Below header

ତିନୋଟି ରାଜ୍ୟରେ କଂଗ୍ରେସ ଆଗୁଆ, ଗଢିବ କି ସରକାର ?

ନୂଆଦିଲ୍ଲୀ (କେନ୍ୟୁଜ୍) : କେନ୍ୟୁଜ୍ ବର୍ତ୍ତମାନ ୫ଟି ରାଜ୍ୟର ମତଗଣନା ଜାରି ରହିଛି । ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମିଜୋରାମ ଏବଂ ତେଲେଙ୍ଗାନା ଉପରେ ସାରା ଦେଶର ନଜର ରହିଛି । ଅପରାହ୍ନ ଭିତରେ ଚିତ୍ର ସ୍ପଷ୍ଟ ହୋଇଯିବ କି, କିଏ କେଉଁ ରାଜ୍ୟରେ ସରକାର ଗଢିବ। ତେବେ ଟ୍ରେଣ୍ଡ ଅନୁଯାୟୀ ଦେଖିଲେ ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ କଂଗ୍ରେସ ଆଗୁଆ ରହିଛି । ସେହିପରି ତେଲେଙ୍ଗାନାରେ ଟିଆରଏସ୍ ଏବଂ ମିଜୋରାମ ରେ ଏମଏନଏଫ୍ ଉଭୟ ଆଞ୍ଚଳିକ ଦଳ ଆଗୁଆ ରହିଛି । ତେବେ ମଧ୍ୟପ୍ରଦେଶ , ଛତିଶଗଡ ଏବଂ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ବର୍ତ୍ତମାନ ସରକାରରେ ରହିଛି । ସେହିପରି ତେଲେଙ୍ଗନାରେ ତେଲେଙ୍ଗାନା ରାଷ୍ଟ୍ର ସମିତି ଏବଂ ମିଜୋରାମରେ କଂଗ୍ରେସ ସରକାର ରହିଛି । ପାଞ୍ଚ ରାଜ୍ୟର ଏହି ନିର୍ବାଚନ ପରିଣାମ ୨୦୧୯ ନର୍ବାଚନର ସେମିଫାନାଲ୍ ଭାବେ ନିଆଯାଇଛି ।

ଅଧିକ ଅପଡ଼େଟ ପାଇଁ ଫଲୋ କରନ୍ତୁ ଆମ ଟ୍ବିଟର ପେଜ୍ https://twitter.com/knewsodia

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.