଜାରରେ ୫୯ ଟି ଚୀନ ଆପକୁ ବ୍ୟାନ କରାଯାଇଥିଲା । ଯାହା ଭିତରେ ଟିକଟକ ଅଛି । ଖାଲି ସେତିକି ନୁହେଁ ଭାରତ ପରେ ପରେ ଆମେରିକାରେ ମଧ୍ୟ ଏହି ଆପକୁ ବ୍ୟାନ କରିବା ନେଇ ସ୍ଥିର ହୋଇଥିଲା । କିନ୍ତୁ ସଦ୍ୟ ରିପୋର୍ଟ ଅନୁଯାୟୀ, ଆମେରିକାରେ ଆଉ ଟିକ ଟକ ବ୍ୟାନ ହେବ ନାହିଁ । ପୁଣି ଥରେ ପୂର୍ବ ଭଳି କାର୍ଯ୍ୟ କରିବ । ଖାଲି ସେତିକି ନୁହେଁ ଏହି ଆପ ଖୁବ ଶୀଘ୍ର ଭାରତରେ ବି ଲଞ୍ଚ ହେବାକୁ ଯାଉଛି । କହିରଖିବା ଉଚିତ ହେବକି, ମାଇକ୍ରୋସଫଟ କମ୍ପାନୀ ଏବେ ଟିକ ଟକକୁ କିଣିବାକୁ ଯାଉଛି ।

tik tok new one

ରିପୋର୍ଟ ଅନୁଯାୟୀ, ମାଇକ୍ରୋସପ୍ଟ ଟିକଟକକୁ ପାଞ୍ଚ ମିଲିୟନ ଡଲାରରେ କିଣିବାକୁ ଯାଉଛି । ଅର୍ଥାତ ଆମେରିକାରେ ଟିକ ଟକ କାରବାରକୁ ଏବେ ମାଇକ୍ରୋସଫ୍ଟ କମ୍ପନୀ ତଦାରଖ ସହ ମାଇକ୍ରୋସପ୍ଟ ସର୍ବରରେ ହିଁ ଟିକ ଟକ ୟୁଜର୍ସ ମାନଙ୍କ ଡାଟା ଷ୍ଟୋରେଜର ପୂରା ଦାୟିତ୍ୱ ମାଇକ୍ରୋସପ୍ଟ ହିଁ ନେବ । ଭାରତୀୟ ବଜାରରେ ବି ଟିକଟକର ଦାୟିତ୍ୱ ମାଇକ୍ରୋସପ୍ଟ ହିଁ ନେବ । ଜଣାଇ ରଖିବା ଉଚିତ ହେବକି, ମାଇକ୍ରୋସଫ୍ଟର କୌଣସି ଆପକୁ ନେଇ ଭାରତରେ ଏଯାବତ କୌଣସି ବି ବିବାଦ ଉଠିନାହିଁ । ଏହି କାରଣରୁ ହିଁ ମାଇକ୍ରୋସପ୍ଟ ଭରସାରେ ହିଁ ଭାରତୀୟ ବଜାରରେ ଟିକଟକ ପୁଣି ଫେରିପାରେ ।

କିଛି ଦିନ ତଳେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁଯାୟୀ, ଚୀନ ସହ ସମ୍ପର୍କ କାଟିବା ପାଇଁ ଟିକଟକ ଲଣ୍ଡନରେ ନିଜ ମୁଖ୍ୟାଳୟ ସ୍ଥାପନ କରିବାକୁ ଯାଉଛି । ଏହି ନିକଟରେ ହିଁ କମ୍ପାନୀ ଡିଜ୍ନିର ସିଇଓ କେବିନ ମେୟରଙ୍କୁ ନିଜ ସିଇଓ ଭାବେ ନିଯୁକ୍ତ କରିଥିଲା । କେବିନଙ୍କ ଉପରେ ଟିକଟକ ସମେତ ବାଇଟଡ୍ୟାନ୍ସ ର ଅନେକ ଆପ୍ସର ଦାୟିତ୍ୱ ବି ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.