ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ୍ କୁନ୍ଦ୍ରାଙ୍କୁ ମିଳିଲା ଜାମିନ
କେନ୍ୟୁଜ୍(ବ୍ୟୁରୋ): ଅଭିନେତ୍ରୀ ଶିଲ୍ପା ସେଟ୍ଟୀଙ୍କ ସ୍ବାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ମିଲିଲା ଜାମିନ। ପର୍ଣ୍ଣଗ୍ରାଫି ଫିଲ୍ମ ନିର୍ମାଣ ମାମଲରେ ଗିରଫ ହୋଇ ୨ମାସ ହେବ ଜେଲରେ ଥିବା ରାଜ କୁନ୍ଦ୍ରାଙ୍କୁ ଜାମିନ ମିଳିଛି। ଆଜି ମୁମ୍ବାଇ କୋର୍ଟ ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କୁ ବେଲ୍ ଦେବା ସହ କୁନ୍ଦ୍ରାଙ୍କୁ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଛନ୍ତି।
ରାଜ କୁନ୍ଦ୍ରାଙ୍କ କମ୍ପାନିର ଆଇଟି ମୁଖ୍ୟ ରିଆନ୍ ଥର୍ପେଙ୍କୁ ମଧ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଅଶ୍ଳୀଳ ଫିଲ୍ମ ତିଆରି ତଥା ବିତରଣକୁ ନେଇ ଚଳିତ ବର୍ଷ ଜୁଲାଇରେ ମୁମ୍ବାଇ ପୁଲିସ କ୍ରାଇମ ଶାଖା ଦ୍ୱାରା ଉଭୟ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେ ଗିରଫ ହୋଇଥିଲେ।