Below header

ମୁକୁଳ ରାୟଙ୍କ ଘର ବାହୁଡ଼ା, ବିଜେପି ଛାଡ଼ି ପୁଣି ମିଶିଲେ ଟିଏମ୍‌ସିରେ

କୋଲକାତା : ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଛାଡ଼ି ବିଜେପିକୁ ଯାଇଥିବା ମୁକୁଳ ରାୟ ଆଜି ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରି ଆସିଛନ୍ତି । ମୁଖ୍ୟମନ୍ତ୍ରୀ ମମତ ବାନାର୍ଜୀଙ୍କ ଉପସ୍ଥିତିରେ ପୁଅ ଶୁଭ୍ରଂଶୁ ରାୟଙ୍କ ସହ ସେ ଦଳକୁ ଫେରିଛନ୍ତି ।

ଟିଏମ୍‌ସିକୁ ଫେରିବା ପରେ ରାୟ କହିଛନ୍ତି, ବିଜେପିରେ ରହି ସେ ଅଣନିଶ୍ୱାସୀ ଅନୁଭବ କରୁଥିଲେ । ପୁଣି ଥରେ ପୁରୁଣା ଲୋକଙ୍କ ପାଖକୁ ଫେରି ସେ ଆନନ୍ଦିତ । ପୁରୁଣା ଦଳକୁ ଫେରି ଥିବାରୁ ସେ ଖୁସି ଅନୁଭବ କରୁଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାୟଙ୍କ ଫେରିବାକୁ ଘର ବାହୁଡା ବୋଲି କହିଛନ୍ତି । ହେଲେ ନିର୍ବାଚନ ପୂର୍ବରୁ ଯେଉଁମାନେ ଦଳ ଛାଡ଼ିଥିଲେ ଆଉ ସେମାନଙ୍କୁ ଦଳକୁ ନିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.