ବିବାହରେ ହୋଇଥିଲା ନୈଶ୍ୟ ଭୋଜିର ଆୟୋଜନ, ହୃଦୟ ଛୁଇଁଯିବ ଅତିଥିଙ୍କ ଭିଡିଓ

ଭାରତୀୟ ବିବାହ ନିଜ ଶୋବାଜି ପାଇଁ ପ୍ରସିଦ୍ଧ। ନିକଟରେ ଆନ୍ଧ୍ର ପ୍ରଦେଶର ନେଲୋରରେ ହୋଇଥିବା ଏକ ବିବାହ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। କୋଭିଡ କାଳରେ ହୋଇଥିବା ଏହି ନିଆରା ବିବାହର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି। ଏହି ଭିଡ଼ିଓକୁ ପ୍ରସିଦ୍ଧ ବିଜନେସମ୍ୟାନ ହର୍ଷ ଗୋଏନକା ସେୟାର କରିଛନ୍ତି।

ଏହି ବିବାହ ନିଜ ଅତିଥିଙ୍କ ଯୋଗୁ ଚର୍ଚ୍ଚାକୁ ଆସିଛି। ପ୍ରକୃତ କଥା ହେଉଛି, ଏଠି ମଣିଷ ବଦଳରେ ପଶୁପକ୍ଷୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। ତାଙ୍କ ପାଇଁ ଖାଦ୍ୟପେୟ ଅର୍ଥାତ ସୁସ୍ୱାଦୁ ଭୋଜିର ବି ଆୟୋଜନ ହୋଇଥିଲା। ଏହି ବିବାହ ଭୋଜିରେ ଗାଈ, ମଇଁଷି, ମାଙ୍କଡ଼ ଆଦିଙ୍କୁ ଡକାଯାଇଥିଲା। ତାଙ୍କ ପାଇଁ ଫଳ, ରୁଟି ଏବଂ ଚାରା ଆଦିର ବ୍ୟବସ୍ଥା କରାଯାଇଥିଲା।

ଏହି ବିବାହ ନିଖିଲ ଓ ରକ୍ଷାଙ୍କର ଥିଲା, ଯାହାଙ୍କୁ ସମସ୍ତେ ମନେ ରଖିବେ। ହର୍ଷ ଗୋଏନକା ଟ୍ୱିଟରରେ ସେୟାର କରିଥିବା ଭିଡିଓରେ କ୍ୟାପସନ ଲେଖିଛନ୍ତି କି, ନେଲୋରର ଏକ ଗୋଶାଳାରେ ବିବାହର ଆୟୋଜନ କରାଯାଇଥିଲା। ଏଠାରେ କେବଳ ପଶୁପକ୍ଷୀଙ୍କ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା। ଭିଡ଼ିଓକୁ ଏ ପର୍ଯ୍ୟନ୍ତ ୪୦ ହଜାରରୁ ଅଧିକ ଲୋକ ଦେଖି ସାରିଲେଣି। ସେହିପରି ୫୮୭ ୟୁଜର୍ସ ଏହାକୁ ରିଟ୍ୱିଟ କରିଥିବା ବେଳେ ୩ ହଜାରରୁ ଅଧିକ ଲୋକ ଲାଇକ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.