ନିରବ ମୋଦିଙ୍କ ରିମାଣ୍ଡ ଉପରେ ଆଜି ହେବ ଶୁଣାଣି, ଜେଲରୁ ଭିଡିଓ ଲିଙ୍କ ଜରିଆରେ କୋର୍ଟରେ ହେବେ ହାଜର

୧୩୪୦୦ କୋଟି ଟଙ୍କା ପିଏନବି ଘୋଟାଲାର ଦୋଷୀ ଏବଂ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ରିମାଣ୍ଡ ସମ୍ପର୍କରେ ଲଣ୍ଡନ କୋର୍ଟରେ ଆଜି ଶୁଣାଣି ହେବ। ନିରବଙ୍କ ପ୍ରତ୍ୟର୍ପଣ ପ୍ରକ୍ରିୟା ଜାରି ରହିଛି। ୪୮ ବର୍ଷର ବ୍ୟବସାୟ ପରେ ଗତ ମାସରେ ଗିରଫ ହୋଇ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସୱାର୍ଥ ଜେଲରେ ରହିଛନ୍ତି ନିରବ।
ନିରବଙ୍କୁ ଜେଲରୁ ଭିଡିଓ ଲିଙ୍କ ମାଧ୍ୟମରେ ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ହାଜର କରାଯିବ। ନିରବଙ୍କ ନାଁ ରେ ଏକରୁ ଅଧିକ ପାର୍ସପୋର୍ଟ ରହିଥିବାରୁ ଗତ ୨୯ ମାର୍ଚ୍ଚରେ ଚିଫ ମାଜିଷ୍ଟ୍ରେଟ୍‌ ଏହି ଆଧାରରେ ତାଙ୍କ ବେଲ ଆବେଦନକୁ ଖାରଜ କରିଛନ୍ତି। ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟରେ ଶୁଣାଣି ପରେ କିଛି ନୂଆ ତଥ୍ୟ ମଧ୍ୟ ବିଚାର ପାଇଁ ଉପସ୍ଥାପନ କରାଯିବ। ଏଥିସହ ନିରବ ନିଜର ତୃତୀୟ ବେଲ୍‌ ପିଟିସନ ଦାଖଲ କରିପାରିବେ।

କୋଟିଏରୁ ଅଧିକ ଟଙ୍କାରେ ବିକ୍ରି ହେଲା ନିରବଙ୍କ ରୋଲସ୍‌ ରଏସ୍‌ କାର୍‌

ମୁମ୍ବାଇ : ଏପଟେ ମୁମ୍ବାଇରେ ନିରବ ମୋଦିଙ୍କ ଦାମୀ କାର୍‌ ରୋଲ୍‌ରଏସ୍‌କୁ ପ୍ରବତର୍ତନ ନିର୍ଦ୍ଦେଶାଳୟ (ଇଡି) ତରଫରୁ ନିଲାମ କରାଯାଇଛି । ଏହି କାର୍‌ ୧ କୋଟି ୩ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ଏହାକୁ ମିଶାଇ ଗତକାଲି ନିରବ ଏକଂ ତାଙ୍କ ଦାଦା ମେହୁଲ ଚୌକସିଙ୍କର ମୋଟ୍‌ ୧୩ଟି କାର୍‌କୁ ନିଲାମ କରାଯାଇଥିଲା । ଏହି ନିଲାମିରୁ ମିଳିଥିଲା ୩ କୋଟି ୨୯ ଲକ୍ଷ ଟଙ୍କା ।