Below header

ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଗାଡି ନେଲେ ଏବେ ଆଉ କରିବାକୁ ପଡିନପାରେ ପୁର୍ନବାର ରେଜିଷ୍ଟ୍ରେସନ

ବାହନକୁ ନେଇ ଯଦି ଗ୍ରାହକଙ୍କୁ କୌଣସି ପ୍ରକାର ସମସ୍ୟା ହୋଇଥାଏ ତେବେ ତାହା ହେଉଛି ଗାଡିର ପୁର୍ନବାର ରେଜିଷ୍ଟ୍ରେସନ। ଯେତେବେଳେ ବି କୌଣସି ଗ୍ରାହକ ନିଜ ଗାଡିକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ନିଅନ୍ତି ତେବେ ତାଙ୍କୁ ତାଙ୍କ ଗାଡିର ପୁର୍ନବାର ରେଜିଷ୍ଟ୍ରେସନ କରିବାକୁ ପଡିଥାଏ। ଏଠାରୁ ଗାଡି ସ୍ଥାନାନ୍ତର କରିବାରେ କୌଣସି ସମସ୍ୟା ହୋଇନଥାଏ ବରଂ ସେଠାରେ ଗାଡିକୁ ଚଳାଇବାରେ ହୋଇଥାଏ। ଏବେ ଏହି ନିୟମକୁ ଦିଲ୍ଲୀ ହାଇକୋର୍ଟ ଚ୍ୟାଲେଞ୍ଜ ଦେଇଛନ୍ତି। ଗାଡିର ରେଜିଷ୍ଟ୍ରେସନକୁ ନେଇ ହେଉଥିବା ଶୁଣାଣୀରେ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରଙ୍କର ମତ ମାଗିଛନ୍ତି। ପୁର୍ନବାର ଗାଡିର ରେଜିଷ୍ଟ୍ରେସନକୁ ନେଇ ଆପ୍‌ ନେତା ଦୀପକ ବାଜପେୟୀ ଏକ ଜନହିତ ପିଟିସନ ଦାଖଲ କରିଥିଲେ।

rtoଏହି ମାମଲାରେ ମୁଖ୍ୟ ବିଚାରପତି ଡିଏନ୍‌ ପଟେଲ ଏବଂ ତଲବନ୍ତ ସିଂହଙ୍କ ବେଞ୍ଚ ପିଟିସନ କର୍ତ୍ତାଙ୍କ ଦାବି ଉପରେ ପରିବହନ ମନ୍ତ୍ରାଳୟକୁ ନୋଟିସ ଜାରୀ କରି ତାଙ୍କ ପକ୍ଷ ପ୍ରଶ୍ନ କରିଛନ୍ତି। ଆପ ନେତା ଦୀପକ ବାଜପେୟୀ ଯିଏ ଏହି ମାମଲାର ପିଟିସନକର୍ତ୍ତା ଅଟନ୍ତି ସେ ଗୋଟିଏ ରାଜ୍ୟରୁ ଆଉ ଗୋଟେ ରାଜ୍ୟକୁ ନେବାରେ ପୁର୍ନବାର ରେଜିଷ୍ଟ୍ରେସନ କରିବାକୁ ଅବୈଧ ବୋଲି କହିଛନ୍ତି। ତାଙ୍କ କହିବାନୁଯାୟୀ ଏହି ମାମଲାରେ ଗାଡି ମାଲିକଙ୍କୁ ପୂର୍ବ ରାଜ୍ୟରେ ପେମେଣ୍ଟ କରିଥଚିବା ଟ୍ୟାକ୍ସକୁ ରିଫଣ୍ଡ କରିବାରେ ବହୁତ ସମସ୍ୟା ହୋଇଥାଏ।

Car Insuranceସେ ଆହୁରି ମଧ୍ୟ କହିଛନ୍ତି ପ୍ରଥମେ ଗାଡି ମାଲିକଙ୍କୁ ନୂଆ ରାଜ୍ୟରେ ସଡକ ଟ୍ୟାକ୍ସ ଦେବକୁ ପଡିଥାଏ ଏବଂ ଏହାପରେ ରସିଦ ନେଇ ପୂର୍ବ ରାଜ୍ୟକୁ ଯିବାକୁ ପଡିଥାଏ। ଏହାଦ୍ୱାରା ଗାଡି ମାଲିକଙ୍କୁ ବାରମ୍ବାର ଆରଟିଓରେ ଚକ୍କର କାଟିବାକୁ ପଡିଥାଏ। ପିଟିସନକର୍ତ୍ତାଙ୍କ କହିବାନୁଯାୟୀ ଏହି ପୂରା ପ୍ରକ୍ରୀୟା ବ୍ୟୟବହୁଳ ହେବା ସହିତ ସମୟ ସାପେକ୍ଷ ମଧ୍ୟ। ଏବେ ଏମିତିରେ ଦେଖିବାକୁ ବାକି ରହିଲା ଯେ କେନ୍ଦ୍ର ସରକାର କୋର୍ଟର ଏହି ନୋଟିସର କଣ ଜବାବ ଦେଉଛନ୍ତି। ସେହିପରି ଆଗାମୀ ଭବିଷ୍ୟତରେ ଜଣାପଡିବ ଯେ କଣ ପୁର୍ନବାର ରେଜିଷ୍ଟ୍ରେସନ କରିବାର ଏହି ନିୟମ ହଟିବ ନା ଆଗକୁ ଏମିତି ଚାଲୁ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.