ବେଙ୍ଗାଲୁରୁ: ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲା, ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା NIA

ବେଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଦେବା ଲୋକଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି । ଏଠାରେ ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଏହି ପୁରସ୍କାର ରାଶି ଘୋଷଣା କରିଛି ।

ବେଙ୍ଗାଲୁରୁ ବିସ୍ଫୋରଣ ମାମଲାରେ ଆକ୍ରମଣକାରୀଙ୍କ ବିଷୟରେ ସୂଚନା ଦେବା ଲୋକଙ୍କୁ ମିଳିବ ୧୦ ଲକ୍ଷ ଟଙ୍କା ନଗଦ ପୁରସ୍କାର ରାଶି । ଏଠାରେ ରାମେଶ୍ୱରମ୍‌ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଏହି ପୁରସ୍କାର ରାଶି ଘୋଷଣା କରିଛି । ଏନ୍‌ଆଇଏ କହିଛି ଯେ ସୂଚନା ଦେଇଥିବା ଲୋକର ପରିଚୟ ଗୋପନ ରଖାଯିବ ।

ସୂଚନାଯୋଗ୍ୟ, ପୂର୍ବ ବେଙ୍ଗାଲୁରୁର ବ୍ରୁକ୍‌ଫିଲ୍ଡସ୍ଥିତ ରାମେଶ୍ୱରମ୍‌ କାଫେରେ ମାର୍ଚ୍ଚ ୧ରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ଅତି କମ୍‌ରେ ୧୦ ଜଣ ଲୋକ ଆହତ ହୋଇଥିଲେ । ଏହି ବିସ୍ଫୋରଣର ତଦନ୍ତ ଭାର ଏନ୍‌ଆଇଏକୁ ହସ୍ତାନ୍ତର କରାଯାଇଥିଲା ।

nia

photo: bengaluru 

ଟୋପି, ମାସ୍କ ଏବଂ ଚଷମା ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ମାମଲାରେ ମୁଖ୍ୟ ସନ୍ଦିଗ୍ଧ ଅଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ତାଙ୍କର କୌଣସି ସୁରାକ୍‌ ମିଳିପାରି ନାହିଁ ।

ବିସ୍ଫୋରଣର କାରଣ ଜଣାପଡ଼ି ନ ଥିବାବେଳେ ଏହା ସିଲିଣ୍ଡର ବିସ୍ଫୋରଣ ହୋଇପାରେ ବୋଲି ଅନୁମାନ କରାଯାଇଥିଲା । ରାମେଶ୍ୱରମ୍‌ ବେଙ୍ଗାଲୁରୁର ଅତି ପ୍ରସିଦ୍ଧ ଭୋଜନାଳୟ । ଏଠାରେ ସବୁବେଳେ ଲୋକଙ୍କ ଭିଡ଼ ଲାଗି ରହିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.