Below header

ମଝି ଆକାଶରେ ପ୍ରେମ: ବିମାନରେ ରୋମାଣ୍ଟିକ୍‌ ଅନ୍ଦାଜରେ ଗର୍ଲଫ୍ରେଣ୍ଡ୍‌କୁ ପ୍ରପୋଜ୍‌ କଲେ ଯୁବକ, ଏବେ ଭାଇରାଲ୍‌

ଲଭ୍‌ ଇନ୍‌ ଏୟାର । ମଝି ଆକାଶରେ ପ୍ରପୋଜ୍‌ । ବିମାନ ଭିତରେ ଆଣ୍ଠୁ ମାଡ଼ି ପ୍ରେମ ନିବେଦନ । ବିବାହ ପାଇଁ ଫ୍‌୍ଲାଇଟ୍‌ ଭିତରରେ ନିଆରା ଢଙ୍ଗରେ ନିଜ ପ୍ରେମିକାଙ୍କୁ ପ୍ରପୋଜ୍‌ କରିଛନ୍ତି ଯୁବକ । ସୋସିଆଲ୍‌ ମିଡିଆରେ ଏହି ଦୃଶ୍ୟ ଭାଇରାଲ୍‌ ହେବାରେ ଲାଗିଛି । ଜାନୁଆରୀ ୨ ତାରିଖରେ ଏୟାର ଇଣ୍ଡିଆ ବିମାନରେ ଏହି ଘଟଣା ଘଟିଛି।

ଲଣ୍ଡନରୁ ଭାୟା ହାଇଦ୍ରାବାଦ ଦେଇ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନ ଭିତରେ ଏହି ଘଟଣା ଦେଖିବାକୁ ମିଳିଥିଲା । ସେହି ବିମାନରେ ଥିଲେ ଦୁଇ ଲଭ୍‌ ବର୍ଡ । ଯୁବତୀ ନିଜ ସିଟରେ ବସିଥିବା ବେଳେ ସେଠାରେ ପହଞ୍ଚିଥିଲେ ପ୍ରେମିକ । ହାତରେ ଏକ ପିଙ୍କ୍‌ ବ୍ୟାନର ଧରିଥିଲେ । ଯେଉଁଥିରେ ଲେଖାଥିଲା ମୁଁ ତୁମ ସହ ସବୁବେଳେ ଚାଲିପାରିବି । ତୁମେ ମୋ ସହ ଚାଲିବାକୁ ପସନ୍ଦ କର କି ? ଏହାପରେ ଯୁବତୀ ଜଣକ ତାଙ୍କୁ ‘Yes’ କହିଥିଲେ।

 

View this post on Instagram

 

A post shared by Instant Bollywood (@instantbollywood)

ପରେ ଆଣ୍ଠୁ ମାଡି ଯୁବତୀଙ୍କୁ ପ୍ରପୋଜ କରିବା ସହ ମୁଦି ପିନ୍ଧାଇ ଥିଲେ । ବିବାହ କରିବାକୁ ହାତ ମାଗିଥିଲେ ଯୁବକ । ପ୍ରପୋଜକୁ ଗ୍ରହଣ କରିବା ସହ ଯୁବକଙ୍କୁ ଆଲିଙ୍ଗନ କରିଥିଲେ ପ୍ରେମିକା । ନିଜ ଜୀବନସାଥିଙ୍କୁ ବିମାନରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯୁବତୀ । ବିମାନର କ୍ର୍ୟୁ ମେମ୍ବର ଓ ପାସେଞ୍ଜର ସେମାନଙ୍କୁ ଚିଅର ଅପ୍‌ କରିଥିଲେ । ବିମାନ ଭିତରେ ସୃଷ୍ଟି ହୋଇଥିଲା ଏକ ରୋମାଣ୍ଟିକ୍‌ ପରିବେଶ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.