କୋର୍ଟ ଭିତରେ ଫୁଟିଲା ଗୁଳି, ଜଜଙ୍କ ସାମ୍ନାରେ ହତ୍ୟା

ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ ଅଦାଲତରେ ପଶି ଅଭିଯୁକ୍ତ ମାନଙ୍କୁ ହତ୍ୟା କରିବା ପରି ଘଟଣା ହୁଏତ ଆପଣ କୌଣସି ସିନେମା ବା ଟିଭି ସିରିଏଲରେ ଦେଖିଥିବେ । କିନ୍ତୁ ଉତ୍ତରପ୍ରଦେଶର ନଯିବାବାଦ ଠାରେ ଏମିତି ହିଁ ସମାନ ଧରଣର ଘଟଣା ମଙ୍ଗଳବାର ଦ୍ବିପହର ୧.୪୦ ମିନିଟରେ ଘଟିଛି । ୭ ମାସ ତଳେ ହୋଇଥିବା ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ପୁଅ ନେଇଛି । ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ବିଜନୌର ସ୍ଥିର ମୁଖ୍ୟ ମାଜିଷ୍ଟ୍ରେଟଙ୍କ କୋର୍ଟରେ । ଆଜକୁ ସାତ ମାସ ପୂର୍ବେ ବିଏସପି ନେତା ହଜି ଅହମ୍ମଦ ଓ ତାଙ୍କ ଭଣଜା ସଦବଙ୍କୁ ହତ୍ୟା କରାଯାଇଥିଲା । ହତ୍ୟା ପଛର ମୁଖ୍ୟ ଅଭିଯୁକ୍ତ ଥିଲେ କୁଖ୍ୟାତ ଅପରାଧୀ ଶାହାନବାଜ ଓ ତାଙ୍କ ସହଯୋଗୀ ଜାଵର  । ଏମାନଙ୍କୁ ମଙ୍ଗଳବାର ବିଜନୌର ସ୍ଥିତ ସିଜେଏମ କୋର୍ଟକୁ ଦିଲ୍ଲୀ ପୋଲିସ ଶୁଣାଣି ପାଇଁ ଆଣିଥିଲେ ।

up court

ଏହି ସମୟରେ ହଜି ଅହମଦଙ୍କ ପୁଅ ନିଜ ଦୁଇ ସାଥୀଙ୍କ ସହ କୋର୍ଟ ପରିସରରେ ପଶି ପିସ୍ତଲରୁ ଆଖି ବୁଜା ଗୁଳି ଚଳାଇଥିଲେ । ଏଥିରେ କୋର୍ଟର ଗୋଟିଏ ପାଖରେ କାନ୍ଥକୁ ଲାଗି କରି ଛିଡା ହୋଇଥିବା ସାହାନବାଜ ମୃତ୍ୟୁବରଣ କରିଥିବା ବେଳେ ସମୟର ସୁଯୋଗ ନେଇ ସାଥି ଜାଵର ଫେରାର ହୋଇଯାଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ୩ ଜଣ ସହାନବଜ ଓ ଜାଵରଙ୍କୁ ଆଖିବୁଜା ଗୁଳି ଚାଲନା କରିଥିଲେ । ଏହି ସମୟରେ କୋର୍ଟ ପରିସରରେ ଉପସ୍ଥିତ ଥିବା ଅନ୍ୟ ଲୋକେ ଭୟରେ ଆତଙ୍କିତ ହୋଇ ଜୀବନ ବିକଳରେ ଏଣେତେଣେ ଦୌଡିବା ଆରମ୍ଭ କରି ଦେଇଥିଲେ । ଏହା ସହ ଜର୍ଜ ମଧ୍ୟ ଅନ୍ୟକୌଣସି ଉପାୟ ନ ପାଇ ଏକ ଟେବଳ ପଛ ପଟରେ ଲୁଚି ନିଜ ଜୀବନ ବଞ୍ଚାଇ ବାକୁ ଚେଷ୍ଟା କରିଥିଲେ । କୋର୍ଟର ଅନ୍ୟ ଏକ କର୍ମଚାରୀ ତିନି ଜଣଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିବାକୁ ଚେଷ୍ଟା କରିବା ସମୟରେ ଏମାନେ ତାଙ୍କ ଉପରେ ମଧ୍ୟ ଆକ୍ରମଣ କରିଥିଲେ ।

up court

ଏଥିରେ ଦିଲ୍ଲୀ ପୋଲିସର ଜଣେ ସିପାହୀ ସଂଜୀବ ମଧ୍ୟ ଗଭୀର ଭାବେ ଆହତ ହୋଇଛନ୍ତି । ଘଟଣା ଘଟାଇବା ପାରେ ସାହିଲ, ଅଫରାଜ, ସୁମିତ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଆହତ ମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇଛି । ଘଟଣା ପରେ ବିଜନୌର କୋର୍ଟ ପରିସରରେ ଏକ ପ୍ରକାର ଚାଞ୍ଚଲ୍ୟ ଖେଳି ଯାଇଛି । ସଙ୍ଗେ ସଙ୍ଗେ ନାଜିବାଦ ଏସ୍ପି ସଂଜୀବ ତ୍ୟାଗୀ ଅନ୍ୟ ମାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ । ପୋଲିସ ସହାନବଜ ଶବକୁ ହସ୍ପିଟାଲକୁ ପଠାଯାଇଥିବା ବେଳେ ଫେରାର ହୋଇଥିବା ଜାଵରକୁ ଖୋଜିବା ପାଇଁ ପୋଲିସ ତାର ତଲାସୀ ଅଭିଯାନ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଘଟଣାର ମୁଖ୍ୟ ଅଭିଯୁକ୍ତ ସାହିଲ ଓ ତାର ସାଥି ମାନଙ୍କୁ ପୋଲିସ ଭିନ୍ନ ଭିନ୍ନ ଭାବେ ପଚରାଉଚୁରା କରାଯାଉଛି ।

ଅଭିଯୁକ୍ତ ସାହିଲ ସ୍ୱୀକାର କରିଛି ଯେ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେବା ପାଇଁ ହିଁ ନିଜ ସାଥି ମାନଙ୍କ ସହ ଏହି ଘଟଣା ଘଟାଇବା ପାଇଁ ସେ ପୂର୍ବରୁ ଯୋଜନା କରିଥିଲେ । ସୁଯୋଗ ମିଳିବାରୁ ପୂର୍ବ ଯୋଜନା ଅନୁସାରେ କୋର୍ଟ ପରିସରରେ ଘଟଣାଟି ଘଟାଇଥିଲେ । ଏହାବାଦ ସେମାନେ ଅନ୍ୟ କିଛି ବିଶେଷ ତଥ୍ୟ ପୋଲିସ ନିକଟରେ ଏଯାବତ ପ୍ରକାଶ କରି ନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.