ଆର୍ମି ସେଣ୍ଟରରେ ଏମିତି ଅବସ୍ଥାରେ ଅଛନ୍ତି ଚୀନ୍ରୁ ଫେରିଥିବା ଭାରତୀୟ, ଦେଖନ୍ତୁ ଲାଇଭ୍ ଫୁଟେଜ୍
ଚୀନ୍ର ବୁହାନରୁ ଭାରତ ଫେରିଥିବା ନାଗରିକଙ୍କୁ ମାନେସରଠାରେ ଏକ ଆର୍ମି ସେଣ୍ଟରରେ ରଖାଯାଇଛି। ଏଠାରେ ସେମାନଙ୍କର ସମ୍ପୂର୍ଣ୍ଣ ଯତ୍ନ ନିଆଯାଉଛି। ଆର୍ମି ଡାକ୍ତରମାନେ ନିୟମିତ ଭାବେ ସେମାନଙ୍କ ପରୀକ୍ଷା କରୁଛନ୍ତି। ସୂଚନାଯୋଗ୍ୟ ଯେ ଚୀନ୍ର ବୁହାନରୁ ୬୪୭ ଜଣ ଭାରତୀୟଙ୍କୁ ଫେରାଇ ଅଣାଯାଇଛି।
ଆର୍ମିର ଆଇସୋଲେସନ୍ ସେଣ୍ଟରରେ ଲୋକଙ୍କ ସମ୍ପୂର୍ଣ୍ଣ ଧ୍ୟାନ ରଖାଯାଉଛି। ଯାଞ୍ଚ ବେଳେ ୫ ଜଣଙ୍କ ଠାରେ କାଶ, ଥଣ୍ଡା ଭଳି ଲକ୍ଷଣ ଦେଖାଯାଇଥିଲା। ପରେ ସେମାନଙ୍କୁ ଦିଲ୍ଲୀସ୍ଥିତ ଆର୍ମି ବେସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ପରୀକ୍ଷା ଏମ୍ସରେ କରାଯାଇଥିବା ବେଳେ ରିପୋର୍ଟ ନେଗେଟିଭ୍ ଆସିଛି। ବାକି ୪ ଜଣଙ୍କ ରିପୋର୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ଆସିନାହିଁ।
ଚୀନ୍ରୁ ଭାରତୀୟଙ୍କୁ ଫେରାଇଆଣିବା ନିଷ୍ପତ୍ତି ହେବା ପରେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ମାନେସର ଆର୍ମି ସେଣ୍ଟରରେ ଆଇସୋଲେସନ୍ ସେଣ୍ଟର ପ୍ରସ୍ତୁତ କରାଯାଇଥିଲା।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ଯେ ଜାନୁଆରୀ ୧୫ରୁ ଚୀନ୍ରୁ ଭାରତ ଆସୁଥିବା ଲୋକଙ୍କୁ ସେଠାରେ ରଖାଯିବ। ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ସେମାନଙ୍କୁ ଦେଶ ଭିତରେ ପ୍ରବେଶ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା।