Below header

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗ, ସାଇବର ଅପରାଧୀଙ୍କୁ ଜବାବ ଦେବ ମାଇକ୍ରୋସଫ୍ଟର ନୂଆ ସଫ୍ଟଓଏର

ନୂଆଦିଲ୍ଲୀ : ପ୍ରଶ୍ନପତ୍ର ଲିକ୍‌ ରୋକିବା ପାଇଁ ମାଇକ୍ରୋସଫ୍ଟ ଏକ ସ୍ୱତନ୍ତ୍ର ସଫ୍ଟଓଏର ପ୍ରସ୍ତୁତ କରିଛି । ଏହି ସଫ୍ଟଓଏର ଜରିଆରେ ମାତ୍ର ୩୦ ମିନିଟ୍‌ ପୂର୍ବରୁ ଛାତ୍ର ଛାତ୍ରୀଙ୍କ ପାଖରେ ପହଞ୍ଚିଯିବ ଡିଜିଟାଲ ପ୍ରଶ୍ନପତ୍ର । ଏଥିରେ ପେପର ଲିକ୍‌ ହେବାର ସମ୍ଭାବନା କମ୍‌ । ସାଇବର ଅପରାଧୀମାନେ ପରୀକ୍ଷା ଆରମ୍ଭ ହେବାର ୩୦ ମିନିଟ୍‌ ପରେ ଏହାକୁ ଡାଉନ୍‌ଲୋଡ୍‌ କରି ପାରିବେ । କିନ୍ତୁ ସେଥିରେ ପରୀକ୍ଷା କେନ୍ଦ୍ରର ଓ୍ଵାଟର ମାର୍କ ରହୁଥିବାରୁ ସଂପୃକ୍ତ ସାଇବର ଅପରାଧୀଙ୍କୁ ଧରି ହେବ । ଚଳିତ ବର୍ଷ ସିବିଏସ୍‌ଇ ଦଶମ ଶ୍ରେଣୀ କମ୍ପାର୍ଟମେଣ୍ଟାଲ ପରୀକ୍ଷା ବେଳେ ଏହି ପ୍ରକ୍ରିୟାକୁ ୪୮୭ଟି କେନ୍ଦ୍ରରେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯାଇଥିଲା । ଯାହା ସଫଳ ରହିଛି । ଗତ ବାର୍ଷିକ ପରୀକ୍ଷା ବେଳେ ଦ୍ୱାଦଶ ଶ୍ରେଣୀର ଗଣିତ ଏବଂ ଦଶମ ଶ୍ରେଣୀର ଇକୋନୋମିକ୍ସ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ସିବିଏସ୍‌ଇକୁ କଡ଼ା ସମାଲୋଚନାର ସାମନା କରିବାକୁ ପଡ଼ିଥିଲା । ବର୍ତ୍ତମାନର ପଦ୍ଧତି ଅନୁଯାୟୀ ପ୍ରଶ୍ନପତ୍ରର ଲିଙ୍କ ପ୍ରତି କେନ୍ଦ୍ରକୁ ଇ-ମେଲ ଜରିଆରେ ପଠାଯାଉଛି । ଯାହକୁ ସେଠାରେ ଡାଉନ୍‌ଲୋଡ୍‌ କରି ପିଲାଙ୍କୁ ଦିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.