ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ, ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ମିଳିଲା ବିକ୍ରମ ଲ୍ୟାଣ୍ଡରର ସନ୍ଧାନ । ବିକ୍ରମ ଲ୍ୟାଣ୍ଡରର ଫଟୋ ଜାରି କଲା ନାସା । ନାସା ମୁନ୍‌ ମିସନ ବିକ୍ରମ ଲ୍ୟାଣ୍ଡରର ଭଗ୍ନାବଶେଷ ପାଇଛି । ସେପ୍‌ଟେମ୍ବର ୭ରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା । ହେଲେ ଶେଷ ମୁହୂର୍ତ୍ତରେ ବିକ୍ରମ ଲ୍ୟାଣ୍ଡର ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ସେପ୍‌ଟେମ୍ବର ଶେଷ ସପ୍ତାହରେ ନାସାର ମୁନ୍‌ ମିଶନ ସହାୟତାରେ ଫଟୋ ନିଆଯାଇଥିବା । ସେତେବେଳେ ଅନ୍ଧକାର ଥିବାରୁ ସ୍ପଷ୍ଟ ଦେଖାଯାଇନଥିଲା । ପୁଣି ଅକ୍ଟୋବର ନଭେମ୍ବର ମାସରେ ନାସା ମୁନ୍‌ ମିଶନ ଆରମ୍ଭ ହୋଇଥିଲା । ନଭେମ୍ବରରେ ନିଆଯାଇଥିବା ଫଟୋରେ ବିକ୍ରମ ଲ୍ୟାଣ୍ଡରର ସ୍ପଷ୍ଟ ଚିତ୍ର ରହିଛି । ଚନ୍ଦ୍ରପୃଷ୍ଠରେ ଅବତରଣର ପୂର୍ବ ଓ ପର ଫଟୋ ଜାରି କରିଛି ନାସା । ଚନ୍ଦ୍ର ପୃଷ୍ଠରେ ଅବତରଣ କରିବା ଭାରତ ପାଇଁ ଏକ ଗୌରବର ବିଷୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.