ପୁରୁଷ ହକି ପ୍ରୋ-ଲିଗର: ପେନାଲଟି ଶୁଟ୍ ଆଉଟରେ ଭାରତକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ

ପୁରୁଷ ହକି ପ୍ରୋ-ଲିଗର ଚତୁର୍ଥ ଦିନର ଦ୍ବିତୀୟ ମ୍ୟାଚ୍ ବେଶ ଦମଦାର। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦମଦାର ଖେଳ ହୋଇଥିଲା । ପେନାଲଟି ଶୁଟ୍ ଆଉଟ୍ ରେ ଭାରତକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ ଦଳ ।

ରାଉରକେଲା (କେନ୍ୟୁଜ): ପୁରୁଷ ହକି ପ୍ରୋ-ଲିଗର ଚତୁର୍ଥ ଦିନର ଦ୍ବିତୀୟ ମ୍ୟାଚ୍ ବେଶ ଦମଦାର । ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦମଦାର ଖେଳ ହୋଇଥିଲା । ମୁଖ୍ୟ ଅତିଥିଭାବେ ଜାମ୍ମୁ କାଶ୍ମୀରର ପୋଲିସ ଡିଜି ରଶ୍ମି ରଞ୍ଜନ ସ୍ବାଇଁ ଯୋଗଦେଇ ମ୍ୟାଚର ଶୁଭାରମ୍ଭ କରିଥଲେ । ପେନାଲଟି ଶୁଟ୍ ଆଉଟ୍ ରେ ଭାରତକୁ ପରାସ୍ତ କରିଛି ଅଷ୍ଟ୍ରେଲିଆ ଦଳ । ହାଇ ଭୋଲଟେଜ୍ ମ୍ୟାଚ୍ ଦେଖିବାକୁ ଦର୍ଶକଙ୍କ ଭିଡ଼ ଜମିଥିଲା ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଭଲ ପ୍ରଦର୍ଶନ କରିଥିଲା । ଚତୁର୍ଥ କ୍ୱାର୍ଟରରେ ପେନାଲଟି ଷ୍ଟ୍ରୋକକୁ ଅଟକାଇ ଭାରତକୁ ରକ୍ଷା କରିଥିଲେ ଶ୍ରୀଜେସ। ଅଷ୍ଟ୍ରେଲିଆ ଦଳର ଟମ କ୍ରାଇଗ ଚତୁର୍ଥ କ୍ୱାଟର ବେଳକୁ ପୁଣି ଏକ ଗୋଲ କରି ସ୍କୋର କୁ ୨-୨ ରେ ରହିଥିଲେ ଉଭୟ ଟିମ୍ । ଶେଷରେ ପେନଲଟି ଶୁଟ ଆଉଟ ହୋଇଥିଲା। ଶୁଟ ଆଉଟରେ ଭାରତକୁ ୩-୦ଗୋଲରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ତେବେ ଏହି ମ୍ୟାଚକୁ ଶିକ୍ଷା ଭାବେ ଗ୍ରହଣ କରି ଆଗକୁ ଅଧିକ ଭଲ ପ୍ରଦର୍ଶନ କରିବେ ବୋଲି କହିଛନ୍ତି କ୍ୟାପଟେନ ହରମନ ପ୍ରୀତ। ଖେଳାଳିଙ୍କ ପ୍ରଦର୍ଶନ ସହ ଦର୍ଶକଙ୍କ ଆଚରଣକୁ ବେଶ୍ ପ୍ରଶଂସା କରିଥିଲେ ଅତିଥିବୃନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.