ତୃତୀୟ ଦିନିକିଆ ପୂର୍ବରୁ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ଦର୍ଶନ କରିବା ପାଇଁ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଶ୍ରୀଲଙ୍କା ବିପକ୍ଷରେ ତିରୁଅନନ୍ତପୁରମରେ ତୃତୀୟ ଦିନିକିଆ ମ୍ୟାଚ୍‌ ଆଜି ଖେଳିଯିବ । ଆଉ ତୃତୀୟ ଦିନିକିଆ ମ୍ୟାଚ ପୂର୍ବରୁ ଭାରତୀୟ କ୍ରିକେଟ ଟିମ୍‌ ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରକୁ ପ୍ରାର୍ଥନା କରିବା ପାଇଁ ଯାଇଛନ୍ତି। କିଛି ଖେଳାଳି ଏବଂ ବିସିସିଆଇ ଅନ୍ୟ କର୍ମକର୍ତ୍ତା ମନ୍ଦିର ପହଞ୍ଚି ଶ୍ରୀ ପଦ୍ମନାଭସ୍ୱାମୀଙ୍କୁ ଦର୍ଶନ କରିଛନ୍ତି । ଯୁଜବେନ୍ଦ୍ର ଚହଲ, ସୂର୍ଯ୍ୟକୁମାର ଯାଦବ, ଓ୍ଵାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଶ୍ରେୟସ ଆୟର ଏବଂ ବୋଲିଂ କୋଚ ପାରସ ମହମ୍ବ୍ରେ ସାମିଲ ରହିଛନ୍ତି । ବିସିସିଆଇ ଅଧିକାରୀ ଏବଂ ମନ୍ଦିର ଅଧିକାରଙ୍କ ସହିତ କ୍ରିକେଟରଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସୂଚନାଯୋଗ୍ୟ, ଆଜି ଶ୍ରୀଲଙ୍କା ବିପକ୍ଷରେ ଟିମ୍‌ ଇଣ୍ଡିଆ ତୃତୀୟ ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ ଲକ୍ଷ୍ୟରେ ରହିଛି । ଭାରତ ପୂର୍ବରୁ ୨ ଟି ମ୍ୟାଚ୍‌ ଜିତି ୨-୦ରେ ଆଗୁଆ ରହିଛି । ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଗୌହ୍ଵାଟୀ ଏବଂ ଦ୍ୱିତୀୟ ମ୍ୟାଚ୍‌ କୋଲକତାରେ ହୋଇଥିଲା ।

ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଭାରତ ଆଜି ତୃତୀୟ ମ୍ୟାଚ୍‌ ଜିତି କ୍ଲିନ୍‌ ସୁଇପ ଲକ୍ଷ୍ୟରେ ରହିଛି । ତେବେ ଆଜିର ମ୍ୟାଚରେ ଈଶାନ କିଶନ ଏବଂ ସୂର୍ଯ୍ୟକୁମାର ଯାଦବଙ୍କୁ ସୁଯୋଗ ମିଳିପାରେ ।

ଅର୍ଶଦୀପ ସିଂ ଓ ଓ୍ଵାଂଶିଟନ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେଇପାରନ୍ତି ରୋହିତ ଶର୍ମା । ରୋହିତଙ୍କ ସହ ଶୁବମନ ଗିଲ୍ ଓପନ୍ କରିବେ । ପରେ ବିରାଟ୍ କୋହଲି, ଶ୍ରେୟସ ଆୟର ଓ ରାହୁଲ ଆସିବେ । ଆଗକୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଥିବାରୁ ରୋହିତ ସେନା ଦୃଢ଼ ମନୋବଳ ସହ ଯିବାକୁ ଆଶା ରଖିଛି । ସେପଟେ ଶ୍ରୀଲଙ୍କା ଟିମ୍ ସମ୍ମାନ ରକ୍ଷା ପାଇଁ ଖେଳିବ । ପ୍ରଥମ ଦୁଇଟି ମ୍ୟାଚରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଥିଲା । ତେଣୁ କ୍ୟାପଟେନ୍ ଦସୁଦ୍ ଶନକା ବିଜୟ ସହ ଭାରତ ଗସ୍ତ ସାରିବାକୁ ଚାହିଁବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.