IBPSରେ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ : ୮.୯୪ ଲକ୍ଷ ଦରମା, ପଢନ୍ତୁ କେମିତି କରିବେ ଆବେଦନ

ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାକିଙ୍ଗ୍ ପର୍ସନାଲ୍ ସିଲେକ୍ସନ୍ (IBPS) ରେ ଚାକିରି କରିବାକୁ ଇଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି IBPS । ରିସର୍ଚ୍ଚ ଆସୋସିଏଟ୍, ଡେପୁଟି ମ୍ୟାନେଜର୍ ଏବଂ ଲ ଅଫିସର୍ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ ନଜର ପକାନ୍ତୁ ସବିଶେଷ ବିବରଣୀ ଉପରେ ।

ପଦବୀ ସଂଖ୍ୟା :

IBPS ସମୁଦାୟ ୬ଟି ପଦବୀ ପାଇଁ ଅବେଦନ ମାଗିଛି ।

ପଦବୀ :

ରିସର୍ଚ୍ଚ ଆସୋସିଏଟ୍ – ୧
ଡେପୁଟି ମ୍ୟାନେଜର୍ (ଆକାଉଂଟ) – ୨
ଲ ଅଫିସର୍ – ୩

ଯୋଗ୍ୟତା :

ରିସର୍ଚ୍ଚ ଆସୋସିଏଟ୍ : ଇଛୁକ ପ୍ରାର୍ଥୀ ଯେକୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୫୫ ପ୍ରତିଶତ ରଖି ଗ୍ରାଜୁଏସନ୍ କରିଥିବା ଆବଶ୍ୟକ । ଏହା ସହ ଏକାଡମିକ୍ ରିସର୍ଚ୍ଚ, ଟେଷ୍ଟ ଡେଭଲପମେଂଟ୍ ଏବଂ ପ୍ରୋଜେକ୍ଟ ମ୍ୟାନେଜରର ଅଭିଜ୍ଞତା ମଧ୍ୟ ଥିବା ଆବଶ୍ୟକ ।

ଡେପୁଟି ମ୍ୟାନେଜର୍ (ଆକାଉଂଟ) : ଇଛୁକ ପ୍ରାର୍ଥୀ ଚାଟାର୍ଡ ଆକାଉଣ୍ଟାଟ୍ ହୋଇଥିବେ ।

ଲ ଅଫିସର୍ : ପ୍ରାର୍ଥୀ ଏଲଏଲବି ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।

ଦରମା : ସିଲେକ୍ଟ ହୋଇଥିବା ପ୍ରାର୍ଥୀଙ୍କୁ ଦରମା ରହିବ ୮,୯୪,୧୭୫ ଟଙ୍କା ।

ବୟସ ସୀମା :

ରିସର୍ଚ୍ଚ ଆସୋସିଏଟ୍ ଏବଂ ଡେପୁଟି ମ୍ୟାନେଜର୍ ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ବୟସ ୩୦ ବର୍ଷରୁ ଅଧିକ ହୋଇନଥିବ ।

ଲ ଅଫିସର୍ : ୩୩ ବର୍ଷରୁ ଅଧିକ ହୋଇନଥିବା ଆବଶ୍ୟକ ।

କେମିତି ହେବ ଚୟନ ପ୍ରକ୍ରିୟା :

ଅନଲାଇନ୍ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ ହେବ ଚୟନ ପ୍ରକ୍ରିୟା ।

କେମିତି କରିବେ ଆବେଦନ :

ଇଛୁକ ପ୍ରାର୍ଥୀ IBPSର ସରକାରୀ ୱେବସାଇଟ୍ ସଭକ୍ଟ୍ରଗ୍ଦ.ସଦ୍ଭ ରେ ଯାଇ ଆବେଦନ କରି ପାରିବେ ।

ଜରୁରୀ ତାରିଖ :

ଆବେଦନ କରିବାର ଶେଷ ତାରିଖ : ୨୪ ଅଗଷ୍ଟ ୨୦୧୮
ଆପ୍ଲିକେସନ୍ ଫର୍ମ ପ୍ରିଣ୍ଟ୍ କରିବାର ଶେଷ ତାରିଖ : ୮ ସେପ୍ଟେମ୍ବର ୨୦୧୮
ଅନଲାଇନ୍ ଫିସ୍ ଦେବାର ଶେଷ ତାରିଖ : ୨୪ ଅଗଷ୍ଟ ୨୦୧୮
ଆଡମିଟ୍ କାର୍ଡ ଡାଉନଲୋଡ୍ କରିବାର ଶେଷ ତାରିଖ : ୨୮ ଅଗଷ୍ଟ ୨୦୧୮
ଅନଲାଇନ୍ ପରୀକ୍ଷା : ୮ ସେପ୍ଟେମ୍ବର ୨୦୧୮

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.