Below header

ଏ କି ପ୍ରତିଶୋଧ : ପାଣି ବୋତଲ କାନ୍ଧରେ ପଡ଼ିବାରୁ, ପରିବାରର ତିନିଜଣଙ୍କୁ ଚାପଡ଼ରେ ମାରିଲେ ପଡ଼ୋଶୀ

ନୂଆଦିଲ୍ଳୀ : ପଶ୍ଚିମଦିଲ୍ଲୀର ଖ୍ୟାଲା ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଜଣେ ପଡ଼ୋଶୀ ଏକ ଛୋଟ କଥାରେ ରାଗିଯାଇ ନିର୍ମମ ଭାବେ ଚାପଡ଼ରେ କରିଛନ୍ତି ଆକ୍ରମଣ। ତାଙ୍କ ଆକ୍ରମଣ ପରିବାରର ତିନିଜଣ ସଦସ୍ୟଙ୍କୁ କରିଥିଲେ କ୍ଷତବିକ୍ଷତ। ଆହତ ବିରୁ (୪୧), ତାଙ୍କ ସ୍ତ୍ରୀ ସୁନିତା(୩୫) ଏବଂ ପୁଅ ଆକାଶକୁ ଗୁରୁ ଗୋବିନ୍ଦ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ତେବେ ଡ଼ାକ୍ତର ସୁନିତାଙ୍କୁ ମୃତ ଘୋଷଣା କରିଥିବା ବେଳେ ଏବେ ଗୁରୁତର ଅଛନ୍ତି ବିରୁ ଏବଂ ଅକାଶ। ଆପଣ ବିଶ୍ବାସ କରିପାରିବେ ନାହିଁ କିନ୍ତୁ ପରିବାରର ଏପରି ଅବସ୍ଥା ପଛରେ କାରଣ ରହିଛି ଏକ ଛୋଟ ପାଣି ବୋତଲ।

murder 3

ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ସୁନିତାଙ୍କ ଝିଅ ସ୍କୁଲରୁ ଫେରୁଥିଲା। ସେହି ସମୟରେ ହଠାତ୍ ତା ପାଣି ବୋତଲ ହାତରୁ ଖସି ପଡ଼ିଗଲା ପଡ଼ୋଶୀ ମହମ୍ମଦ ଆଜାଦ(୪୦)ଙ୍କ କାନ୍ଧ ଉପରେ। ଏହି କଥାରେ ଆଜାଦ ଭିଷଣ ରାଗି ଯାଇଥିଲେ। ଏପରିକି ଗତ ବୁଧବାର ପର‌୍ୟ୍ୟନ୍ତ ଦୁଇ ପରିବାର ମଧ୍ୟରେ ଲାଗି ରହିଥିଲା ଝଗଡ଼ା। ଏହି ସମୟରେ ଆଜାଦ ଉଠାଇଥିଲେ ଏପରି ପଦକ୍ଷେପ ଯାହା ବିଷୟରେ କିଏ ଭାବି ମଧ୍ୟ ପାରିବେନି। ସେ ଘରେ ଥିବା ଚାପଡ଼ରେ ପଡ଼ୋଶୀ ପରିବାରକୁ ଅତି ନିର୍ମମ ଭାବେ ଚୋଟ ମାରି ଫେରାର ହୋଇଯାଇଥିଲେ। ଯାହା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର କରିଥିଲା ତଦନ୍ତ।

murder 2

ପୋଲିସ ସୂଚନା ମୁତାବକ, ଅଭିଯୁକ୍ତ ଆଜାଦ ଏବଂ ସୁନିତାଙ୍କ ପରିବାର ଆମ୍ନାସାମ୍ନା ଘରେ ରହୁଥିଲେ। ବୋତଲ ପଡ଼ିବା କାରଣରୁ ଦୁହିଁଙ୍କ ମଧ୍ୟରେ ଖୁବ୍ କଥା କଟାକଟି ହୋଇଥିଲା। ଫଳରେ ଆକାଶ ଆସି ଆଜାଦଙ୍କ ଘର କବାଟକୁ ଏକ ଗୋଇଠା ଦେଇଥିଲେ। ଯେଉଁଥିରେ ଅତ୍ୟକ୍ତ ଭାବେ ରାଗିଯାଇ ଆଜାଦ ଘରେ ଥିବା ଚାପଡ଼ରେ ପ୍ରଥମେ ଆକାଶକୁ ମାରିଥିଲା। ପୁଅକୁ ବଞ୍ଚାଇବାକୁ ଆସିବାରୁ ଆଜାଦ୍ ସୁନିତା ଏବଂ ବିରୁକୂ ମଧ୍ୟ ଚାପଡ଼ରେ ଆକ୍ରମଣ କରିଥିଲା।

ଆକ୍ରମଣରେ ଆହତ ବାପ-ପୁଅଙ୍କ ପେଟ ସଂପୂର୍ଣ୍ଣ କଟିଯାଇଥିବା ବେଳେ ସୁନିତାଙ୍କ ଶରୀରର ବିଭିନ୍ନ ଅଂଶ ଅତ୍ୟକ୍ତ ଭାବେ ଘାଇଲା ହୋଇଥିଲା। ଆହତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସୁନିତାଙ୍କ ମ୍ତ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଜୀବନ ପାଇଁ ଲଢ଼ୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.