Below header

ବହୁଚର୍ଚ୍ଚିତ ରାମ ବେହେରା ହତ୍ୟାକାଣ୍ଡ ପ୍ରସଙ୍ଗ : ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ

ବହୁ ଚର୍ଚ୍ଚିତ ରାମ ବେହେରା ହତ୍ୟାକାଣ୍ଡ ରେ ୫ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ । ୫୩ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଣାଇଛନ୍ତି ଐତିହାସିକ ରାୟ।

ଆନନ୍ଦପୁର (କେନ୍ୟୁଜ୍‌) : ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡରେ ୫ ଅପରାଧୀ ଙ୍କୁ ଫାଶୀ ଦଣ୍ଡାଦେଶ। ୫୩ ଜଣ ସାକ୍ଷୀ ଙ୍କ ବୟାନକୁ ଆଧାର କରି ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ ଶୁଣାଇଛନ୍ତି ଐତିହାସିକ ରାୟ। ୫ ଜଣ ଦୋଷୀ ହେଲେ ପ୍ରମୋଦ ଦାସ, ସଂଜିତ ପୃଷ୍ଟି, ଅରୁଣ ପୃଷ୍ଟି, ଅଲେଖ ପୃଷ୍ଟି, ଓ ଦୋଳ ବୋଇତେଇ । ୫ ବର୍ଷ ତଳେ ସାଧାରଣ ନିର୍ବାଚନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିଲା । ୨୦୧୯ରେ ରାମଚନ୍ଦ୍ର ବେହେରାଙ୍କୁ ହାତଗୋଡ ହାଣି ସଂଘବଦ୍ଧ ଭାବେ ହତ୍ୟା କରିଥିଲେ। ଘସିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କୁ ୨୦୧୯ ମାର୍ଚ୍ଚ ୨୫ ତାରିଖରେ ଘରୁ ଡାକି ନେଇ ହତ୍ୟା କରାଯାଇଥିଲା। ପରିବାରର ଅଭିଯୋଗ କୁ ଆଧାର କରି ପୋଲିସ ମାମଲା କରିବା ସହିତ ଘଟଣାର ତଦନ୍ତ କରିଥିଲା। ଏହି ଐତିହାସିକ ରାୟ ପରେ ପରିବାର ଲୋକ ସଠିକ ନ୍ୟାୟ ମିଳିଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.