ହାଉସିଂ ସୋସାଇଟର ଅଜବ ଡ୍ରେସ କୋଡ୍‌ ନିୟମ, ଲୁଙ୍ଗି ଓ ନାଇଟ ପିନ୍ଧି ସୋସାଇଟରେ ବୁଲିବା ମନା

ସମସ୍ତେ ଚଳପ୍ରଚଳ କରୁଥିବା ସ୍ଥାନରେ ଲୁଙ୍ଗି କି ନାଇଟ ପିନ୍ଧି ବୁଲିବା ମନା । ଏମିତି ଅଜବ ନିୟମ ଏବେ ଗ୍ରେଟର ନୋଏଡାରେ ଲାଗୁ କରାଯାଇଛି । ହିମସାଗର ଆପାର୍ଟମେଣ୍ଟ ସୋସାଇଟରେ ରହୁଥିବା ଲୋକଙ୍କ ପାଇଁ ଏଭଳି ନୋଟିସ ଜାରି କରାଯାଇଛି ।

ସମସ୍ତେ ଚଳପ୍ରଚଳ କରୁଥିବା ସ୍ଥାନରେ ଲୁଙ୍ଗି କି ନାଇଟ ପିନ୍ଧି ବୁଲିବା ମନା । ଏମିତି ଅଜବ ନିୟମ ଏବେ ଗ୍ରେଟର ନୋଏଡାରେ ଲାଗୁ କରାଯାଇଛି । ଗ୍ରେଟର ନୋଏଡା ସ୍ଥିତ ହିମସାଗର ଆପାର୍ଟମେଣ୍ଟ ସୋସାଇଟି (RWA)ପକ୍ଷରୁ ଏଠାରେ ରହୁଥିବା ଲୋକଙ୍କ ପାଇଁ ଏକ ନୋଟିସ ଜାରି କରି ଦିଆଯାଇଛି । ଏହି ନୋଟିସରେ କୁହାଯାଇଛି ଯେ, କେହି ପୁରୁଷ ଲୁଙ୍ଗି ପିନ୍ଧି କିମ୍ବା ମହିଳା ନାଇଟ୍ ପିନ୍ଧି ବାହାରକୁ ଆସିପାରିବେ ନାହିଁ ।

ଖବର ମୁତାବକ, ହିମସାଗର ଆପାର୍ଟମେଣ୍ଟ ସୋସାଇଟର ରେଜିଡେଣ୍ଟ ୱେଲଫେୟାର ଆସୋସିଏସନ (RWA)ନୋଟିସ ଜାରି କରି କହିଛି, ସୋସାଇଟରେ ସର୍ବସାଧାରଣ ସ୍ଥାନରେ ଚଳପ୍ରଚଳ କରୁଥିବା ଲୋକମାନେ ନିଜ ପୋଷାକ ପ୍ରତି ଧ୍ୟାନ ଦେବେ । ପୁରୁଷମାନେ ଲୁଙ୍ଗି ଏବଂ ମହିଳାମାନେ ନାଇଟ୍‌ ପିନ୍ଧି ସୋସାଇଟରେ ଚାଲିବା ମନା । ଏହାଦ୍ବାରା ଖରାପ ପ୍ରଭାବ ପଡୁଛି ।

ସୋସାଇଟର ରେଜିଡେଣ୍ଟ ୱେଲଫେୟାର ଆସୋସିଏସନର ନୋଟିସକୁ ନେଇ ସଫେଇ ଦେଇ କହିଛନ୍ତି,  ଏହି ସୋସାଇଟିରେ ବର୍ଡର ରୋଡ୍ ଅର୍ଗାନାଇଜେସନରୁ ଅବସର ନେଇଥିବା ଓ ବର୍ତ୍ତମାନ ସେବାରତ ଲୋକମାନେ ରହୁଛନ୍ତି । ଏହି ଅଞ୍ଚଳରେ ବୁଲାବୁଲି କରିବା ସମୟରେ ସମସ୍ତେ ସେମାନଙ୍କ ଆଚରଣ ଓ ପୋଷାକ ପ୍ରତି ବିଶେଷ ଧ୍ୟାନ ଦେବେ । ସମସ୍ତଙ୍କୁ ଅନୁରୋଧ କରାଯାଇଛି ଯେ, ପୁରୁଷମାନେ ଘରେ ପିନ୍ଧୁଥିବା ଲୁଙ୍ଗି ଓ ମହିଳାମାନେ ପିନ୍ଦୁଥିବା ନାଇଟ୍ ପିନ୍ଧି ବାହାରକୁ ନ ଆସିବାକୁ । ସୋସାଇଟିର ପଦାଧିକାରୀ କହିଛନ୍ତି କେତେକ ମହିଳାଙ୍କ ଠାରୁ ଏ ନେଇ ଲଗାତର ଅଭିଯୋଗ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଛି ।

ସୋସାଇଟିର ଆରଡବ୍ଲ୍ୟୁଏ ଅଧ୍ୟକ୍ଷ ସି.କେ.କାଲରା କହିଛନ୍ତି. ବାରମ୍ବାର ଅଭିଯୋଗ ଆସୁଛି ଯେ, ଲୋକମାନେ ଘର ଭିତରେ ଯାହା ପିନ୍ଧୁଛନ୍ତି ବାହାରକୁ ମଧ୍ୟ ତାହା ହିଁ ପିନ୍ଧି ବାହାରୁଛନ୍ତି । ଏହାଦ୍ୱାରା ଏକ ଖରାପ ବାତାବରଣ ସୃଷ୍ଟି ହେଉଛି । ତେଣୁ ଲୋକଙ୍କୁ ଏପରି ଅଭ୍ୟାସ ବଦଳାଇବାକୁ ଅନୁରୋଧ କରାଯାଇଛି । କାହା ଉପରେ ଚାପ ପକା ଯାଇନାହିଁ ।

ସୂଚନାଯୋଗ୍ୟ,  ଗ୍ରେଟର ନୋଏଡାର ହିମସାଗର ଆପାର୍ଟମେଣ୍ଟରେ ପ୍ରାୟ ୩୦୦୦ ପରିବାର ରହୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.