ପୁନେରେ ୭ ଦିନିଆ ନାଇଟ କର୍ଫ୍ଯୁ, ଆସନ୍ତାକାଲି ଠାରୁ ବନ୍ଦ ରହିିବ ସମସ୍ତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ

ମହାରାଷ୍ଟ୍ର : ମହାରାଷ୍ଟ୍ରର ପୁନେରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପରେ କଡ଼ା କଟକଣା ଲାଗୁ କରାଯାଇଛି। ଆସନ୍ତା କାଲି ଠାରୁ ସମସ୍ତ ବାର, ହୋଟେଲ ଓ ରେଷ୍ଟୁରାଣ୍ଟ ୭ଦିନ ପାଇଁ ବନ୍ଦ ରହିବ। କେବଳ ହୋମ ଡେଲିଭରିକୁ ଅନୁମତି ମିଳିବ। ବିବାହ ଓ ଅନ୍ତେଷ୍ଟି ବ୍ୟତୀତ ଅନ୍ୟ କୌଣସି ପବ୍ଲିକ ଫଙ୍କସନ୍‌କୁ ଅନୁମତି ନାହିଁ।

ଅନ୍ତେଷ୍ଟିରେ ସର୍ବାଧିକ ୨୦ଜଣ ଓ ବିବାହରେ ସର୍ବାଧିକ ୫୦ଜଣଙ୍କୁ ଯୋଗ ଦେବା ପାଇଁ ଅନୁମତି ରହିଛି। ସମସ୍ତ ଧାର୍ମିକ ଅନୁଷ୍ଠାନ ମଧ୍ୟ କାଲିଠାରୁ ବନ୍ଦ ରହିବ। ଏହାକୁ ଆସନ୍ତା କାଲି ଠାରୁ କଡ଼ାକଡ଼ି ଲାଗୁ କରାଯିବ ବୋଲି ପୁନେ ଡିଭିଜନାଲ କମିସନର ସୂଚନା ଦେଇଛନ୍ତି।

ଦୁର୍ଗରେ ଗୁରୁବାର ଦିନ ୯୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ଛତିଶଗଡ ରାଜଧାନୀ ରାୟପୁରରେ ମଧ୍ୟ ୧୩୨୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୁର୍ଗରେ ମୋଟ ୪୦,୦୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୧୪ ଜଣଙ୍କ ମୃତ୍ୟ ହୋଇସାରିଲାଣି ।

ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଠୋର ପଦକ୍ଷେପ ନିଆଯାଇଛି । ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୧ହଜାର ୪୬୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୬୯ଜଣଙ୍କ ମୃତ୍ୟୁ ହୋଇଛି । ପୂର୍ବ ଦିନ ତୁଳନାରେ ଶୁକ୍ରବାର ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.