Below header

ଦେଖୁ ଦେଖୁ ଭାଇରାଲ ହୋଇଗଲା ଛୋଟେ ନଓ୍ଵାବ୍‌ଙ୍କର ଏହି ଲାଟେଷ୍ଟ ଫଟୋ, କ୍ୟୁଟ୍‌ ଫେସ୍‌ ଲୁକ୍‌କୁ ସୋସିଆଲ ମିଡିଆରେ ତାରିଫ୍‌

ସୈଫ ଅଲ୍ଲୀ ଖାନ୍‌ ଓ କରୀନା କପୁର ଖାନ୍‌ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍‌ ବଲିଉଡ୍‌ର ସବୁଠାରୁ ପପୁଲାର୍‌ ଷ୍ଟାର୍‌ କିଡ୍‌ସଙ୍କ ମଧ୍ୟରୁ ଜଣେ। ତାଙ୍କ ଫଟୋ ଏବଂ ଭିଡିଓ ଯେତେବେଳେ ଇଣ୍ଟରନେଟ୍‌ରେ ଆସିଥାଏ, ଦେଖୁ ଦେଖୁ ଭାଇରାଲ ହୋଇଯାଏ।

ଏବେ ଇନ୍‌ଷ୍ଟାଗ୍ରାମରେ therealkareenakapoor ଆକାଉଣ୍ଟରୁ ତୈମୁରଙ୍କର ଏକ ଫଟୋ ପୋଷ୍ଟ କରାଯାଯାଇଛି, ଯେଉଁଥିରେ ତୈମୁର କୌଣସି ଏକ ପଶୁ ଭଳି ଫେସ୍‌ ମେକ୍‌ଅପ ନେଇଛନ୍ତି। ଏହି ଫେସ୍‌ରେ ସେ ବହୁତ କ୍ୟୁଟ୍‌ ଲାଗୁଛନ୍ତି।

 

View this post on Instagram

 

Tim tim ❤️❤️❤️😂

A post shared by Kareena Kapoor Khan (@therealkareenakapoor) on

ବ୍ଲୁ ଲୁକ୍‌ରେ ତୈମୁର

ଏହି ଫଟୋକୁ ଶେୟାର କରାଯାଇ କ୍ୟାପ୍‌ସନ ଲେଖାଯାଇଛି। ‘ଟିମ୍‌ ଟିମ୍‌’ ଏବଂ ଏହା ଆଗରେ ଲଭ୍‌ ଇମୋଜି ମଧ୍ୟ ଦିଆଯାଇଛି। ଫଟୋରେ ତୈମୁର ବ୍ଲୁ ଲୁକ୍‌ରେ ନଜର ଆସୁଛନ୍ତି। ତେବେ ଏହି ଫଟୋ କରଣ ଜୋହରଙ୍କର ଟୁଇନ୍ସ ୟଶ୍‌ ଓ ରୁହିଙ୍କ ପ୍ରି-ବାର୍ଥ ଡେ’ ସେଲିବ୍ରେଶନ ସମୟର ବୋଲି ଅନୁମାନ କରାଯାଉଛି।

ନାଚିଲେ ତୈମୁର

ପାର୍ଟିରେ ବି-ଟାଉନ୍‌ ସହ ଜଡ଼ିତ କେତେଜଣ ଛୋଟ ଛୁଆ ସାମିଲ ହୋଇଥିଲେ। ବୁଧବାର ପାର୍ଟିର ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ତୈମୁର ଏକ ଇଂଲିଶ ଗୀତରେ ନାଚୁଥିବାର ଦେଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.