କ୍ରିକେଟର ଶିଖର ଧାୱନଙ୍କୁ ଏହି ଟ୍ରେନିଙ୍ଗ ଦେଉଛନ୍ତି ରଣବୀର ସିଂ, ଯାହାର ଭିଡିଓ ହେଉଛି ଭାଇରାଲ

ବଲିଉଡର ଅପକମିଙ୍ଗ୍ ଫିଲ୍ମ ‘୮୩’ କୁ ନେଇ ରଣବୀର ସିଂ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। କିଛି ଦିନ ପୂର୍ବରୁ ମଧ୍ୟ ରଣବୀର ଟ୍ରେନିଂ ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିବା ସହ ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହେଶୂର କ୍ରିକେଟର ଶିଖର ଧାୱନଙ୍କୁ ‘ପଦ୍ମାବତ’ ଫିଲ୍ମର ଫେମସ୍ ଗୀତରେ ସିଗ୍ନେଚର ଷ୍ଟେପ ସିଖାଉଛନ୍ତି।

ଏହି ଭିଡିଓ ମଧ୍ୟ ଶେଖର ଧବନ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଭିଡିଓରେ ରଣବୀର ଶିଖର ଧାୱନଙ୍କୁ‘ଖଲୀବଲୀ’ ଗୀତରେ କିଛି ସ୍ଟେପ୍ସ ସିଖାଉଛନ୍ତି। ଖାସ୍ କଥା ହେଉଛି ରଣବୀର ଯେପରି ଡ୍ୟାନ୍ସ ସ୍ଟେପ୍ସ ସିଖାଉଛନ୍ତି, ଶିଖର ସେପରି ସ୍ଟେପ୍ସ କରୁଛନ୍ତି।

ranveersingh_shikhardhawanଏହା ପୂର୍ବରୁ ରଣବୀରଙ୍କ ସହ ଦୀପିକାଙ୍କ ଫଟୋ ଚର୍ଚ୍ଚାରେ ରହିଥିଲା। ଦୀପିକା ଏବଂ ରଣବୀର ସୁଟିଂରୁ ବ୍ରେକ ନେଇ ମାୟାନଗରୀ ହେଉଥିବା ବିବାହରେ ନଜର ଆସିଥିଲେ। ଏଠାରେ ଦୀପିକାଙ୍କ ସମ୍ପର୍କୀୟ ମିହିର ମନେଶ୍ବର ବିବାହ କରିଥିଲେ। ସବୁଦିନ ଭଳି ଏହି ବିବାହରେ ମଧ୍ୟ ଦୀପିକା ରୋହିତ ବଳଙ୍କ ଦ୍ବାରା ଡିଜାଇନ କରାଯାଇଥିବା ଅପ ହ୍ବାଇଟ ରଙ୍ଗର ଶାଢୀ ପିନ୍ଧିଥିଲେ। ଏପଟେ ଦୀପିକା ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ’ର ସୁଟିଂ ଶେଷ ହୋଇଥିବା ବେଳେ ରଣବୀର ‘୮୩’ ଫିଲ୍ମର ସୁଟିଂରେ ବ୍ୟସ୍ତ ରହିଛନ୍ତି। ଏହି ଫିଲ୍ମରେ କବିର ଖାନ ନିର୍ଦ୍ଦେଶନା କରିଛନ୍ତି ଏବଂ ଏଥିରେ ରଣବୀର କପିଲ ଦେବଙ୍କ ଭୂମିକାରେ ନଜର ଆସିବେ। ରିପୋର୍ଟ ଅନୁଯାୟୀ ଆସନ୍ତା ୨୦୨୦ରେ ଏହି ଫିଲ୍ମ ରିଲିଜ କରାଯିବ।

film୧୯୮୩ ମସିହାର ୱାର୍ଲ୍ଡ କପ ପୁରା ଦେଶ ପାଇଁ ଐତିହାସିକ ହୋଇଥିବାରୁ ଏହି ଫିଲ୍ମରେ ବହୁତ ଧ୍ୟାନ ରଖାଯାଇଛି। କିଛି ଦିନ ପୂର୍ବରୁ ପିଲ୍ମରେ ଅନ୍ୟ ଭୂମିକାରେ ଅଭିନୟ କରୁଥିବା କଳକାର ମାନଙ୍କ ଖୁଲାସା କରାଯାଇଛି। ‘୮୩’ ଫିଲ୍ମରେ ରଣବୀର ସିଂ ଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ସାକିବ ସଲୀମ, ଚିରାଗ ପାଟିଲ, ତାହିର ଭସୀନ, ଆର ବଦ୍ରୀ, ହାର୍ଡି ସାନ୍ଦୁ, ଅମି ଭ୍ରିକ ଏବଂ ସାହିଲ ଖଟ୍ଟାର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଖାସ୍ କଥା ହେଉଛଇ ଏହି ଫିଲ୍ମରେ କପିଲ ଦେବଙ୍କ ଝିଅ ଅମୀୟା ଦେବ ମଧ୍ୟ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅମିୟା ଦେବ ଏହି ଫିଲ୍ମରେ କବିର ଖାନଙ୍କ ଆସିଷ୍ଟାଣ୍ଟ ରୂପେ ଦାୟିତ୍ବ ବହନ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.