Below header

ବଲାଙ୍ଗିର: ପୁଣି ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇଲେ କୁକୁର

ବଲାଙ୍ଗିର (କେ ନ୍ୟୁଜ୍‌) : ନବଜାତ ଶିଶୁର ମୃତଦେହକୁ ଝୁଣି ଖାଇଲେ କୁକୁର। ବଲାଙ୍ଗିର- ଆଟଗାଁ ରାସ୍ତାରେ ଘଟିଛି ଏଭଳି ଏକ ହୃଦୟ ବିଦାରକ ଘଟଣା । ଶିଶୁଟିର ମୃତଦେହକୁ ପୁଡ଼ାପାଲି ନିକଟ ଲକ୍ଷ୍ମୀ ଯୋରରେ ଫିଙ୍ଗି ଦିଆଯାଇଥିଲା। ବୁଲା କୁକୁର ମୃତଦେହକୁ ଝୁଣି ଖାଇ ରାସ୍ତା ଉପରେ ଛାଡ଼ି ପଳାଇ ଥିଲେ। ତେବେ ଏନେଇ ଖବର ପାଇ ପୁଲନ୍ତଲା ପୁଲିସ ଆସି ମୃତଦେହକୁ ଜବତ କରିଥିଲା । ଏହାପରେ ପୋଷ୍ଟମର୍ଟମ କରାଯାଇ ମୃତଦେହକୁ ପୋତି ଦିଆଯାଇଛି। ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.