ଅମିତାଭ ଟ୍ଵିଟ୍‌ କରି ଲେଖିଲେ,‘‘ମୋ ପୁଅ, ପୁଅ ହେବା ଦ୍ୱାରା ମୋ ଉତ୍ତରାଧିକାରୀ ହେବ ନାହିଁ…’’

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ତଥା ଶେହନ୍ସା ଭାବେ ପରିଚିତ ଅମିତାଭ ବଚ୍ଚନ ଏବେ ବି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ପରିଣତ ବୟସରେ ମଧ୍ୟ ଏହି ଅଭିନେତା ନିଜ ଅଭିନୟ ଜାରି ରଖିଛନ୍ତି। ବର୍ତ୍ତମାନ ଅମିତାଭ ବଚ୍ଚନ ବ୍ରହ୍ମାସ୍ତ୍ର ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରଫେସନାଲ ଲାଇଫ୍‌ରେ ଏତେ ବ୍ୟସ୍ତ ଥିଲେ ମଧ୍ୟ ନିକଟରେ ବିଗ୍‌ ବି ପିତାଙ୍କ ସମ୍ମାନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପୋଲାଣ୍ଡ ଗସ୍ତ କରିଥିଲେ। ଏ ଅବସରରେ ଅମିତାଭ ଟ୍ଵିଟରରେ ଏକ ଟ୍ଵିଟ୍‌ କରି ଲେଖିଛନ୍ତି, ‘‘ମେରେ ବେଟେ, ବେଟେ ହୋନେ ସେ ମେରେ ଉତ୍ତରାଧିକାରୀ ନେହିଁ ହୋଙ୍ଗେ, ଜୋ ମେରେ ଉତ୍ତରାଧିକାରୀ ହୋଙ୍ଗେ େଓ୍ଵା ମେରେ ବେଟେ ହୋଙ୍ଗେ’’ ଅର୍ଥାତ୍‌ ମୋ ପୁଅ, ପୁଅ ହେବା ଦ୍ୱାରା ମୋ ଉତ୍ତରାଧିକାରୀ ହେବ ନାହିଁ, ଯିଏ ମୋ ଉତ୍ତରାଧିକାରୀ ହେବ ସେ ହେବ ମୋ ପୁଅ।

ଅମିତାଭଙ୍କ ଏହି ପୋଷ୍ଟକୁ ଲୋକେ ଅଭିଷେକ ବଚ୍ଚନଙ୍କ ପାଇଁ ବୋଲି ଭାବିଥିବା ବେଳେ ସତ କିନ୍ତୁ ଆଉ କିଛି। ବିଗ୍‌ ବି ଟ୍ଵିଟ୍‌ କରିଥିବା ଏହି ଧାଡ଼ି ଅଭିଷେକ ବଚ୍ଚନଙ୍କ ପାଇଁ ନୁହେଁ ଏହା ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଲିଖିତ ପଙ୍‌କ୍ତି। ଏହି ଟ୍ଵିଟ୍‌ରେ ଅମିତାଭ ଲେଖିଛନ୍ତି ଯେ ମୁଁ ସମସ୍ତ ପ୍ରୟାସ କରିବି ତାଙ୍କ ଉତ୍ତରାଧିକାରୀ ହେବା ପାଇଁ।


ମହାନ୍‌ କବି ହରିବଂଶ ରାୟ ବଚ୍ଚନଙ୍କୁ ପୋଲାଣ୍ଡଠାରେ ସମ୍ମାନିତ କରାଯାଇଛି। ଏ ଅବସରରେ ଅମିତାଭ ବିମାନବନ୍ଦରରୁ କେତେକ ଫଟୋ ସେୟାର କରିଛନ୍ତି। ଫଟୋରେ ଅମିତାଭଙ୍କୁ ପାରମ୍ପରିକ ଢଙ୍ଗରେ ପାଛୋଟି ନିଆଯାଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.