ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ, ଏକା ସାଙ୍ଗରେ ୪ଦେଷୀଙ୍କୁ ଫାଶୀ ଦେଇ ଇତିହାସ ରଚିବ ତିହାର ଜେଲ୍

ନୂଆଦିଲ୍ଲୀ: ନିର୍ଭୟା ମାମଲାରେ ଆଜି ପୁଣି ଥରେ ଶୁଣାଣି କରିବେ ସୁପ୍ରିମକୋର୍ଟ । କେନ୍ଦ୍ର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ । ନିର୍ଭୟା ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ପାଇଁ କେନ୍ଦ୍ର ସରକାରଙ୍କ ଆବେଦନକୁ ଖାରଜ କରିଥିଲେ ଦିଲ୍ଲୀ ହାଇକୋର୍ଟ । ଟ୍ରାଏଲ କୋର୍ଟଙ୍କ ଡେଥ୍‌ ୱାରେଣ୍ଟ ଉପରେ ସ୍ଥଗିତାଦେଶକୁ ରଦ୍ଦ କରିବାକୁ ମନା କରିଥିଲେ । ସବୁ ଆଇନଗତ ପ୍ରକ୍ରିୟାର ସାହାଯ୍ୟ ନେବାକୁ ଦୋଷୀଙ୍କୁ ଆଉ ସାତ ଦିନ ସମୟ ଦେଇଥିଲେ ଦିଲ୍ଲୀ ହାଇକୋର୍ଟ । ଏହି ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି କେନ୍ଦ୍ର ସରକାର ।ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଆବେଦନ କରି ଯୁକ୍ତି ବାଢିଛନ୍ତି, ଏହି ମାମଲାରେ ବର୍ତ୍ତମାନର ଆଇନରେ ଏକ ସଙ୍ଗେ ଫାଶୀ ଦେବା ନେଇ କୌଣସି ବାଧ୍ୟବାଧକତା ନାହିଁ। ଅନ୍ୟମାନଙ୍କର ଆଇନଗତ ପ୍ରକ୍ରିୟା ସରି ନଥିଲେ ମଧ୍ୟ ଯାହାର ସରିଛି ତାକୁ ଫାଶୀ ଦେବାରେ କୌଣସି ବାଧା ନାହିଁ।

deathସେପଟେ ନୂଆ ଡେଥ୍‌ ଓ୍ଵାରେଣ୍ଟ ନେଇ ତିହାଲ ଜେଲ୍‌ କର୍ତ୍ତୃପକ୍ଷ କରିଥିବା ଆବେଦନର ଆଜି ଶୁଣାଣି ରହିଛି । ଡେଥ୍‌ ଓ୍ଵାରେଣ୍ଟ ପାଇଁ ନୂଆ ତାରିଖ ଧାର୍ଯ୍ୟ ପାଇଁ ପାଇଁ ଟ୍ରାଏଲ କୋର୍ଟରେ ଆବେଦନ ହୋଇଛି । ଦୋଷୀମାନେ ରାଜକ୍ଷମା ଆବେଦନ କରିଥିବାରୁ ପ୍ରଥମେ ଜାନୁଆରୀ ୨୨ ଓ ଏହା ପରେ ଫେବ୍ରୁଆରୀ ୧କୁ ଡେଥ୍‌ ଓ୍ଵାରେଣ୍ଟ ଘୁଞ୍ଚିଥିଲା । ଏବେ ଦୋଷୀଙ୍କର କୌଣସି ଆବେଦନ ପେଣ୍ଡିଂ ନଥିବାରୁ ନୂଆ ଡେଥ୍‌ ଓ୍ଵାରେଣ୍ଟ ଜାରି କରିବାକୁ ଜେଲ କର୍ତ୍ତୃପକ୍ଷ ଆବେଦନ କରିଛନ୍ତି ।

ଡେଥ୍ ୱାରେଣ୍ଟକୁ କାହିଁକି ବ୍ଳାକ୍ ୱାରେଣ୍ଟ ବୋଲି କୁହାଯାଏ:
tiharଦିଲ୍ଲୀର ନ୍ୟାସନାଲ ଲ ୟୁନିଭର୍ସିଟିରେ ଆସିଷ୍ଟାଣ୍ଟ ପ୍ରଫେସର ଏବଂ ଦିଲ୍ଲୀ ସେଣ୍ଟର ଅନ୍ ଦ ଡେଥ୍ ପେନାଲ୍ଟିର ଡାଇରେକ୍ଟର ଅନୁପ ସୁରେନ୍ଦ୍ରନାଥଙ୍କ ମୁତାବକ ଭାରତରେ ୩୦ରୁ ଅଧିକ ଜେଲରେ ଫାଶି ବ୍ୟବସ୍ଥା ରହିଛି । ସବୁ ରାଜ୍ୟର ନିଜର ଅଲଗା ଜେଲ ମାନୁଆଲ୍ ରହିଛି । ଦିଲ୍ଲୀର ଜେଲ୍ ମାନୁଆଲ୍ ମୁତାବକ ବ୍ଳାକ୍ ୱାରେଣ୍ଟ ସିଆରପିସି( କୋଡ୍ ଅଫ୍ କ୍ରିମିନାଲ୍ ପ୍ରୋସିଜର) ପ୍ରାବଧାନ ଅନୁଯାୟୀ ଜାରି କରାଯାଇଥାଏ । ଏଥିରେ ଫାଶୀ ତାରିଖ ଏବଂ ସ୍ଥାନ ଲେଖାଯାଇଥାଏ । ଏହାକୁ ବ୍ଳାକ୍ ୱାରେଣ୍ଟ କୁହାଯାଇଥାଏ କାରଣ ଏହାର ଚାରି ପାଖରେ କଳା ରଙ୍ଗର ବର୍ଡର କରାଯାଇଥାଏ ।

ଫାଶୀର ୧୪ ଦିନ ପୂର୍ବରୁ ମିଳିଥାଏ ଏହି କାମ ପାଇଁ ସମୟ:
nirvayaଫାଶୀ ପୂର୍ବରୁ ଦୋଷୀଙ୍କୁ ୧୪ ଦିନ ସମୟ ଦିଆଯାଇଥାଏ ଫଳରେ ସେମାନେ ଚାହିଁବେ ଯଦି ନିଜ ପରିବାର ସହିତ ଦେଖାକରିପାରିବେ ଏବଂ ନିଜକୁ ମାନସିକ ରୂପେ ପ୍ରସ୍ତୁତ କରିପାରିବେ । ଜେଲରେ ସେମାନଙ୍କର କାଉନସେଲିଙ୍ଗ ମଧ୍ୟ କରାଯାଇଥାଏ । ଯଦି ଦୋଷୀ ଚାହିଁବ ନିଜର ଅନ୍ତିମ ଇଚ୍ଛା ଲେଖିପାରିଥାଏ । ଏହାସହ ଫାଶୀ ସମୟରେ ଯଦି ଦୋଷୀ ଚାହେଁ ସେଠାରେ କୌଣସି ପଣ୍ଡିତ,ମୌଲବୀ କିମ୍ବା କୌଣସି ପାଦରୀ ଉପସ୍ଥିତ ରୁହନ୍ତୁ ତେବେ ଏଥିପାଇଁ ଜେଲ୍ ସୁପରିଟେଣ୍ଡେଣ୍ଟ ବ୍ୟବସ୍ଥା କରିପାରିବେ ।

ଫାଶୀର ଦୁଇ ଦିନ ପୂର୍ବରୁ ଜଲ୍ଲାଦ ପହଁଚିଥାଏ ଜେଲ୍:
nirvayaଦୋଷୀଙ୍କୁ ଏକ ସ୍ପେଶାଲ୍ ୱାର୍ଡ ସେଲରେ ଅଲଗା ରଖାଯାଇଥାଏ । ଫାଶୀର ପ୍ରସ୍ତୁତିର ସମ୍ପୂର୍ଣ୍ଣ ଦାୟିତ୍ବ ଜେଲ୍ ଅଧ୍ୟକ୍ଷକଙ୍କର ରହିଥାଏ । ସେ ଫାଶୀ ସମ୍ବନ୍ଧୀୟ ସମସ୍ତ ବ୍ୟବସ୍ଥାର ସୁପରିଚାଳନା କରିଥାନ୍ତି । ଫାଶୀର ଏକ ଦିନ ପୂର୍ବରୁ ଫାଶୀରେ ବ୍ୟବହାର କରାଯିବାକୁ ଥିବା ରଶିକୁ ଯାଞ୍ଚ କରାଯାଇଥାଏ । ଏହାସହିତ ଜଲ୍ଲାଦ ଫାଶୀର ଦୁଇ ଦିନ ପୂର୍ବରୁ ଜେଲରେ ପହଁଚି ସେଠାରେ ଉପସ୍ଥିତ ରହିଥାନ୍ତି ।

ଫାଶୀର କିଛି ଘଣ୍ଟା ପୂର୍ବରୁ ଦୋଷୀଙ୍କୁ ମାତୃଭାଷାରେ ପଢାଯାଇ ଶୁଣାଯାଏ ଡେଥ୍ ୱାରେଣ୍ଟ:
tihar jailଫୀଶୀ ସର୍ବଦା ସକାଳୁ ହିଁ ହୋଇଥାଏ । ନିୟମ ଅନୁସାରେ ନଭେମ୍ବରରୁ ଫେବ୍ରୁଆରୀ ସକାଳ ଆଠଟା, ମାର୍ଚ୍ଚ-ଏପ୍ରିଲ୍-ସେପ୍ଟେମ୍ବର-ଅକ୍ଟୋବର ସକାଳ ସାତଟଶ ବେଳେ ଏବଂ ମଇରୁ ଅଗଷ୍ଟ ସକାଳ ଛଅଟା ବେଳେ ଫାଶୀ ଦିଆଯାଇଥାଏ । ତଥାପି ଉଚିତ୍ ସମୟ କୋର୍ଟର ନିଷ୍ପତି ଅନୁସାରେ ନିର୍ଭର କରାଯାଇଥାଏ । ତେବେ ଫାଶୀର କିଛି ଘଣ୍ଟା ପୂର୍ବରୁ ଜେଲ୍ ସୁପରିଟେଣ୍ଡେଣ୍ଟ ଏବଂ ଡେପ୍ୟୁଟି ସୁପରିଟେଣ୍ଡେଣ୍ଟ କଏଦୀଙ୍କ ସେଲ୍ ଭିତରକୁ ଯାଇଥାନ୍ତି ଏବଂ ସେମାନଙ୍କର ମାତୃଭାଷା ଅନଯାୟୀ ଡେଥ୍ ୱାରେଣ୍ଟ ପଢିକି ଶୁଣାଇଥାନ୍ତି । ସେହି ସମୟରେ ଦୋଷୀଙ୍କ ସମସ୍ତ କଥାକୁ ସୁପରିଟେଣ୍ଡେଣ୍ଟଙ୍କ ଉପସ୍ଥିତିରେ ରେକର୍ଡ କରାଯାଇଥାଏ ।

କଳା କପଡା ପିନ୍ଧାଇ ହାତ ବାନ୍ଧି ନିଆଯାଇଥାଏ ଫାଶୀ କୋଠରୀକୁ:
fasiଡେପ୍ୟୁଟି ସୁପରିଟେଣ୍ଡେଣ୍ଟ ସେଲରେ ହିଁ ରହିଥାନ୍ତି ଏବଂ ତାଙ୍କ ଉପସ୍ଥିତିରେ ଦୋଷୀଙ୍କୁ କଳା କପଡା ପିନ୍ଧାଯାଇଥାଏ ଏବଂ ସେମାନଙ୍କ ହାତକୁ ପଛପଟୁ ବନ୍ଧାଯାଇଥାଏ । ଯଦି ସେମାନଙ୍କ ଗୋଡରେ ଜଞ୍ଜିର ବନ୍ଧାଯାଇଥାଏ ତେବେ ତାକୁ ଖୋଲିଦିଆଯାଇଥାଏ । ଏହାପରେ ସେମାନଙ୍କୁ ଫାଶୀ ଦେବା ସ୍ଥାନକୁ ନିଆଯାଇଥାଏ । ସେହିସମୟରେ ଡେପ୍ୟୁଟି ସୁପରିଟେଶ୍ଡେଣ୍ଟ,ହେଡ୍ ୱାର୍ଡେନ୍ ଏବଂ ୬ଜଣ ୱାଡେନ୍ ସେମାନଙ୍କ ସହିତ ରହିଥାନ୍ତି । ଫାଶୀ ଦେବା ସ୍ଥାନରେ ପୂର୍ବରୁ ହିଁ ସୁପରିଟେଣ୍ଡେଣ୍ଟ, ମାଜିଷ୍ଟ୍ରେଟ୍ ଏବଂ ମେଡିକାଲ୍ ଅଫିସର ପୂର୍ବରୁ ଉପସ୍ଥିତ ରହିଥାନ୍ତି । ଏହାପରେ ଫାଶୀ ଦେବା ପ୍ରକ୍ରିୟା ଆରମ୍ଭ ହୋଇଥାଏ । ଦୋଷୀଙ୍କୁ ସେମାନଙ୍କ ଡେଥ୍ ୱାରେଣ୍ଟ ସେମାନଙ୍କ ନିଜ ଭାଷାରେ ପଢି ଶୁଣାଯାଇଥାଏ । ଏହାପରେ ଫାଶୀ ଦିଆଯାଇଥାଏ । ଏହାପରେ ସେମାନଙ୍କ ପୋଷ୍ଟମର୍ଟମ କରାଯାଇ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.