କେଉଁ ପାପ କାରଣରୁ ପରଜନ୍ମରେ କେଉଁ ଯୋନୀ ମିଳିଥାଏ ଜାଣନ୍ତୁ

ଆତ୍ମାକୁ ହିନ୍ଦୁ ଧର୍ମରେ ଅମର ବୋଲି କୁହାଯାଏ। ହିନ୍ଦୁ ଧର୍ମ ପୁର୍ନଜନ୍ମ ଉପରେ ବିଶ୍ୱାସ କରିଥାଏ। ଅର୍ଥାତ ମଣିଷର ମୃତ୍ୟୁ ହେବା ପରେ ବି ତାର ଆତ୍ମା ଜୀବିତ ରହିଥାଏ। ଧର୍ମ ଗ୍ରନ୍ଥରେ କୁହାଯାଇଛି ଯେ ମଣିଷର ମୃତ୍ୟୁ ପରେ ଆତ୍ମା ସେହି ଶରୀରକୁ ଛାଡି ନୂଆ ଶରୀରରେ ପ୍ରବେଶ କରିଥାଏ। ଆତ୍ମାକୁ ଏହି ନୂଆ ଶରୀର ପୃଥିବୀରେ ଥିବା ୮୪ ଲକ୍ଷ ଯୋନି ମଧ୍ୟରୁ କୌଣସି ବି ଯୋନିରେ ମିଳିପାରେ। ବନ୍ଧୁଗଣ ଯଦି ଆପଣ ବି ଚାହୁଁଛନ୍ତି ଯେ ଆପଣ ପରଜନ୍ମରେ କେଉଁ ଯୋନିରେ ଜନ୍ମ ନେଇପାରନ୍ତି ଏବଂ କାହିଁକି। ଗରୁଡ ପୁରାଣରେ ଏହାର ଉତ୍ତର କୁହାଯାଇଛି ଯେ କେଉଁ ଭଳି ମଣିଷର ଜନ୍ମ କେଉଁ ଯୋନିରେ ହୋଇଥାଏ।

garuda1ବନ୍ଧୁଗଣ ଯେଉଁ ବି ଲୋକ ଏହି ଧରାପୃଷ୍ଠରେ ଜନ୍ମ ନିଅନ୍ତି ତାଙ୍କର ମୃତ୍ୟୁ ପରେ ପୁର୍ନଜନ୍ମ ହେବା ସୁନିଶ୍ଚିତ। କୁହାଯାଏ ଯେ ମଣିଷର ଜନ୍ମ ତାଙ୍କ କର୍ମ ହିସାବରେ ହିଁ ହୋଇଥାଏ ଏବଂ ମୃତ୍ୟୁ ବି ତାଙ୍କ କର୍ମ ସମ୍ପୂର୍ଣ୍ଣ ଭୋଗିବା ପରେ ହିଁ ହୋଇଥାଏ। ବର୍ତ୍ତମାନ ଜୀବନରେ କରୁଥିବା କର୍ମ ଆଧାରରେ ହିଁ ମଣିଷର ଆଗାମୀ ଜନ୍ମ ୮୪ ଲକ୍ଷ ଯୋନି ମଧ୍ୟରୁ କୌଣସି ଗୋଟିଏ ଯୋନିରେ ହୋଇଥାଏ। ଗରୁଡ ପୁରାଣ ଅନୁସାରେ ଯେତେବେଳେ ଶିଶୁ ମା ଗର୍ଭରେ ନଅ ମାସ ଧରି ରହିଥାଏ ସେତେବେଳେ ସେ ଇଶ୍ୱରଙ୍କୁ ଏହା ପ୍ରାର୍ଥନା କରିଥାଏ ଯେ ମୋତେ ଏଠାରୁ ବାହାକୁ ବାହାର କରିଦେଲେ ମୁଁ ସାରା ଜୀବନ ଆପଣଙ୍କ ନାମ ଜପିବି। କିନ୍ତୁ ଶିଶୁଟି ଜନ୍ମ ନେବା ପରେ ସବୁ ଭୁଲିଯାଏ ଏବଂ ସଂସାରକୁ ଆସିବା ପରେ ନିଜ କର୍ମରେ ଲାଗିଯାଏ। ସେ ସଂସାରର ମୋହ ମାୟାରେ ଏତେ ମଗ୍ନ ହୋଇଯାଏ ଯେ ପରମ ପିତା ପରମେଶ୍ୱରଙ୍କ ପାଇଁ ତା ନିକଟରେ ସମୟ ହିଁ ନଥାଏ। ଗରୁଡ ପୁରାଣରେ ବିଭିନ୍ନ ପ୍ରକାର ପାପ ପାଇଁ ଭିନ୍ନ ଭିନ୍ନ ଦଣ୍ଡ ଏବଂ ନର୍କ ଲେଖାଥାଏ। ଯାହାକୁ ଭୋଗିବା ପରେ ହିଁ ମଣିଷକୁ ନିଜ ପାପ ଅନୁଯାୟୀ ହିଁ ଆଗାମୀ ଜନ୍ମ ମିଳିଥାଏ। ତେବେ ଆସନ୍ତୁ ଜାଣିବା ଏମିତି ହିଁ କିଛି ପାପ ଏବଂ ତା ଫଳସୂରୁପ ମିଳିବାକୁ ଥିବା ଯୋନି ବିଷୟରେ।

janmaଗରୁଡ ପୁରାଣରେ କୁହାଯାଇଛି ଯେ ଯେଉଁ ମନୁଷ୍ୟ ଅନୈତିକ ସମ୍ପର୍କ ରଖନ୍ତି ତାଙ୍କୁ ନର୍କକୁ ଯିବାକୁ ପଡିଥାଏ। ଏଠାରେ ତାଙ୍କୁ ଅନେକ ପ୍ରକାର ଦଣ୍ଡ ଭୋଗିବାକୁ ପଡିଥାଏ। ଏହିସବୁ ପରେ ତାଙ୍କୁ ଗୋଟେ ପରେ ଗୋଟେ ବିଭିନ୍ନ ଜନ୍ମ ମିଳିଥାଏ। ସେ ପ୍ରଥମେ ଗଧିଆ ଜନ୍ମ ନିଏ ତାପରେ କୁକୁର ରୂପରେ ଜନ୍ମ ପାଇଥାଏ। ଏହାପରେ ସେ ସିଆଳ, ଚିଲ, ସାପ ଏବଂ କାଉ ରୂପରେ ଜନ୍ମ ନେଇଥାଏ। ଏହି ସବୁ ଜନ୍ମକୁ ଭୋଗିବା ପରେ ଶେଷରେ ସେ ବଗ ଜନ୍ମ ନେଇଥାଏ। ଯାହାକୁ ଭୋଗିବା ପରେ ସେ ମଣିଷ ଯୋନିରେ ପୁନଃ ଜନ୍ମ ନେଇଥାଏ। ଏହାସହିତ ଯେଉଁ ମଣିଷ କୌଣସି ସ୍ତ୍ରୀ ସହିତ ଜବରଦସ୍ତି ସମ୍ବନ୍ଧ ରଖିବାକୁ ଚେଷ୍ଟା କରେ କିମ୍ବା ମହିଳାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରନ୍ତି ତାଙ୍କୁ ବି ନର୍କରେ ବିଭିନ୍ନ କଷ୍ଟ ଯନ୍ତ୍ରଣା ପାଇବା ପରେ ଏବଂ ଅନେକ ଯୋନିରେ ଜନ୍ମ ନେବା ପରେ ଯାଇ ମନୁଷ୍ୟ ଯୋନିରେ ତାଙ୍କର ଜନ୍ମ କିନ୍ନର ରୂପରେ ହୋଇଥାଏ।। ଏହାବ୍ୟତୀତ ଗରୁଡ ପୁରାଣରେ ଏହାମଧ୍ୟ କୁହାଯାଇଛି ଯେ ଯେଉଁ ବ୍ୟକ୍ତି ନିଜ ବଡ ଭାଇର ଅପମାନ କରନ୍ତି ସମାଜ ଆଗରେ ତାଙ୍କୁ ନିଚା ଦେଖାଇଥାନ୍ତି ସେହି ବ୍ୟକ୍ତି ଆଗାମୀ ଜନ୍ମରେ ଗୋଟେ ପକ୍ଷୀ ରୂପରେ ଜନ୍ମ ନେଇଥାନ୍ତି। ଏହି ଜନ୍ମକୁ ସେହି ମଣିଷ ୧୦ ବର୍ଷ ପର୍ଯ୍ୟନ୍ତ ଭୋଗିଥାଏ ଏବଂ ଏହାପରେ ଯାଇ ତାକୁ ପରଜନ୍ମରେ ମଣିଷ ଜନ୍ମ ମିଳିଥାଏ।

dead birthଗରୁଡ ପୁରାଣ ଅନୁସାରେ ସୁନା କିମ୍ବା ଟଙ୍କା ଚୋରି କରୁଥିବା ବ୍ୟକ୍ତି ମୃତ୍ୟୁ ପରେ ଏକ ପୋକ ରୂପରେ ଜନ୍ମ ନିଅନ୍ତି ଏବଂ ଯେଉଁ ବ୍ୟକ୍ତି ଚାନ୍ଦିର ଜିନିଷକୁ ଚୋରି କରନ୍ତି ସେ ପାରା ହୋଇ ଜନ୍ମ ନିଅନ୍ତି। ଏହାବ୍ୟତୀତ ଯେଉଁ ବ୍ୟକ୍ତି କାହା ବସ୍ତ୍ରକୁ ଚୋରି କରନ୍ତି,ତେବେ ତାଙ୍କୁ ପରଜନ୍ମରେ ଶୁଆ ହୋଇ ଜନ୍ମ ନେବାକୁ ପଡିଥାଏ। ଏହାଛଡା ସୁଗନ୍ଧିତ ପଦାର୍ଥକୁ ଚୋରି କରୁଥିବା ବ୍ୟକ୍ତି ଛୁଚୁନ୍ଦ୍ରା ଜନ୍ମ ପାଇଥାଏ। କିନ୍ତୁ ଅପରାଧ ଯଦି ଚୋରି ଠାରୁ ଅଧିକ ବଡ ହୋଇଥାଏ ତାହେଲେ ଯୋନି ଆହୁରି ବି ଭୟଙ୍କର ମିଳିଥାଏ। ଯଦି ବ୍ୟକ୍ତି କୌଣସି ହତିଆରରେ କାହାର ଜୀବନ ନେଇଥାନ୍ତି ତାଙ୍କୁ ଗଧ ଯୋନିରେ ଜନ୍ମ ନେବାକୁ ପଡିଥାଏ। ଏହାପରେ ସେ ହରିଣ ଯୋନିରେ ଜନ୍ମ ନେଇଥାନ୍ତି, ଏହାପରେ ସେ ମାଛ, କୁକୁର, ବାଘ ଏବଂ ତାପରେ ଯାଇ ମନୁଷ୍ୟ ଯୋନି ପ୍ରାପ୍ତ ହୋଇଥାଏ। ଦେବତା ଏବଂ ପିତୃପୁରୁଷଙ୍କୁ ସନ୍ତୁଷ୍ଟ ନକରି ମୃତ୍ୟୁବରଣ କରିଥିବା ବ୍ୟକ୍ତି ଶହେ ବର୍ଷ ଯାଏଁ କାଉ ଯୋନିରେ ହିଁ ଜନ୍ମ ନେଇଥାନ୍ତି। ଏଥିପାଇଁ କୁହାଯାଏ ଶ୍ରାଦ୍ଧ କରାଇବା ସମୟରେ କାଉକୁ ନିଶ୍ଚୟ ଭୋଜନ କରାଇବା ଉଚିତ। ଯାହାଦ୍ୱାରା ପିତୃଗଣ ସନ୍ତୁଷ୍ଟ ହୋଇଥାନ୍ତି। କିନ୍ତୁ ଯଦି କୌଣସି ବ୍ୟକ୍ତି ଏପରି କରୁନାହାଁନ୍ତି ତାହେଲେ ପରଜନ୍ମରେ ତାଙ୍କୁ କାଉ ରୂପରେ ଜନ୍ମ ନେବାକୁ ପଡିଥାଏ। ଏହାପରେ କୁକୁଡା ତାପରେ ଗୋଟେ ମାସ ପାଇଁ ସାପ ଯୋନିରେ ରହିବା ପରେ ହିଁ ତାଙ୍କ ପାପର ଅନ୍ତ ହୋଇଥାଏ। ଏହାପରେ ଯାଇ ତାଙ୍କୁ ମନୁଷ୍ୟ ଯୋନିରେ ଜନ୍ମ ମିଳିଥାଏ।

agniଏହାବ୍ୟତୀତ ଗରୁଡ ପୁରାଣରେ ଏହା ମଧ୍ୟ ବର୍ଣ୍ଣିତ ହୋଇଛି ଯେ ମଣିଷର ପର ଜନ୍ମ ତାର ଇଚ୍ଛା ଏବଂ ପ୍ରଗତି ଆଧାରରେ ବି ହୋଇଥାଏ। ଅର୍ଥାତ ଆପଣଙ୍କ ଇଚ୍ଛା ଏବଂ ପ୍ରଗତି ଅନୁଯାୟୀ ଇଶ୍ୱର ପରଜନ୍ମରେ ଆପଣଙ୍କୁ ସେହି ଅନୁଯାୟୀ ଶରୀର ଦିଅନ୍ତି। ଧରାଯାଉ ଆପଣ କିଛି ନା କିଛି ଖାଦ୍ୟକୁ ଖାଇବାକୁ ଇଚ୍ଛା କରୁଛନ୍ତି ଏବଂ ଆପଣ ଖାଲି ଭୋଜନ ବିଷୟରେ ଭାବୁଛନ୍ତି, ତେବେ ହୋଇପାରେ ଆପଣ ପରଜନ୍ମରେ ପୋଷା ଘୁଷୁରୀ ହୋଇ ଜନ୍ମ ନେଇପାରନ୍ତି। ଯିଏ ସବୁ ସମୟରେ ଖାଉଥିବେ। ଏଥିପାଇଁ ଏ ଭିଡିଓକୁ ଦେଖିବା ପରେ ଯଦି ଆପଣ ପୁନଃ ମଣିଷ ଯୋନୀରେ ଜନ୍ମ ନେବାକୁ ଚାହୁଁଛନ୍ତି କିମ୍ବା ଜୀବନ ମୃତ୍ୟୁର ଏହି ଚକ୍ରରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତାହେଲେ ଏହି ଜନ୍ମରେ ଭଲ କାମ କରନ୍ତୁ ଏବଂ ଧାର୍ମିକ ଅଭ୍ୟାସକୁ ଆପଣାନ୍ତୁ। ଯାହାଦ୍ୱାରା ଆପଣଙ୍କୁ ଈଶ୍ୱରଙ୍କ ସାନିଧ୍ୟ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.