ଦୁନିଆର ସବୁଠାରୁ ସ୍ପିଡ଼୍ ପ୍ରୋସେସର ଏବଂ DSLRଭଳି କ୍ୟାମେରା ସହ ଲଞ୍ଚ କରିବ OnePlus 7

ନୂଆଦିଲ୍ଲୀ : ଚାଇନାର OnePlu ସ୍ମାର୍ଟଫୋନ ନିର୍ମାତା କମ୍ପାନି, OnePlus 6Tର ସଫଳତା ପରେ ଏବେ ବଜାରରେ OnePlus 7୭ ଲଞ୍ଚ କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି। ବର୍ତ୍ତମାନ ପର‌୍ୟ୍ୟନ୍ତ OnePlus 7ନେଇ କୌଣସି ଆଧିକାରୀକ ଘୋଷଣା ହୋଇନାହିଁ। କିନ୍ତୁ କିଛି ଲିକ୍ ରିପୋର୍ଟରୁ ଏହି ସ୍ମାର୍ଟଫୋନ ନେଇ ଅନେକ କଥା ସାମ୍ନାକୁ ଆସିଛି। ଏବେ ନିକଟରେ ଲିକ୍ ହୋଇଥିବା ତଥ୍ୟ ଅନୁଯାୟୀ, ଏହାର ଡିସପ୍ଳେ ଖାସ ରହିବା ସହ ଏଥିରେ ଖୁବ୍ ଦମଦାର କ୍ୟାମେରା ମଧ୍ୟ ରହିବ। କ୍ୟାମେରାର କ୍ବାଲିଟି ବିଷୟରେ କହିବାକୁ ଗଲେ OnePlus 7ର କ୍ୟାମେରା ବିଲକୁଲ DSLR କ୍ୟାମେରା ଭଳି ରହିବ।

oneplus_7

ନିକଟରେ OnePlusର ପ୍ରତିଦ୍ବନ୍ଦୀ କମ୍ପାନି ଓପୋ ଖୁବ୍ ଶୀଘ୍ର ୧୦X ଅପ୍ଟିକଲ ଜୁମ୍ କ୍ୟାମେରା ସହ ନିଜର ନୂଆ ସ୍ମାର୍ଟଫୋନ ଲଞ୍ଚ କରିବ ବୋଲି କହିଥିଲା। ତେବେ ଏହି ପ୍ରକାରର କ୍ୟାମେରା ୱାନପ୍ଳସରେ ମଧ୍ୟ ଦିଆଯିବ ବୋଲି ଶୁଣିବାକୁ ମିଳୁଛି। ୧୦X ଭର୍ସନ କ୍ୟାମେରା, 5X ଅପ୍ଟିକଲ ଜୁମ୍ ସିଷ୍ଟମର ଅପଗ୍ରେଡ଼ ଭର୍ସନ ଅଟେ। ଏହା ନିଶ୍ଚିତ ଜଣାପଡ଼ିଛି କି, OnePlus 7ରେ କ୍ବାଲକମ୍ ର ସ୍ନାପଡ୍ରାଗନ ୮୫୫ ପ୍ରୋସେସର ସହ ଲଞ୍ଚ ହେବ।

ଏହାକୁ ଦୁନିଆର ସବୁଠାରୁ ତୀବ୍ର ପ୍ରୋସେସର ବୋଲି କୁହାଯାଉଛି। ଏହା ମଧ୍ୟ ସମ୍ଭବ କି OnePlus 7ରେ ୫ଜି ସପୋଟ ରହିବ। ତେବେ ଚାଇନା କମ୍ପାନି OnePlusର ପ୍ରଥମ ୫ଜି ସ୍ମାର୍ଟଫୋନ ଭାବେ ଲଞ୍ଚ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.