ରାଜକ୍ଷମା ଖାରଜ ଆବେଦନରେ ଦସ୍ତଖତ କରିନାହିଁ ନିର୍ଭୟା ଅଭିଯୁକ୍ତ ବିନୟ ଶର୍ମା, ରାଜକ୍ଷମା ଫେରାଇ ଆଣିବାକୁ କଲା ଆବେଦନ

ନିର୍ଭୟା କାଣ୍ଡର ଅଭିଯୁକ୍ତ ବିନୟ ଶର୍ମା ଶନିବାର ଦିନ ରାଷ୍ଟ୍ରପତିଙ୍କୁ ପଠାଯାଇଥିବା ରାଜକ୍ଷମା ଫେରାଇ ଆଣିବାକୁ ଅନୁରୋଧ  କରିଛି।  ବିନୟ ଶର୍ମା ବର୍ତ୍ତମାନ ଏକ ଆବେଦନ ପତ୍ରରେ କହିଛି ଯେ ଯେଉଁ ରାଜକ୍ଷମା ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛି ସେଥିରେ ତାର ହସ୍ତାକ୍ଷର କିମ୍ବା ଅନ୍ୟ କିଛି ଲୋଖା ତାର ଜାଣତରେ ହୋଇନାହଁ। ଏଥିପାଇଁ ରାଷ୍ଟ୍ରପତି ଏହାକୁ ଫେରାଇ ଦିଅନ୍ତୁ ବୋଲି ବିନୟ ଅପିଲ କରିଛନ୍ତି ।

ଗୃହ ମନ୍ତ୍ରଣାଳୟ ରାଷ୍ଟ୍ରପତିଙ୍କ ଠାରୁ ଅଭିଯୁକ୍ତ ବିନୟ ଶର୍ମାର ରାଜକ୍ଷମା ଆବେଦନ ଖାରାଜ କରିବା ପାଇଁ ଅପିଲ କରିଛି।  ଗୃହ ମନ୍ତ୍ରଣାଳୟ ଶୁକ୍ରବାର ଦିନ କ୍ଷମା ଆବେଦନ ପତ୍ରର ଫାଇଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ  ଅନ୍ତିମ ନିର୍ଣ୍ଣୟ ନେବା ପାଇଁ ପଠାଇ ଦେଇଛି।  ଦୁଇ ଦିନ ପୂର୍ବେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ ମଧ୍ୟ ଗୃହ ମନ୍ତ୍ରଣାଳୟକୁ ରିପୋର୍ଟ ପଠାଇଥିଲେ। ଯେଉଁଥିରେ କୁହାଯାଇଥିଲା ଦୋଷୀର ସଜ୍ଜା କୌଣସି ବି ପରିସ୍ଥିତିରେ କ୍ଷମା କରିବା ଯୋଗ୍ୟ ନୁହେଁ । ଦିଲ୍ଲୀ ସରକାର ମଧ୍ୟ  ନିର୍ଭୟା ଦୋଷୀଙ୍କ କ୍ଷମା ଆବେଦନ  ଖାରଜ କରିଦେଇଥିଲେ।

ନିର୍ଭୟା କାଣ୍ଡର କ୍ଷମା ପତ୍ରର ମାମଲା ସେହି ସମୟରେ ସାମ୍ନାକୁ ଆସିଥିଲା ଯେତେବେଳେ ହାଇଦ୍ରାବାଦ ଓ  ଉନ୍ନାଓ ଦୁଷ୍କର୍ମ  ଘଟଣା ପାଇଁ ସାରାଦେଶରେ ଉଷ୍ମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପୂର୍ବରୁ ୨୦୧୭ରେ  ସୁପ୍ରିମକୋର୍ଟ ମଧ୍ୟ ଦୋଷୀ ମାନଙ୍କ ପୁନର୍ବିଚାର ଆବେଦନକୁ  ଖାରାଜ କରିଦେଇଥିଲେ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.