ପୁଟିନ ଶାନ୍ତି ନୁହେଁ ବରଂ ଅଧିକ ଯୁଦ୍ଧ ପାଇଁ କରୁଛନ୍ତି ପ୍ରସ୍ତୁତି : ନାଟୋ ମୁଖ୍ୟ

ପୁଟିନଙ୍କ ପୋଲ ଖୋଲିଲା ନାଟୋ ମୁଖିଆଙ୍କ ମନ୍ତବ୍ୟ। ନାଟୋର ମୁଖ୍ୟ ଜେନସ ଷ୍ଟୋଲଟେନ ବର୍ଗ କହିଛନ୍ତି, ପୁଟିନ ଶାନ୍ତି ନୁହେଁ ବରଂ ଅଧିକ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛନ୍ତି। ଇରାନ ଓ ନର୍ଥ କୋରିଆ ଭଳି ଶ୍ୱେଚ୍ଛାଚାରୀ ଶାସକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଆଣିବାକୁ ଯୋଜନା କରୁଛନ୍ତି।

ନୂଆଦିଲ୍ଲୀ : ପୁଟିନଙ୍କ ପୋଲ ଖୋଲିଲା ନାଟୋ ମୁଖିଆଙ୍କ ମନ୍ତବ୍ୟ। ନାଟୋର ମୁଖ୍ୟ ଜେନସ ଷ୍ଟୋଲଟେନ ବର୍ଗ କହିଛନ୍ତି, ପୁଟିନ ଶାନ୍ତି ନୁହେଁ ବରଂ ଅଧିକ ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛନ୍ତି। ଇରାନ ଓ ନର୍ଥ କୋରିଆ ଭଳି ଶ୍ୱେଚ୍ଛାଚାରୀ ଶାସକଙ୍କ ସହ ଯୋଗାଯୋଗରେ ଅଛନ୍ତି ଏବଂ ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଆଣିବାକୁ ଯୋଜନା କରୁଛନ୍ତି।

ଦୁଇଦିନ ତଳେ ଚିନ ରାଷ୍ଟ୍ରପତି ଜିନ୍‌ ପିଙ୍ଗ୍‌ ମସ୍କୋ ଗସ୍ତ କରି ପିସ ପ୍ଲାନ ନେଇ ପୁଟିନଙ୍କ ସହ ଆଲୋଚନା କରିଥିବା ନେଇ ଆଲୋଚନା ହୋଇଥିଲା, ହେଲେ ଏହାର ତିଳେମାତ୍ର ପ୍ରଭାବ ପୁଟିନଙ୍କ ଉପରେ ପଡ଼ିନଥିବା ଏବେ ଚର୍ଚ୍ଚା ହେଉଛି। ଅନ୍ୟପଟେ ୟୁକ୍ରେନକୁ କମ୍‌ କ୍ଷମତା ସମ୍ପନ୍ନ ୟୁରାନିୟମ୍‌ ଗୋଳାବାରୁଦ ସହ ଟ୍ୟାଙ୍କ ଦେଉଛି ବ୍ରିଟେନ୍‌ ।

ଯୁଦ୍ଧ କ୍ଷେତ୍ରରେ ୟୁକ୍ରେନକୁ ସହାୟତା ନେଇ ବ୍ରିଟେନର ନିଷ୍ପତ୍ତି ପରେ ଚିହିଁକି ଉଠିଛନ୍ତି ପୁଟିନ । ବ୍ରିଟେନକୁ ଚେତାବନୀ ଶୁଣାଇଛନ୍ତି । ଯୁଦ୍ଧକୁ ଅଧିକ ବଢ଼ାଇବାକୁ ପାଶ୍ଚାତ୍ୟ ଦେଶ ଚାହୁଁଥିବା ଋଷ ପକ୍ଷରୁ କୁହାଯାଇଛି।