ଜେଜେବାପାଙ୍କ ଶୁଦ୍ଧିକ୍ରିୟା ସାରି ନଦୀରେ ଶୌଚ ହେଉଥିବା ବେଳେ ଭାସିଗଲା ନାତି

ମଙ୍ଗରାଜପୁର ଗାଁର ସୁଶାନ୍ତ ଗିରିଙ୍କ ପୁଅ ରାକେଶ ଗିରି ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା ସାରି କାଣି ନଦୀରେ ଶୌଚ ହେଉଥିବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଖୋଜା ଖୋଜି ଜାରିରଖିଥିବା ବେଳେ ଏଯାଏଁ ରାକେଶଙ୍କର କୌଣସି ପତ୍ତା ମିଳିନାହିଁ।

କେନ୍ଦ୍ରାପଡା(କେନ୍ୟୁଜ):  ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା ସାରି ଶୌଚ ହେଉଥିବା ବେଳେ ନଦୀରେ ଭାସିଗଲା ନାତି। କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମଙ୍ଗରାଜପୁର ଗାଁର ସୁଶାନ୍ତ ଗିରିଙ୍କ ପୁଅ ରାକେଶ ଗିରି ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା ସାରି କାଣି ନଦୀରେ ଶୌଚ ହେଉଥିବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ଖୋଜା ଖୋଜି ଜାରିରଖିଥିବା ବେଳେ ଏଯାଏଁ ରାକେଶଙ୍କର କୌଣସି ପତ୍ତା ମିଳିନାହିଁ। କାଣୀନଦୀ ପଠାରେ ପରିବାର ଲୋକେ ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ରାକେଶଙ୍କ ଜେଜେର ଶୁଦ୍ଧିକ୍ରିୟା କର୍ମ ହେଉଥିଲା । ରାକେଶ ଶୁଦ୍ଧି ହେବାପରେ ପାଖରେ ଥିବା ନଦୀକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ନଦୀର ସୁଅରେ ହଠାତ କେଉଁଆଡ଼େ ଭାସିଗଲେ ରାକେଶ । ତାଙ୍କୁ ଖୋଜାଖୋଜି କରାଯାଇଥିଲେ ହେଁ ତାଙ୍କର କୌଣସି ପତ୍ତା ମିଳି ପାରି ନାହିଁ । ଏପଟେ ଅଧୈର୍ଯ୍ୟ ହୋଇପଡ଼ିଛି ପୁରା ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.