ବଦଳିଲା ପାଗ, ୨୭ ଯାଏ ତାତିରୁ ତ୍ରାହି

ବଦଳିଲା ପାଗ, ଖସିଲା ପାରଦ। ୩୫ ଡିଗ୍ରୀ ତଳକୁ ଖସିଛି ଦିନ ତାପମାତ୍ରା। ୨୭ ଯାଏ ତାତିରୁ ତ୍ରାହି। ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ ତଳମୁହାଁ ହୋଇଛି ପାରଦ। ଆଉ ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ।

ଭୁବନେଶ୍ୱର (କେନ୍ୟୁଜ): ବଦଳିଲା ପାଗ, ଖସିଲା ପାରଦ। ୩୫ ଡିଗ୍ରୀ ତଳକୁ ଖସିଛି ଦିନ ତାପମାତ୍ରା। ୨୭ ଯାଏ ତାତିରୁ ତ୍ରାହି। ରାଜ୍ୟରେ ଅଧିକାଂଶ ସ୍ଥାନରେ ପାଗ ମେଘୁଆ ରହିବା ସହ ତଳମୁହାଁ ହୋଇଛି ପାରଦ। ଆଉ ୩ ଦିନ ପର୍ଯ୍ୟନ୍ତ ଏଭଳି ପାଗ ଲାଗି ରହିବ। ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଲାଗିରହିଛି। ଆଜି ବି କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ନୟାଗଡ଼, ଖୋର୍ଦ୍ଧା ଓ ପୁରୀରେ ଗତ ଦୁଇ ଦିନ ଧରି ମେଘୁଆ ପାଗ ଲାଗି ରହିଛି। ପଶ୍ଚିମା ଝଡ଼ ଏବଂ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଜଳୀୟ ବାଷ୍ପ ବାୟୁମଣ୍ଡଳକୁ ପ୍ରବେଶ କରୁଛି। ଏହାର ପ୍ରଭାବରେ ପାଗ ମେଘୁଆ ରହିବା ସହ ବର୍ଷା ହେଉଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୨୦ ଡିଗ୍ରୀ ତଳରୁ ଖସିଛି। ୨୮ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ।

You might also like