Below header

ନିର୍ଭୟା ମାମଲା : ଡିସେମ୍ବର ୧୬ ହେବକି ଦୋଷୀଙ୍କ ଶେଷ ଦିନ ?

ନୂଆଦିଲ୍ଲୀ : ନିର୍ଭୟା ଦୋଷୀଙ୍କୁ ଆସନ୍ତା ଡିସେମ୍ବର ୧୬ ତାରିଖ ଦିନ ଫାଶୀ ଦିଆଯାଇ ପାରେ । ଏଭଳି ଖବର ଏବେ ଜୋର୍‌ ଧରିଛି । ୨୦୧୨ ଡିସେମ୍ବର ୧୨ ତାରିଖରେ ନିର୍ଭୟା ଘଟଣା ଘଟିଥିଲା । ଅପରାଧୀମାନେ ବସ୍‌ ଭିତରେ ଜଣେ ଯୁବତୀଙ୍କ ସହ ଗଣ ଦୁଷ୍କର୍ମ କରିବା ସହ ତାଙ୍କୁ ହତ୍ୟା କରିଥିଲେ । ଘଟଣାକୁ ୭ ବର୍ଷ ବିତି ଗଲାଣି । ତଥାପି ନ୍ୟାୟ ମିଳି ନାହିଁ ନିର୍ଭୟା କରିବାରକୁ । ତେଣୁ ଗୋଟିଏ ଚର୍ଚ୍ଚା ଚାଲିଛି ଯେ ଦୋଷୀମାନଙ୍କୁ ଆଗାମୀ ୧୯ ତାରିଖରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଯିବ ।
ଅବଶ୍ୟ ଏ ନେଇ ଦୋଷୀମାନେ ଥିବା ତିହାର ଜେଲ୍‌ର କର୍ତ୍ତୃପକ୍ଷଙ୍କ ନିକଟରେ କୌଣସି ସୂଚନା ନାହିଁ । ସେମାନେ କହିଛନ୍ତି, ଆମ ପାଖକୁ ଏ ସମ୍ପର୍କିତ କିଛି ନିର୍ଦ୍ଦେଶନାମା ଆସି ନାହିଁ । ସେପଟେ ଦୋଷୀମାନଙ୍କ ତରଫରୁ ସର୍ବକ୍ଷମା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରାଯାଇଛି । ଯଦି ରାଷ୍ଟ୍ରପତି ଏହାକୁ ଖାରଜ କରିଦିଅନ୍ତି ତେବେ ତୁରନ୍ତ ସେମାନଙ୍କୁ ଫାଶୀ ଦେବା ପାଇଁ କୋର୍ଟ ନିର୍ଦ୍ଦେଶ ଦେବେ । ଜେଲ୍‌ରେ ଥିବା ଏହି ମାମଲାର ଦୋଷୀ ମୁକେଶ ଶର୍ମା, ବିନୟ ଶର୍ମା, ଅକ୍ଷୟ ସିଂହ ଓ ପବନ ଗୁପ୍ତାଙ୍କ ମଧ୍ୟରୁ କେବଳ ବିନୟ ଶର୍ମା ସର୍ବକ୍ଷମା ଆବେଦନ କରିଛି । ଅବଶ୍ୟ ପରେ ସେ ତାକୁ ଫେରାଇ ଆଣିବାକୁ ମଧ୍ୟ କହିଛି ।
ପୂର୍ବରୁ ଅବଶ୍ୟ ଅନେକଥର ଏହି ଦୋଷୀମାନଙ୍କ ଫାଶୀ ତାରିଖ ନେଇ ଚର୍ଚ୍ଚା ହୋଇଛି । ତେବେ ହାଇଦ୍ରାବାଦ ଏନକାଉଣ୍ଟର ପରେ ଏବେ ଡିସେମ୍ବର ୧୬ ତାରିଖକୁ ନେଇ ଲୋକେ ଆଲୋଚନା କରୁଛନ୍ତି । କାରଣ ଦୁଷ୍କର୍ମ ଘଟଣାରେ ନ୍ୟାୟ ଦେବାରେ ବିଳମ୍ବ ହେଉଥିବାରୁ ଲୋକଙ୍କ ମଧ୍ୟ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଏହାକୁ ନଜରରେ ରଖି ଡିସେମ୍ବର ୧୬ରେ ନିର୍ଭୟା ଅପରାଧୀଙ୍କୁ ଫାଶୀ ଦିଆଯାଇ ପାରେ ବୋଲି ଆଲୋଚନା ହେଉଛି ।

ଫାଶୀ ଦେବାକୁ ଅନେକ ଆବେଦନ

ସେପଟେ ଜେଲ୍‌ କର୍ତ୍ତୃପକ୍ଷ କହୁଛନ୍ତି, ଏମାନଙ୍କୁ ଫାଶି ଦେବାକୁ ଲୋକ ମିଳୁ ନାହାନ୍ତି । ଆମେ ଅନ୍ୟ ରାଜ୍ୟରୁ ଘାତକ ଆଣିବୁ । ତେବେ ଦେଶର ଅନେକ ଜାଗାରୁ ଇଞ୍ଜିନିୟର, ଡାକ୍ତର, ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଓ ବୁଦ୍ଧିଜୀବୀ ପର୍ଯ୍ୟନ୍ତ ଇ-ମେଲ୍‌ କରି ଆମେ ଦୋଷୀଙ୍କୁ ଫାଶୀ ଦେବାକୁ ପ୍ରସ୍ତୁତ ବୋଲି ଲେଖି ପଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.