କଂଗ୍ରେସରେ ନୂଆ ନିୟମ: ଗୋଟିଏ ପରିବାରକୁ ଗୋଟିଏ ଟିକେଟ, କିନ୍ତୁ ଗାନ୍ଧୀ ପରିବାର ବାଦ୍‌ !

କେନ୍ୟୁଜ୍(ବ୍ୟୁରୋ):  ଗୋଟିଏ ପରିବାର, ଗୋଟିଏ ଟିକେଟ । କଂଗ୍ରେସରେ ଗୋଟିଏ ପରିବାରରୁ ଜଣଙ୍କୁ ଟିକେଟ ନିୟମ ଲାଗୁ ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ଏହାଦ୍ୱାରା ଗୋଟିଏ ପରିବାରର ଏକାଧିକ ବ୍ୟକ୍ତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଦଳୀୟ ଟିକେଟ ପାଇବେ ନାହିଁ । କିନ୍ତୁ ଏହି ନିୟମରୁ ଗାନ୍ଧୀ ପରିବାରକୁ ବାଦ୍‌ ଦିଆଯିବ । ରାଜସ୍ଥାନ ଉଦୟପୁରରେ ଆଜିଠୁ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିର ଆରମ୍ଭ ହୋଇଛି । ନିର୍ବାଚନରେ ଗୋଟିଏ ପରିବାରର ଜଣଙ୍କୁ ଟିକେଟ ସହ ଦଳର ବିଭିନ୍ନ ପଦପଦବୀ ପାଇଁ ବୟସସୀମା ରଖିବା ପ୍ରସଙ୍ଗ ଏଜେଣ୍ଡାରେ ସ୍ଥାନ ପାଇଛି ।

ସୋନିଆ, ରାହୁଲ, ପ୍ରିୟଙ୍କା ଶିବିରରେ ସାମିଲ ହୋଇଛନ୍ତି । ସେହିପରି ବିଭିନ୍ନ ରାଜ୍ୟରୁ ପ୍ରାୟ ୪ଶହରୁ ଅଧିକ ତୁଙ୍ଗ ନେତା ବୈଠକରେ ଯୋଗ ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କୁ AICC ଅଧ୍ୟକ୍ଷ କରିବାକୁ ଦାବି ଜୋର ଧରିଛି । ସବୁଠୁ ବଡ଼ କଥା ହେଲା ଏହି ଚିନ୍ତନ ଶିବିରରେ G-23 ଗ୍ରୁପ୍‌ର କପିଲ ସିବଲ ଅନୁପସ୍ଥିତ ଅଛନ୍ତି । ଯାହାକୁ ନେଇ ଚର୍ଚ୍ଚା ଜୋର୍‌ । ଆଗାମୀ ବିଧାନସଭା ନିର୍ବାଚନ ଓ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଷ୍ଟ୍ରାଟେଜୀ ଉପରେ ଚିନ୍ତନ ଶିବିରରେ ଆଲୋଚନା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.