ଜୁଲାଇ ପହିଲାରୁ ଲାଗୁ ହେବ ୩ ନୂଆ ଫୌଜଦାରୀ ଆଇନ, ନାବାଳିକାଙ୍କୁ ଗଣଦୁଷ୍କର୍ମ ଓ ଭିଡ ହିଂସା ପାଇଁ ଫାଶୀ ଦଣ୍ଡ
ଜୁଲାଇ ୧ରୁ ଦେଶରେ ଲାଗୁ ହେବ ନୂଆ ଆଇନ। ବ୍ରିଟିଶ ଅମଳର ଆଇନ ଉଚ୍ଛେଦ ପରେ ଲାଗୁ ହେବାକୁ ଯାଉଛି ନୂଆ ଆଇନ। ଏଣିକି ଦେଶରେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ଯ ଅଧିନିୟମ। ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

ନୂଆଦିଲ୍ଲୀ : ଜୁଲାଇ ୧ରୁ ଦେଶରେ ଲାଗୁ ହେବ ନୂଆ ଆଇନ । ବ୍ରିଟିଶ ଅମଳର ଆଇନ ଉଚ୍ଛେଦ ପରେ ଲାଗୁ ହେବାକୁ ଯାଉଛି ନୂଆ ଆଇନ । ଏଣିକି ଦେଶରେ ଲାଗୁ ହେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ଭାରତୀୟ ନ୍ୟାୟ ସଂହିତା ଓ ଭାରତୀୟ ସାକ୍ଷ୍ଯ ଅଧିନିୟମ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
୨୦୨୩ ଡିସେମ୍ବର ୨୧ରେ ସଂସଦର ଉଭୟ ଗୃହରେ ଏହା ପାରିତ ହେବା ପରେ ଡିସେମ୍ବର ୨୫ତାରିଖରେ ରାଷ୍ଟ୍ରପତିଙ୍କ ଅନୁମୋଗନ ଲାଭ କରି ଏହା ଆଇନରେ ପରିଣତ ହୋଇଥିଲା । ଭାରତୀୟ ନ୍ୟାୟ ସଂହିତାରେ ୨୧ ନୂଆ ଅପରାଧକୁ ସାମିଲ କରାଯାଇଛି । ଏହାସହ ୪୧ ଅପରାଧ ପାଇଁ ଦଣ୍ଡାଦେଶର ଅବଧିକୁ ବୃଦ୍ଧି କରାଯାଇଛି। ଭାରତୀୟ ନ୍ୟାୟ ସଂହିତା ଅନୁଯାୟୀ ଦେଶରେ ପ୍ରଥମ ଥର ଅପରାଧିକ ନ୍ୟାୟ ପ୍ରଣାଳିରେ ଟେକନୋଲୋଜିର ପ୍ରୟୋଗ କରାଯିବ ।
ଏଫଆଇଆର ସମେତ ସମସ୍ତ ପ୍ରକ୍ରିୟା ଅନଲାଇନରେ ହେବ । ୩ଦିନ ମଧ୍ୟରେ ରୁଜୁ ହେବ ଏଫଆଇଆର । ବାରମ୍ବାର ତାରିଖ ବଦଳରେ ତିନିବର୍ଷ ମଧ୍ୟରେ ତ୍ବରିତ ନ୍ୟାୟ ସୁନିଶ୍ଚିତ ହେବ । ଭାରତୀୟ ନ୍ୟାୟ ସଂହିତାରେ ରାଜଦ୍ରୋହ ଧାରାକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଥିଲା । ଏହା ବଦଳରେ ଦେଶଦ୍ରୋହ ଆଇନ ଲାଗୁ ହେବ । ଭାରତୀୟ ନ୍ୟାୟ ସଂହିତାରେ ମହିଳା ଓ ଶିଶୁଙ୍କ ପାଇଁ ବିଶେଷ ପ୍ରାବଧାନ ରହିଛି । ୧୮ବର୍ଷରୁ କମ ଯୁବତୀଙ୍କୁ ଦୁଷ୍କର୍ମ ଅପରାଧରେ ଆଜୀବନ କାରାଦଣ୍ଡ ଓ ମୃତ୍ୟୁଦଣ୍ଡର ପ୍ରାବଧାନ ରହିଛି । ଗଣଦୁଷ୍କର୍ମ ମାମଲାରେ ୨୦ବର୍ଷ କିମ୍ବା ବଞ୍ଚିଥିବା ପର୍ଯ୍ୟନ୍ତ ଜେଲ ଦଣ୍ଡ ରହିଛି ।