ମହିଳା ସାଙ୍ଗଙ୍କୁ କକ୍‌ପିଟରେ ପୂରାଇ ନିୟମ ଭାଙ୍ଗିଥିଲେ ଦୁଇ ପାଇଲଟ୍‌, ନିଲମ୍ବନ କଲା ଏୟାର ଇଣ୍ଡିଆ

ଏୟାର ଇଣ୍ଡିଆ ଦୁଇ ପାଇଲଟ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାଇଲଟ୍‌ଦ୍ୱୟ ଗତ ସପ୍ତାହରେ ଦିଲ୍ଲୀ-ଲେହ ବିମାନ(AI-445)ର କକ୍‌ପିଟରେ ଜଣେ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ।

ବିମାନର କକ୍‌ପିଟରେ ମହିଳା ସାଙ୍ଗଙ୍କୁ ପ୍ରବେଶ କରାଇବା ଅଭିଯୋଗରେ ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ଙ୍କୁ ନିଲମ୍ବନ କରାଯାଇଛି। Directorate General of Civil Aviation (DGCA) ଦ୍ୱାରା କକ୍‌ପିଟ ମାନଦଣ୍ଡ ଉଲ୍ଲଂଘନ ଲାଗି ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲାଗିଥିଲା। ଏହି ଘଟଣାର ୧ ମାସ ନ ପୂରୁଣୁ ପୁଣି ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ଏୟାର ଇଣ୍ଡିଆ ଦୁଇ ପାଇଲଟ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପାଇଲଟ୍‌ଦ୍ୱୟ ଗତ ସପ୍ତାହରେ ଦିଲ୍ଲୀ-ଲେହ ବିମାନ(AI-445)ର କକ୍‌ପିଟରେ ଜଣେ ମହିଳାଙ୍କୁ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। କ୍ୟାବିନ୍‌ କ୍ରୁଙ୍କ ଦ୍ୱାରା କକ୍‌ପିଟ ଉଲ୍ଲଂଘନ ନେଇ ଅଭିଯୋଗ ମିଳିବା ପରେ ଏୟାର ଇଣ୍ଡିଆ ମ୍ୟାନେଜମେଣ୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ AI-445 ବିମାନ ପାଇଲଟ୍‌ଙ୍କର ଜଣେ ମହିଳା ସାଙ୍ଗ ନିୟମ ଉଲ୍ଲଂଘନ କରି କକ୍‌ପିଟରେ ପ୍ରବେଶ କରିଥିଲେ। ଦୁଇ ପାଇଲଟ୍‌ଙ୍କୁ ଏୟାର ଇଣ୍ଡିଆ ଦ୍ୱାରା ଗ୍ରାଉଣ୍ଡ/ଅଫ୍‌-ରୋଷ୍ଟର କରି ଦିଆଯାଇଛି।

କହି ରଖୁଛୁ, ଏହା ପୂର୍ବରୁ ଗତ ଫେବୃୟାରୀ ୨୭ରେ ଦୁବାଇ-ଦିଲ୍ଲୀ ଉଡ଼ାଣ ସମୟରେ ଜଣେ ମହିଳାଙ୍କୁ କକ୍‌ପିଟରେ ଯିବାକୁ ଅନୁମତି ଦିଆଯାଇଥିଲା। ଏହି ମାମଲାରେ ସମ୍ପୃକ୍ତ ପାଇଲଟ୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ DGCA ଏୟାରଲାଇନକୁ ଜବାବ୍‌ ମାଗିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.