Below header

ଶିବପୁରାଣ କଥା ପାଇଁ ୬୦ ଏକର ଜମି ବିନା ସର୍ତ୍ତରେ ଦେଲେ ମୁସଲମାନ ପରିବାର, ଅଞ୍ଚଳବାସୀ କରୁଛନ୍ତି ପ୍ରଶଂସା

ମହାରାଷ୍ଟ୍ରର ପରଭଣୀ ଜିଲ୍ଲାରେ ଏକ ମୁସଲମାନ ପରିବାର ୫ ଦିନ ପାଇଁ ହେବାକୁ ଥିବା ଶିବପୁରାଣ କଥା ଯୋଗୁଁ ୬୦ ଏକର ଜମି ଦେଇଛନ୍ତି। ଆଉ ଏପରି ମହତ୍ତ୍ୱ କାମ କରି ସମସ୍ତଙ୍କ ସ୍ଥାନୀୟ ଅଞ୍ଚଳବାସୀଙ୍କ ହୃଦୟ ଜିତିନେଇଛନ୍ତି । କୌଣସି ହିନ୍ଦୁ ଧାର୍ମିକ କାର୍ଯ୍ୟକ୍ରମ ପାଇଁ ମୁସଲମାନ ପରିବାରର ଏପରି କାର୍ଯ୍ୟକୁ ଦେଖି ସମସ୍ତେ ଚକିତ ରହିଛନ୍ତି । ବିନା ସର୍ତ୍ତରେ ୬୦ ଏକର ଜମିରେ ଲାଗିଥିବା ଫସଲକୁ ଓପାଡି ହିନ୍ଦୁ ଧାର୍ମିକ କାର୍ଯ୍ୟ ପାଇଁ ମୁସଲମାନ ପରିବାର ଜାଗା ଦେବା ବହୁତ ବଡ କଥା । ଏଥିସହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଜ ତରଫରୁ ସମସ୍ତ ପ୍ରକାରର ସହଯୋଗ ମଧ୍ୟ କରିଛନ୍ତି।

ପୂର୍ବରୁ ଏହି ଜିଲ୍ଲାରେ ସାଂପ୍ରଦାୟିକ ହିଂସାକୁ ନେଇ ଚର୍ଚ୍ଚାରେ ରହିଥାଏ। ହେଲେ ଜିଲ୍ଲାରେ ରହୁଥିବା ସୟିଦ ପରିବାର ଏସବୁ ଭିତରେ ନିଜର ମହାନତା ଦେଖାଇ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି।

ଶିବସେନା ସାଂସଦ ସଞ୍ଜୟ ଯାଦବ ପରଭଣୀ ଜିଲ୍ଲାର ସହର ଉପକଣ୍ଠରେ ଗୋଟିଏ ଶିବପୁରାଣ କଥା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସେ ରାସ୍ତା କଡ଼ରେ ଗୋଟିଏ ବିରାଟ ଜମି ଚାହୁଁଥିଲେ । ତାଙ୍କ ସଂଗଠନ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଥିଲେ ହେଁ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ଜମି ପାଇ ନଥିଲେ। ସବୁ ବଡ ଜମି ଗୁଡ଼ିକରେ ଚାଷ କାମ ଚାଲିବା ଯୋଗୁଁ ଜମି ମିଳିନଥିଲା ।

ଜମି ମିଳୁ ନଥିବା କଥା ସୟିଦ ପରିବାର ଜାଣିବା ପରେ ନିଜ ଆଡ଼ୁ ଶିବପୁରାଣ କଥା କାର୍ଯ୍ୟକ୍ରମ ପାଇଁ ସେମାନଙ୍କ ଜମି ବ୍ୟବହାର କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ଜମିର ୧୫ ଏକର ଜମିରେ ଲାଗିଥିବା ମୁଗ ଫସଲକୁ ମଧ୍ୟ ଉପାଡି ଫୋପାଡିଦେଇଛନ୍ତି ।ଏହି ଜମିର ୧୫ ଏକରରେ ହରଡ଼ ଡାଲି ଓ ୪ ଏକର ଜମିରେ ଚଣା ଚାଷ ହୋଇଥିଲା। କିନ୍ତୁ ହିନ୍ଦୁ ସଂପ୍ରଦାୟର କାର୍ଯ୍ୟକ୍ରମ ପାଇଁ ସୟିଦ ପରିବାର ସେଗୁଡ଼ିକୁ କାଟି ଦେଇଥିଲେ। ସୟିଦ ପରିବାର ହରଡ଼ ଡାଲି ଓ ଚଣାକୁ ନିଜ ଘର, କର୍ମଚାରୀ ଓ ଗୃହ ପାଳିତ ପଶୁଙ୍କ ପାଇଁ ଚାଷ କରିଥିଲେ। ହେଲେ ଏସବୁକୁ ଓପାଡି ଫୋପାଡି ଦେଇଥିଲେ । ଆଉ ସୟିଦଙ୍କ ପରିବାର ପାଇଁ ଭଲରେ ଶିବପୁରାଣ କଥା ଆରମ୍ଭ ମଧ୍ୟ ହୋଇଛି । ଏବେ ମସୁଲିମ ପରିବାର ନିଜ ଫସଲ କାଟି ହିନ୍ଦୁ କାର୍ଯ୍ୟକ୍ରମ ପାଇଁ ଜମି ଯୋଗାଇ ଦେବା ଘଟଣାକୁ ସମସ୍ତେ ପ୍ରଶଂସା କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.