Below header

ଜନ୍ମମାଟିକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ କେଉଁ ସବୁ କାର୍ଯ୍ୟକ୍ରମରେ ଦେବେ ଯୋଗ

ଦୁଇ ଦିନ ପରେ ଓଡ଼ିଶା ଆସିବେ ମହାମହିମ । ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ୨ ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଓ ସମ୍ୱଲପୁର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଭୁବନେଶ୍ୱର (କେନ୍ୟୁଜ): ଦୁଇ ଦିନ ପରେ ଓଡ଼ିଶା ଆସିବେ ମହାମହିମ । ୨୮ ତାରିଖରୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିଜ ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲା ୨ ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ଵର, ବ୍ରହ୍ମପୁର ଓ ସମ୍ୱଲପୁର ଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ୨୮ ତାରିଖ ଅପରାହ୍ନରେ ରାଞ୍ଚିରୁ ବାୟୁସେନାର ସ୍ଵତନ୍ତ୍ର ବିମାନ ଯୋଗେ ବାହିରିବେ । ରାଇରାଙ୍ଗପୁରରେ ଅପରାହ୍ଣ ୪ଟା ୪୫ ମିନିଟରେ ପହଞ୍ଚିବେ ରାଷ୍ଟ୍ରପତି ।

ସେଠାରୁ ଆସିବେ CPWD ସେଣ୍ଟ୍ରାଲ୍ ଗମେଣ୍ଟ ହଲିଡେ ହୋମ । ସେଠାରେ ୫ଟା ୧୫ରୁ ୬ ଯାଏ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ନିଜ ବାସଭବନରେ ରାତ୍ରୀଯାପନ କରିବେ ରାଷ୍ଟ୍ରପତି । ୨୯ ତାରିଖ ସକାଳ ୯ଟା ୧୫ ମିନିଟରେ ଖିଚିଂ ଯିବେ । ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ଵରୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ପୂଜାର୍ଚ୍ଚନା ସହ ଆରତି କରିବା କାର୍ଯ୍ୟକ୍ରମ ରହିଛି । ସେଠାରେ ପାଖାପାଖି ଘଣ୍ଟାଏ ରହିବେ ରାଷ୍ଟ୍ରପତି । ୧୦ଟା ୨୦ ମିନିଟ ଖିଚିଂରୁ ବାହାରି କଦଳୀବାଡ଼ି ଗାଁକୁ ଯିବେ । ସେଠାରେ ଅବହେଳିତ ଜନଜାତି ଗୋଷ୍ଠୀଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ତାପରେ କେନ୍ଦୁଝର ଆସିବେ ମହାମହିମ।

ଅପରାହ୍ ଣ ୩ଟାରେ ଧରଣୀଧର ବିଶ୍ବବିଦ୍ୟାଳୟ ପହଞ୍ଚିବେ । ସେଠାରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନାଚକ୍ରକୁ ଉଦଘାଟନ କରିବେ ରାଷ୍ଟ୍ରପତି । ୪୫ ମିନିଟ କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଆସିବେ । ସନ୍ଧ୍ୟା ୫ଟା ୪ ମିନିଟରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ । ସେଠାରୁ ଆସିବେ ଉତ୍କଳ ବିଶ୍ବବିଦ୍ୟାଳୟ । ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି । ବାଣୀବିହାରରେ ଘଣ୍ଟାଏ ରହିବା କାର୍ଯ୍ୟକ୍ରମ ରହିଛି । ରାଜଭବନରେ ରାତ୍ରିଯାପନ କରିବେ । ମାର୍ଚ୍ଚ ୧ ତାରିଖ ସକାଳ ୯ଟାରେ ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯିବେ । ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି । ସେଠାରେ ସକାଳ ୧୦ଟା ୩୫ରୁ ୧୧ଟା ୩୫ ମିନିୟ ଯାଏ ଘଣ୍ଟାଏ କାର୍ଯ୍ୟକ୍ରମ ସାରି ଭୁବନେଶ୍ବର ଫେରିବେ ।

ରାଜଭନନରେ ମଧ୍ୟାହ୍ନ ଭୋଜନ କରିବେ ରାଷ୍ଟ୍ରପତି । ଅପରାହ୍ଣରେ ଯିବେ କଟକ । ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ଅପରାହ୍ଣ ୪ଟାରୁ ୫ଟା ଯାଏ ରହିବେ । ରାଜଭନନରେ ରାତ୍ରି ଯାପନ କରିବେ ରାଷ୍ଟ୍ରପତି । ୨ ତାରିଖ ସକାଳେ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଭୁବନେଶ୍ବରରୁ ବାୟୁସେନା ବିମାନରେ ବାହାରି ୧୦ଟା ୫୦ରେ ଝାରସୁଗୁଡ଼ା ଏୟାରପୋର୍ଟରେ ପହଞ୍ଚିବେ ମହାମହିମ। ସେଠାରୁ ହେଲିକପ୍ଟର ଯୋଗେ ଆସିବେ କଦଳୀଗଡ଼ । ପରେ ରେଢ଼ାଖୋଲରେ ବି କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୫ଟା ୪୫ରେ ଝାରସୁଗୁଡ଼ା ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.