ନିଜ ଜନ୍ମମାଟିକୁ ଫେରିଲେ ଭାରତର ସୁନା ପୁଅ ନୀରଜ, ଦେଖନ୍ତୁ ଭିଡିଓ

ଟୋକିଓ ଅଲିମ୍ପିକ୍ସରେ ସୁନା ଜିତିବା ପରେ ନିଜ ଘରକୁ ଆଜି ଫେରୁଛନ୍ତି ନୀରଜ। ଭାରତ ପାଇଁ ପ୍ରଥମ ପଦକ ଜିତି ସମସ୍ତଙ୍କ ମନରେ ଏବେ ରାଜ୍ କରୁଛନ୍ତି ନୀରଜ ଚୋପ୍ରା। ସବୁ ଭାରତୀୟଙ୍କ ଗର୍ବ ଓ ଗୌରବ ନୀରଜ ଆଜି ଘରକୁ ଫେରିଛନ୍ତି। ହରିଆଣାର ପାନିପତ ନିକଟସ୍ଥ ଖାଣ୍ଡ୍ରା ଗାଁକୁ ଯିବାକୁ ନୀରଜଙ୍କ ପାଇଁ କରାଯାଇଛି ଭବ୍ଯ ସ୍ବାଗତ।

ନୀରଜ ଏକ ଧଳା ରଙ୍ଗର ଗାଡିରେ ନିଜ ସ୍ବର୍ଣ୍ଣ ପଦକ ପକାଇ ସମସ୍ତଙ୍କୁ ଧନ୍ଯବାଦ ଜଣାଇ ରାସ୍ତାରେ ଯାଉଥିବା ନଜର ଆସିଥିବା ବେଳେ ତାଙ୍କ ପ୍ରଶଂସକମାନେ ତାଙ୍କୁ ରାସ୍ତାରେ ପାଛୋଟି ନେଉଛନ୍ତି। ଭିଡିଓରେ ତାଙ୍କ ପାଖରେ ଅନ୍ଯ କାରରେ ସୁରକ୍ଷାକର୍ମୀ ମଧ୍ୟ ନଜର ଆସୁଛନ୍ତି।

ସୂଚନାଯୋଗ୍ଯ, ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଫାଇନାଲରେ ନୀରଜ ଚୋପ୍ରା ପ୍ରଥମ ରାଉଣ୍ଡରେ ୮୭.୦୩ ଏବଂ ଦ୍ବିତୀୟ ରାଉଣ୍ଡରେ ୮୭.୫୮ ଏବଂ ୩ୟ ରାଉଣ୍ଡରେ ୭୬.୭୯ମିଟର ଜାଭେଲିନ ଥ୍ରୋ କରିଥିଲେ। ତାଙ୍କର ଏହି ପ୍ରଥମ ରାଉଣ୍ଡ ରେକର୍ଡକୁ କେହି ବି ଟପିପାରିନଥିଲେ। ଫଳରେ ନୀରଜ ଭାରତ ପାଇଁ ସ୍ବର୍ଣ୍ଣ ଆଣିଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.