ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣା, ୨୦ଦିନରେ ଚାର୍ଜସିଟ ଦାଖଲ କରିବ ପୋଲିସ୍

ସମ୍ବଲପୁର: ସମ୍ବଲପୁରରେ ମହିଳାଙ୍କୁ ଗଣଦୁଷ୍କର୍ମ ଘଟଣାରେ ୨୦ଦିନରେ ଚାର୍ଜସିଟ ଦାଖଲ କରିବ ପୋଲିସ। ଗଣଦୁଷ୍କର୍ମ ପରେ ରାସ୍ତାରେ ଫିଙ୍ଗି ଦେବା ନେଇ ,ସାକ୍ଷ୍ୟ ପ୍ରମାଣ ଆଧାରରେ ୪ଜଣଙ୍କୁ ଗିରଫ କରାଯାଇଥିବା କହିଛନ୍ତି ସମ୍ବଲପୁର ଏସପି କନୱର ବିଶାଳ ସିଂହ। ସେପଟେ ପୀଡ଼ିତା ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ସେ ସୂଚନା ଦେଇଛନ୍ତି।

ସମ୍ବଲପୁରରେ ଜଣେ ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ ପରେ ମୁମୂର୍ଷୁ ଅବସ୍ଥାରେ ରାସ୍ତାରେ ଫିଙ୍ଗି ଦେଇଥିଲେ ଦୁର୍ବୃତ୍ତ । ଅଇଁଠାପାଲି ଥାନା ଡେଙ୍ଗସର୍ଗିଠାରେ ମହିଳାଙ୍କୁ ୪ଜଣ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ହୀରାକୁଦ ଅଞ୍ଚଳର ପୀଡ଼ିତା ଜଣକ କୌଣସି କାମରେ ଗତକାଲି ସନ୍ଧ୍ୟାରେ ସମ୍ବଲପୁର ବରେଇପାଲିକୁ ଆସିଥିଲେ। କାମ ସାରି ଫେରିବା ବାଟରେ ଦୁଇ ଜଣ ଯୁବକ ତାଙ୍କୁ ଘରେ ଛାଡ଼ି ଦେବେ କହି ବାଇକରେ ନେଇଥିଲେ। ଡେଙ୍ଗସର୍ଗି ନିକଟରେ ମହିଳାଙ୍କ ସହ ଦୁଇ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପରେ ଆଉ ଦୁଇ ଜଣ ଯୁବକ ବି ଦୁଷ୍କର୍ମ କରିଥିଲେ। ପରେ ବରେଇପାଲି ନିକଟରେ ରାସ୍ତା କଡରେ ମହିଳାଙ୍କୁ ମୁମୂର୍ଷୁ ଅବସ୍ଥାରେ ଫିଙ୍ଗି ଚାଲି ଯାଇଥିଲେ ଯୁବକମାନେ।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ମହିଳାଙ୍କୁ ଉଦ୍ଧାର କରି ବୁର୍ଲା ମେଡିକାଲରେ ଭର୍ତ୍ତି କରିଛି। ମହିଳାଙ୍କୁ ନେଇଯାଇ ନିଶା ଦେବା ପରେ ଗଣଦୁଷ୍କର୍ମ କରିଥିବା ପୀଡ଼ିତାଜଣକ ପୋଲିସକୁ କହିଛନ୍ତି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତାଙ୍କୁ ଡାକ୍ତରଖାନାର  ସ୍ପେଶାଲ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଅଭିଯୁକ୍ତଙ୍କୁ ଚିହ୍ନଟ ପାଇଁ ବୁର୍ଲା ଡାକ୍ତରଖାନାଙ୍କୁ ନିଆଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.