ଏବେ ସେଲ୍ସମ୍ୟାନ ନୁହଁ ବରଂ ଡ୍ରୋନ ଗ୍ରାହକଙ୍କୁ ପହଞ୍ଚାଇବ ଖାଦ୍ୟ, zomatoର ନୂଆ ନିୟମ ଆରମ୍ଭ

ବେଙ୍ଗାଲୁରୁ (କେନ୍ୟୁଜ) : ଘରେ ଘରେ ଖାଇବା ପହଞ୍ଚାଇବାରେ ସକ୍ଷମ ହୋଇଛି ଅନଲାଇନ ଫୁଡ଼ ଡ଼େଲିଭେରି ସର୍ଭିସ ଜମାଟୋ । ଏନେଇ ଏବେ ନୁଆ ଉପାୟରେ ଗ୍ରାହକଙ୍କ ନିକଟରେ ଖାଦ୍ୟ ପହଁଚାଇବାକୁ ସ୍ଥିର କରିଛି କମ୍ପାନି । ତେବେ ଆପଣଙ୍କୁ କହିବାକୁ ଚାହିଁବୁ କିଛିଦିନ ତଳେ ଜମାଟୋର ଏକ ସେଲ୍ସମ୍ୟାନ ଖାଦ୍ୟ ଡେଲିଭରି ସମୟରେ ଗ୍ରାହକଙ୍କ ଖାଦ୍ୟକୁ ଖାଇବା ଭିଡିଓ ଭାଇରାଲ ହୋଇଥିଲା। ଯାହାପରେ କମ୍ପାନି ଉପରେ ଗ୍ରାହକଙ୍କ ବିଶ୍ବାସ କିଛି ମାତ୍ରାରେ ଡୋହଲି ଯାଇଥିଲା ।

ଏଣୁ ଗ୍ରାହକଙ୍କ ବିଶ୍ବାସ ଆଉଥରେ ଜିତିବା ପାଇଁ ଏବଂ ତାଙ୍କୁ ଅଧିକ ସୁବିଧା ଯୋଗାଇବା ପାଇଁ କମ୍ପାନି ଏକ ନୁଆ ନିୟମ ଆରମ୍ଭ କରିଛି । ଏନେଇ ଜମାଟୋ ଏବେ ଡ୍ରୋନ ମାଧ୍ୟମରେ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହାଁଚାଇବାକୁ ନିର୍ଣ୍ଣୟ କରିଛି । ଯାହା ଦ୍ବାରା ଗ୍ରାହକଙ୍କ ନିକଟରେ ସଠିକ୍ ସମୟରେ ଏବଂ ସୁରକ୍ଷିତ ଖାଦ୍ୟ ପହଞ୍ଚିବ।

zomato-drone

ଭାରତ ସରକାର ଡ୍ରୋନ ୨.୦ ଯୋଜନା ଦ୍ୱାରା ଜାନବାହାନ,ବାୟୁ ଟ୍ୟାକ୍ସି,କେମେରା ଆଦି ଚାଲିବାକୁ ନିୟମ ରଖିଛନ୍ତି। ଏଣୁ ଅନଲାଇନ୍ ଖାଦ୍ୟ ଡ୍ରୋନ ଦ୍ୱାରା ଡେଲିଭେରି ହୋଇପାରିବ ବୋଲି ସୁଚନା ମିଳିଛି । ତେବେ ମାର୍ଚ୍ଚ ୨୦୧୯ ଠାରୁ ଜମାଟୋ ପ୍ରଥମ ଥର ୨.୦ ପଲିସି ଅନୁସାରେ ଖାଦ୍ୟ ଗ୍ରାହକ ମାନଙ୍କ ନିକଟରେ ପହଁଚାଇବ ବୋଲି ସୁଚନା ପ୍ରଦାନ କରିଛି । ଏହି ସେବା ଦ୍ୱାରା ଆଉ କୈାଣସି ଅସୁବିଧା ଆସିବ ନାହିଁ ଏବଂ ଗ୍ରାହକ ମାନଙ୍କର ଖାଦ୍ୟ ଅଳ୍ପ ସମୟରେ ଏବଂ ସୁରକ୍ଷିତ ଭାବେ ପହଁଚି ପାରିବ ବୋଲି ଜମାଟୋ କର୍ତୁପକ୍ଷଙ୍କ ପକ୍ଷରୁ ସୁଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.