“ମୁଁ ମୋ ପାଇଁ ସ୍ତ୍ରୀ ଖୋଜୁଛି”, ଟ୍ୱିଟରରେ ଏମିତି ମଜାଦାର ଜବାବ ଦେଲେ ନାଗାଲାଣ୍ଡ ଶିକ୍ଷାମନ୍ତ୍ରୀ

ବର୍ତ୍ତମାନ ସମୟରେ ଆପଣ କିଛି ଭଲ କରନ୍ତୁ କିମ୍ବା ଖରାପ ସେ ସମୟର ଦୃଶ୍ୟ ଇଣ୍ଟରନେଟରେ ଖୁବ ଭାଇରାଲ ହେବାରେ ଲାଗିଛି  । ଏହା ବ୍ୟତୀତ କିଛି ବି ଘଟଣା ଘଟିଲେ ତାହା ବିଷୟରେ ସବିଶେଷ ତଥ୍ୟ ପାଇବା ପାଇଁ ଲୋକେ ତତକ୍ଷଣାତ ଇଣ୍ଟରନେଟରେ ସେବାଦରେ ଖୋଜିବା ଆରମ୍ଭ କରିଦେଉଛନ୍ତି  । ନାଗାଲାଣ୍ଡର ବିଜେପି ସରକାରରେ ବର୍ତ୍ତମାନ ସମୟରେ ଶିକ୍ଷା ତଥା ଜନଜାତିୟ ବିଭାଗର ମନ୍ତ୍ରୀ ଦାୟିତ୍ୱରେ ଥିବା ତେମଜେନ ଇମ୍ମା ଅଲଂଗ ବି ଆଜିକା ସମୟରେ ଏହି ତାଲିକାରେ ସାମିଲ ହୋଇଛନ୍ତି  । ଯାହାଙ୍କ ବିଷୟରେ ଲୋକମାନେ ଇଣ୍ଟରନେଟରେ ଖୋଜାଖୋଜି ଆରମ୍ଭ କରିଦେଇଛନ୍ତି  । ପୂର୍ବତ୍ତର ବାସିନ୍ଦାଙ୍କ ଛୋଟ ଛୋଟ ଆଖିକୁ ନେଇ ଦିଆଯାଇଥିବା ଏକ ଜବାବକୁ ନେଇ ଲୋକମାନେ ତେନଜେନଙ୍କ ବୁଦ୍ଧିମତ୍ତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି  । ଆଉ ଏହା ପରେ ତାଙ୍କ ଜନ୍ମ, ବୟସ, ଉଚ୍ଚତା, ଓଜନ, ଶିକ୍ଷାଗତ ଯୋଗ୍ୟତା ଆଦି ବାବଦରେ ଜାଣିବାକୁ ଗୁଗୁଲରେ ସର୍ଚ୍ଚ କରିବାକୁ ଲାଗିଯାଇଥିଲେ  । ଯେବେ ନାଗାଲାଣ୍ଡ ଶିକ୍ଷାମନ୍ତ୍ରୀଙ୍କ ନଜର ସେହି ଗୁଗୁଲ ସର୍ଚ୍ଚ ଉପରେ ପଡନ୍ତେ ସେ ଏକ ମଜାଳିଆ ଡ଼ାଇଲଗ ଦେଇଥିଲେ  । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି  ।

ପ୍ରକୃତରେ ତେମଜେନ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଟ୍ୱିଟ କରିବା ସମୟରେ କହିଛନ୍ତିକି ଗୁଗୁଲ ସର୍ଚ୍ଚରେ ତାଙ୍କ ନାଁ ଦେବା ମାତ୍ରେ ହିଁ ତାଙ୍କ ପତ୍ନୀଙ୍କ ପାଇଁ ବି ସର୍ଚ୍ଚ ରେଜଲ୍ଟ ଦେଖାଦେଉଛି  । ଏବେ ଯାଏଁ ଅବିବାହିତ ଥିବା ତେନଜେନ କମେଣ୍ଟ ବକ୍ସରେ କହିଛନ୍ତିକି ସେ ନିଜେ ଏବେ ବି ସ୍ତ୍ରୀ ଖୋଜୁଛନ୍ତି  । ଆଉ ଏହି ଟ୍ୱିଟ ପରେ ହିଁ ହୁଏତ ଲୋକଙ୍କୁ ଜଣାପଡିଛିକି ତେନଜେମ ବିବାହିତ ନୁହନ୍ତି  । ଆଉ ଏହାର ଫାଇଦା ନେଇଥିଲେ Shaadi.com ର ସଂସ୍ଥାପକ ଅନୁପମ ମିତ୍ତଲ  । ଏହି ମୌକାର ଭରପୁର ଫାଇଦା ଉଠାଇ ରିପ୍ଲାଇ ଦେଇଛନ୍ତିକି ଏବେ Shaadi.comକୁ ହିଁ କିଛି କରିବାକୁ ପଡିବ  । ପୁଣିଥରେ ନାଗାଲାଣ୍ଡ ମନ୍ତ୍ରୀ ଲୋକଙ୍କ ହୃଦୟ ଜିତି ନେଇଛନ୍ତି  ।

ଆଉ ଏହି ଟ୍ୱିଟର ଜବାବରେ ତେନଜେନ କହିଛନ୍ତିକି- ଭାଇ ଏବେ ଆମେ ବିନ୍ଦାସ ଅଛୁ  । ସଲ୍ମାନ ଭାଇଙ୍କ ବିବାହକୁ ଅପେକ୍ଷା କରିଛୁ  ।ଯେବେକି ଅନୁପମ ମିତ୍ତଲ ବି ମଜାଦାର ଜବାବ ଦେଇ ଲେଖିଛନ୍ତିକି ଆପଣ ଯଥାଶୀଘ୍ର ଆସି ଯାଆନ୍ତୁ  । ସଲମାନ ଭାଇଙ୍କ ପାଇଁ ଅପେକ୍ଷା କରନ୍ତୁ ନାହିଁ  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.