ନାଟୋର ସମରସଜ୍ଜା, ରୁଷିଆ ସୀମାରେ ଠୁଳ କରୁଛି ହଜାର ହଜାର ସୈନ୍ୟ

କେନ୍ୟୁଜ୍(ବ୍ୟୁରୋ): ରୁଷ-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ବେଳେ ହାଇଆଲର୍ଟରେ ନାଟୋ ସେନା । ଘନ ଘନ ବୈଠକ ବସୁଛି । ଆଲୋଚନା କରୁଛନ୍ତି ନାଟୋ ସଦସ୍ୟ ରାଷ୍ଟ୍ର । ସ୍ଥିତି ଉପରେ ରହିଛି କଡ଼ା ନଜର । ଗତକାଲି ନାଟୋ ବୈଦେଶିକ ମନ୍ତ୍ରୀ ଏକାଠି ହୋଇଥିଲେ । ୟୁକ୍ରେନର ରକ୍ଷା ଓ ମାନବୀୟ ସାହଯ୍ୟ ପ୍ରସଙ୍ଗରେ ଆଲୋଚନା କରିଥିଲେ । ନାଟୋ ମହାସଚିବ ଜେନ୍ସ ଷ୍ଟୋଲଟେନ୍ଵର୍ଗ କହିଛନ୍ତି, ନାଟୋ ସଦସ୍ୟ ରାଷ୍ଟ୍ରଙ୍କୁ ସବୁବେଳେ ସହାୟତା କରି ଆସିଛି । ସହଯୋଗୀ ୩୦ ରାଷ୍ଟ୍ରକୁ ସୁରକ୍ଷିତ ରଖିବା ନାଟୋର ମୂଳ ଲକ୍ଷ୍ୟ । ନାଟୋ ୟୁକ୍ରେନ-ରୁଷିଆ ବିବାଦର ଅଂଶବିଶେଷ ନୁହେଁ । ବର୍ତ୍ତମାନ ସ୍ଥିତି ୟୁକ୍ରେନରୁ ଆଉ ଆଗକୁ ନବଢୁ ସେକଥା ସୁନିଶ୍ଟିତ କରିବା ପାଇଁ ନାଟୋ ଉତ୍ତରଦାୟୀ । ନହେଲେ ଅଧିକ ବିଧ୍ୱଂସକାରୀ ଓ ବିପଜ୍ଜନକ ହୋଇପାରେ ।

ଜଳ, ସ୍ଥଳରେ ନାଟୋ କରିଛି ସମରସଜ୍ଜା । ଫୋର୍ସ ଫୁଲ୍‌ ରେଡି । ରୁଷକୁ ଲାଗି ୟୁରୋପୀୟ ସଂଘ ରାଷ୍ଟ୍ରର ସୀମାରେ ଠୁଳ ହୋଇଛନ୍ତି ନାଟୋର ହଜାର ହଜାର ଫୋର୍ସ । ୧୨୫ରୁ ଅଧିକ ଲଢୁଆ ଯୁଦ୍ଧ ବିମାନ ଆଲର୍ଟରେ ଅଛନ୍ତି । ସମୁଦ୍ରରେ ପ୍ରସ୍ତୁତ ହୋଇ ରହିଛନ୍ତି ନାଟୋର ୧୫୦ରୁ ଅଧିକ ଯୁଦ୍ଧ ଜାହାଜ । ୟୁକ୍ରେନ୍‌ ସହ ଯୁଦ୍ଧକୁ ପୁଟିନ୍‌ ତୁରନ୍ତ ବନ୍ଦ କରନ୍ତୁ ବୋଲି ଦାବି କରିଛି ନାଟୋ ।

ପୁଟିନ୍‌ଙ୍କ ବିରୋଧରେ ଛିଡ଼ା ହୋଇଛି ଆମେରିକା, ୟୁରୋପ ଓ ନାଟୋ । ରୋମାନିଆରେ ଆଲର୍ଟରେ ଆମେରିକା ସୈନ୍ୟ ଅଛନ୍ତି ।
ଲାଟଭିଆର ମିଲିଟାରୀ ଏୟାରଫିଲ୍ଡରେ ପହଞ୍ଚଛି ଆମେରିକାର ୨୦ଟି ଲଢୁଆ ଆପେଚେ ହେଲିକେପ୍ଟର । ମିଳିତ ସମରାଭ୍ୟାସ କରିଛନ୍ତି ପୋଲାଣ୍ଡ ଓ ଆମେରକା ସୈନ୍ୟ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.