ଭିନ୍ନ ଏକ ଢଙ୍ଗରେ ଟ୍ରାଫିକ ନିୟନ୍ତ୍ରଣ  କରୁଛନ୍ତି ଟ୍ରାଫକ୍ କନେଷ୍ଟବଳ, ସେଲିବ୍ରେଟି ଭଳି ପାଉଛନ୍ତି ପ୍ରଶଂସା

ଡ୍ୟାନ୍ସ କରି କରି ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି କନେଷ୍ଟବଳ। ଲୋକଙ୍କ ସୁରକ୍ଷିତ ଯା‘ଆସ ପାଇଁ ଦିତ ତମାମ ଭିନ୍ନ ଭିନ୍ନ ଭଙ୍ଗୀରେ ଟ୍ରାଫିକ କଣ୍ଟ୍ରୋଲ କରୁଛନ୍ତି ଏହି  ଟ୍ରାଫିକ କନେଷ୍ଟବଳ ଜଣକ। ନିଜ ଅଷ୍ଟାଙ୍ଗ ଶରୀରକୁ ଦିନ ତମାମ କାର୍ଯ୍ୟକ୍ଷମ କରାଇ ଲୋକଙ୍କୁ ସୁରକ୍ଷିତ ଯାତାୟାତର ସାହାଯ୍ୟ କରୁଛନ୍ତି ମହମ୍ମଦ ମହସିନ ସେଖ  ନାମକ ଟ୍ରାଫିକ କର୍ମଚାରୀ।

ବର୍ତ୍ତମାନ ସମୟରେ ସଂସୋଧିତ ମୋଟରଯାନ ଆଇନ ନେଇ ଲୋକମାନେ ଅଧିକ  ସଜାଗ ହୋଇ ଗାଡି  ଚଳାଉଥିବା  ବେଳେ ଛତିଶଗଡର ରାଜଧାନୀ  ରାୟପୁରରେ ଏହି କନେଷ୍ଟବଳ  ମହମ୍ମଦ ମହସିନ ନିଜର ନିଆରା ଅନ୍ଦାଜର ଟ୍ରାଫିକ ନିୟନ୍ତ୍ରଣ କରି ପାଲଟି ଯାଇଛନ୍ତି  ସେଲିବ୍ରେଟି । ଡ୍ୟୁଟି କରୁଥିବା ସମୟରେ  ଅନେକ ଯାତ୍ରୀ ମହମ୍ମଦଙ୍କ ସହ ସେଲଫି ଓ ଭିଡିଓ କରୁଛନ୍ତି। କିଛି ଲୋକ ଗାଡିରୁ ଓହ୍ଲାଇ ହାତ ମଧ୍ୟ ମେଳଉଥିବାର ଦେଖିବାକୁ ମିଳିଛି। ବିଶେଷ କରି ଅନେକ  ଲୋକ ମହମ୍ମଦଙ୍କ ଇସାରକୁ ବୁଝି ଟଠ୍ରାଫିକ ନିୟମକୁ ପାଳନ କରିଥାନ୍ତି।ମହମ୍ମଦଙ୍କ  କହିବା ମୁତାବକ ଏଭଳି ଭାବରେ  ଡ୍ୟୁଟି କରିବା  ପାଇଁ ତାଙ୍କୁ ବେଶ ଖୁସି ଲାଗେ। ଯାତାୟତ ନିୟନ୍ତ୍ରଣ କରିବା ପାଇଁ ଏଭଳି ଖାସ ଅନ୍ଦାଜ୍  ଦେଖି ଲୋକମାନଙ୍କୁ ବହୁତ ଭଲ ଲାଗୁଥିବାର କହିଛନ୍ତି ମହମ୍ମଦ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.