ଏହି କାଗଜ ଦେଖାଇ ସରକାରଙ୍କ ଠାରୁ ମାଗଣାରେ ନିଅନ୍ତୁ ଫାସଟାଗ୍‌, ସୁଯୋଗ କରନ୍ତୁନି ହାତଛଡା

ଇଲେକଟ୍ରୋନିକ ଟୋଲ ସଂଗ୍ରହକୁ ବ୍ରୁଦ୍ଧି କରିବା ପାଇଁ କେନ୍ଦ୍ର ସରକାର ୧୫ ଫେବ୍ରୁୟାରୀ ଠାରୁ FASTag ମାଗଣାରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ କହିଛନ୍ତି ଯେ National Highways Authority of India (NHAI)  ଅର୍ଥାତ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ ଫାସଟାଗକୁ କିଣିବା ପାଇଁ ଲାଗୁଥିବା ୧୦୦ ଟଙ୍କାକୁ ୧୫ ଦିନ ପାଇଁ ଛାଡ କରିଦେଇଛନ୍ତି। NHAI ଜଣାଇଛନ୍ତି ଏହି ନୂଆ ନିୟମ ଅନୁଯାୟୀ ୧୫ ଫେବୃଆରୀ ଠାରୁ ୨୯ ଫେବୃଆରୀ ପର୍ଯ୍ୟନ୍ତ ଗ୍ରାହକଙ୍କୁ ଏହା ଛାଡ କରାଯିବ।

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଏକ ବୟାନରେ କହିଛନ୍ତିଯେ, ‘ରାଷ୍ଟ୍ରୀୟ ରାଜମାର୍ଗ ଟୋଲ ପ୍ଲାଜାରେ ଫାସଟାଗ୍‌ ଜରିଆରେ ୟୁଜର ଫିସର ଡିଜିଟାଲ ସଂଗ୍ରହକୁ ଆହୁରୀ ଅଧିକ ପ୍ରାଧାନ୍ୟ ଦେବା ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ, ଫେବୃଆରୀ ୧୫ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ପାଇଁ ଫାସଟାଗ ଚାର୍ଜକୁ ଛାଡ କରିଦେଇଛନ୍ତି।

କେମିତି ପାଇବେ ମାଗଣା ଫାସଟାଗ୍‌

fastagg

ଗାଡି ମାଲିକ କୌଣସି ବି ଅଧିକୃତ ପଏଣ୍ଟ-ଅଫ୍‌-ସେଲ ସ୍ଥାନକୁ ଯାଇ ବାହନର ବୈଧ ପଞ୍ଜୀକରଣ ପ୍ରମାଣ ପତ୍ର ନେଇ ଗଲେ ଆପଣଙ୍କୁ ମାଗଣାରେ FASTag ମିଳିପାରିବ। ଏହାଛଡା ୧୦୩୩ ହେଲ୍ପଲାଇନ ନମ୍ବରକୁ କଲ୍‌ କରି ମଧ୍ୟ ଏହି ବିଷୟରେ ସୂଚନା ପାଇପାରିବେ।

ଫାସଟାଗ୍‌ ପାଇଁ କେତେ ଟଙ୍କା ହୁଏ ଖର୍ଚ୍ଚ

ବହୁତ ପ୍ରଶ୍ନ ଆସେ ଯେ ଫାସଟାଗକୁ କିଣିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିଥାଏ। ଅଧିକୃତ ଫାସଟାଗ ଜାରୀ କରିବା ପାଇଁ ପ୍ରାୟ ୧୦୦ ଟଙ୍କା ଚାର୍ଜ ଲାଗିଥାଏ। ଏହାକୁ ନ୍ୟାସନାଲ ପେମେଣ୍ଟସ କରପୋରେସନ ଅଫ୍‌ ଇଣ୍ଡିଆ ନିର୍ଣ୍ଣୟ କରିଛନ୍ତି। କିନ୍ତୁ ସରକାର ଏବେ ଏହି ଚାର୍ଜକୁ ମାଗଣା କରିଦେଇଛନ୍ତି।

କେମିତି ରିଚାର୍ଜ କରିବେ ଫାସଟ୍ୟାଗ ଆକାଉଣ୍ଟ

paytmଆମେ ଯେମିତି ଆପଣଙ୍କୁ କହିଲୁ, ଫାସଟ୍ୟାଗ ଜରିଆରେ ଟୋଲ ପ୍ଲାଜାରେ ଟ୍ୟାକ୍ସ ପେମେଣ୍ଟ ଆପେ ଆପେ ହୋଇଥାଏ। କେବଳ ଏତିିକି ନୁହେଁ ଯଦି ଆପଣଙ୍କ ଫାସଟ୍ୟାଗ ଆକାଉଣ୍ଟରୁ ଟଙ୍କା ସରିଯାଏ, ତେବେ ଆପଣ ଏହାକୁ ପୁର୍ନବାର ରିଚାର୍ଜ କରାଇପାରିବେ। ଏବେ ଆପଣ ଭାବୁଥିବେ ଫାସଟ୍ୟାଗକୁ ରିଚାର୍ଜ କେମିତି କରାଯିବ? ତେବେ ଆମେ ଏଠି ଆପଣଙ୍କୁ କହି ରଖିବାକୁ ଚାହିଁବୁ ଯେ ଆପଣ ଏହାକୁ କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ, ଇଣ୍ଟରନେଟ୍‌ ବ୍ୟାକିଂ, ଏବଂ ଆରଟିଜିଏସ୍‌ ଦ୍ୱାରା ମଧ୍ୟ ରିଚାର୍ଜ କରାଇପାରିବେ। ଫାସଟ୍ୟାଗ ଖାତାରେ ଆପଣ ୧୦୦ ଟଙ୍କାରୁ ଆରମ୍ଭ କରି ୧ ଲକ୍ଷ ଟଙ୍କା ପଯ୍ୟର୍ନ୍ତ ରଖିପାରିବେ। ତେବେ ଫାଷ୍ଟ ଟ୍ୟାଗର ଭ୍ୟାଲିଡିଟୀ ୫ ବର୍ଷ ପଯ୍ୟର୍ନ୍ତ ରହିଥାଏ, ତେଣୁ ଏହି ସମୟ ବ୍ୟବଧାନ ପାରେ ଆପଣଙ୍କୁ ପୁଣି ଥରେ ଆଉ ଏକ ନୂଆ ଫାସଟ୍ୟାଗ କରିବାକୁ ପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.